ମହୁଲି ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ନୂଆପଡା ୦୧।୦୩ -ମହୁଲି ଗଛରେ  ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ନୂଆପଡ଼ା କୁକୁରିମୁଣ୍ଡି ସେବାଶ୍ରମର ଜଣେ ଛାତ୍ର ଓ ଜଣେ ଛାତ୍ରୀ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେପଟେ କଳାହାଣ୍ଡି ଜୟପାଟଣା ବଡ଼କର୍ଲାକୋଟ ଗାଁରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଦୁଇ ଘଟଣା ଆତ୍ମହତ୍ୟା ଜନିତ ବୋଲି ସନ୍ଦେହ କରାଯାଉଛି ।…

ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ ।ମହୁଲ ଗଛରେ ଝୁଲିପଡ଼ିଛନ୍ତି ପ୍ରେମୀ ଯୁଗଳ ।ଏ ଦୃଶ୍ୟ ହେଉଛି ନୂଆପଡ଼ା କୁକୁରିମୁଣ୍ଡି ସେବାଶ୍ରମର ଘଟଣା ।ମୃତ ଛାତ୍ରୀ ଜଣକ ସେବାଶ୍ରମର ଅଷ୍ଟମ ଶ୍ରେଣୀର ଛାତ୍ରୀ ।ସେହିପରି ଛାତ୍ର ଜଣକ ସ୍ଥାନୀୟ ଏକ ସ୍କୁଲର ଦଶମ ଶ୍ରେଣୀର ଛାତ୍ର । ସେ ମାଟ୍ରିକ ପରୀକ୍ଷା ଦେଇ ଫେଲ୍‌ ହୋଇଥିଲେ ।ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।ଘଟଣାସ୍ଥଳରେ ନୂଆପଡ଼ା ଏଡିଏମ୍‌, ଡିଡବ୍ଲୁଓ ପ୍ରମୁଖ ପହଞ୍ଚିଥିଲେ ।ପୋଲିସ ମୃତଦେହ ଜବତ କରି ମାମଲାର ତଦନ୍ତ କରୁଛି ।ଏହି ସେବାଶ୍ରମ ସ୍କୁଲରେ ଗତ ୨୪ ତାରିଖରେ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ହେବାପରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।ଆଜି ପୁଣି ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶକ୍ତୁନ୍ତଳା ତ୍ରିପାଠୀ ଓ ସୁପରିଟେଣ୍ଡେଣ୍ଟ ଅସ୍ମିତ ମାଝୀଙ୍କୁ ନିଲମ୍ବିତ କରାଯାଇଛି ।ମ୍ୟାଟ୍ରନ ସତ୍ୟବତୀ ଉଜିରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨୦ ହଜାର ଟଙ୍କା ଲେଖାଏଁ କ୍ଷତିପୁରଣ ଦିଆଯାଇଛି ।….

ସେପଟେ କଳାହାଣ୍ଡି ଜୟପାଟଣା ଥାନା ବଡ଼କର୍ଲାକୋଟ ଗାଁରେ ଏକ ଘରୁ ଜଣେ ୧୯ ବର୍ଷୀୟ ଯୁବକ ରାହୁଲ ବିଶ୍ବାସଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସେ ବର୍ଷେ ହେଲା କୋଲକାତାରୁ ଆସି ନିଜ ସଂପର୍କୀୟ ଭାଇ ଉଜ୍ଜ୍ବଳ ବିଶ୍ବାସଙ୍କ ପାଖେ ରହୁଥିଲେ ।ରାହୁଲ ନିଜ ଘରକୁ କୋଲକାତା ଯିବାକୁ ଚାହୁଁଥିଲେ ।କିନ୍ତୁ ବାପା ମନା କରିବାରୁ ସେ ମାନସିକ ଚାପରେ ଥିଲେ ।ଜୟପାଟଣା ପୋଲିସ ସାଇଣ୍ଟିଫିକ୍ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ କରିଛି ।…

କୌଣସି ନା କୌଣସି କାରଣରୁ ନାବାଳକ ଏବଂ ଯୁବକ ବୟସର ପିଲାମାନେ ଆତ୍ମହତ୍ୟା କରିବା କେବଳ ସେମାନଙ୍କ ପରିବାର ପାଇଁ ନୁହେଁ ବରଂ ଦେଶ ତଥା ସମାଜ ପାଇଁ ଯେତିକି ଦୁଃଖଦାୟକ ତା ଠାରୁ ଅଧିକ କ୍ଷତିକାରକ।…

   ସମ୍ବନ୍ଧିତ ଖବର


ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

‘ସୁନା କୂଅ’ର ଜଳ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର