ଏଣିକି ଡିଜେ ବଜାଇଲେ ୫ ବର୍ଷ ଜେଲ୍‌ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ ୨୨/୮ : ଧ୍ୱନୀ ପ୍ରଦୂଷଣର ମୁକାବିଲା ପାଇଁ ଆହ୍ଲାବାଦ ହାଇକୋର୍ଟ ଏବେ ଉତ୍ତରପ୍ରଦେଶରେ ଡିଜେ ଏବଂ ଉଚ୍ଚଧ୍ୱନୀରେ ଗୀତ ବଜାଇବା ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଇଛନ୍ତି । ଯଦି କେହି ଏହି ନିୟମର ଉଲ୍ଲଙ୍ଘନ କରେ ତେବେ ତାଙ୍କୁ ୫ ବର୍ଷର ଜେଲ୍‌ ଦଣ୍ଡ ଭୋଗ କହିବାକୁ ପଡ଼ିବ ଏବଂ ତା’ ସହ ୧ ଲକ୍ଷ ଟଙ୍କା ଜରିମାନା ପୈଠ କରିବାକୁ ହେବ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବ୍ୟତୀତ ଏଭଳି କୌଣସି ଘଟଣା ସାମ୍ନାକୁ ଆସିଲେ ଡିଜେ ବାଜୁଥିବା ଅଞ୍ଚଳର ଥାନାଧିକାରୀ ଉତ୍ତରଦାୟୀ ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ଥାନୀୟ ଜିଲ୍ଲା ଅଧିକାରୀ ଏବଂ ଏସ୍‌ପିଙ୍କର ଅନୁମତି କ୍ରମେ ଧାର୍ମିକ କାର୍ଯ୍ୟଗୁଡ଼ିକରେ ଉଚ୍ଚଧ୍ୱନୀରେ ଗୀତ ବଜାଯାଇପାରିବ ବୋଲି ଅଦାଲତ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା