ଜଣେ ଝିଅ ପାଇଁ ଦୁଇ ବନ୍ଧୁ ପାଲଟି ଗଲେ ଶତୃ: ଜଣେ ଅନ୍ୟ ଜଣଙ୍କ ଉପରେ ଢ଼ାଳି ଦେଲା ଏସିଡ୍

ବ୍ରହ୍ମପୁର,୨୮/୫: ଜଣେ ଯୁବତୀଙ୍କ ପାଇଁ ଦୁଇଜଣ ବନ୍ଧୁ ପାଗଳ । ତାହା ପୁଣି ପରିଣତ ବୟସରେ । ଯୁବତୀଙ୍କ ପାଇଁ ଶେଷରେ ଦୁଇଜଣ ବନ୍ଧୁଙ୍କ ଭିତରେ ଗଣ୍ଡଗୋଳ । ଜଣେ ବନ୍ଧୁ ଉପରେ ଆଉ ଜଣେ ଏସିଡ୍‌ ମାଡ଼ କରିଛି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏସିଡ୍‌ ମାଡ଼ରେ ଆହତ ହୋଇଛନ୍ତି ଗଜପତି ନଗର ବାସିନ୍ଦା ଲିଙ୍ଗରାଜ ସାହାଣୀ(୫୫) । ଏହି ମାମଲାରେ ତାଙ୍କ ସାଙ୍ଗ ଗୋସାଇଁନୂଆଗାଁର ବିଶ୍ୱଜିତ ନନ୍ଦ (୫୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ।

ଆଇଆଇସିଙ୍କ କହିବାନୁସାରେ ଲିଙ୍ଗରାଜ ଓ ବିଶ୍ୱଜିତ୍‌ ପିଲାବେଳରୁ ସାଙ୍ଗ । ଏବେ ମଧ୍ୟ ତାଙ୍କ ଭିତରେ ବନ୍ଧୁତା ରହିଥିଲା। ପରିଣତ ବୟସରେ ଲିଙ୍ଗରାଜଙ୍କ ସହ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ହୋଇଯାଇଥିଲା । ପରେ ତାଙ୍କ ସହ ସେ ସମ୍ପର୍କରେ ଆସିଥିଲେ । ଲିଙ୍ଗରାଜ ଏ ସମ୍ପର୍କରେ ବିଶ୍ୱଜିତ୍‌ଙ୍କୁ କହିଥିଲେ ଏବଂ କିଛି ଦିନ ପରେ ବିଶ୍ୱଜିତ୍‌ ମଧ୍ୟ ସେହି ଝିଅର ସମ୍ପର୍କରେ ଆସିଥିଲେ । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ଲିଙ୍ଗରାଜ ଏହା ଜାଣିବାପରେ ଦୁଇ ବନ୍ଧୁଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା । କିନ୍ତୁ ଲିଙ୍ଗରାଜ ଓ ବିଶ୍ୱଜିତ୍‌ ଅଲଗା ସମୟରେ ଯୁବତୀଙ୍କ ପାଖକୁ ଯାଉଥିଲେ । ଲିଙ୍ଗରାଜ ଏହି କଥାକୁ ସହଜରେ ଗ୍ରହଣ କରୁନଥିଲେ । ସେ ବିଶ୍ୱଜିତ୍‌ଙ୍କ ଶାଳକଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଦେଇଥିଲେ । ମଙ୍ଗଳବାର ଲିଙ୍ଗରାଜ ଏମ୍‌କେସିଜି ମେଡିକାଲ କ୍ୟାମ୍ପସ୍‌କୁ ବିଶ୍ୱଜିତ୍‌କୁ ଡାକିଥିଲେ । ବିଶ୍ୱଜିତ୍‌ ଆସିବା ପରେ ଉଭୟଙ୍କ ଭିତରେ ବେଶ କିଛି ସମୟ ପାଟିତୁଣ୍ଡ ଚାଲିଥିଲା । ପରେ ବିଶ୍ୱଜିତ୍‌ ଆଣିଥିବା ଏସିଡ୍‌ ଲିଙ୍ଗରାଜଙ୍କ ଉପରକୁ ଫୋପାଡି ଦେଇଥିଲେ । ଲିଙ୍ଗରାଜଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଏତଲା ପ୍ରକାରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଛି । ବିଶ୍ୱଜିତ୍‌ ନନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…