PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବିବାହିତ ହୋଇ ପରକୀୟା ପ୍ରୀତିରେ ଲିପ୍ତ ଥିଲେ, ୧୦ ମାସର ପ୍ରେମ ୧୦ ଦିନରେ ମଉଳିଗଲା; ଏବେ ଗାଁ ଦାଣ୍ଡରେ ବୁଲୁଛନ୍ତି ପୀଡ଼ିତା

କେନ୍ଦ୍ରାପଡ଼ା: ବିବାହିତ ହୋଇ ମଧ୍ୟ ପରକୀୟା ପ୍ରୀତିରେ ଲିପ୍ତ ଥିଲେ। ପରେ ସ୍ୱାମୀ, ଶ୍ୱଶୁର ଓ ପରିବାର ଲୋକ ଜାଣିବା ପରେ ବିରୋଧ ବଢ଼ିବାକୁ ଲାଗିଥିଲା। ଶେଷରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ୪ବର୍ଷର ଶିଶୁପୁତ୍ରକୁ ନେଇ ଫେରାର ହୋଇଯାଇଥିଲେ । ଏ ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେବା ପରେ ପୁଲିସ ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ହେପାଜତକୁ ନେଇଥିଲା । ତେବେ ସେମାନେ ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି ଓ ଏକାଠି ରହିବେ ବୋଲି ପୁଲିସକୁ କହିବା ପରେ ସେମାନଙ୍କୁ ପୁଲିସ ଛାଡ଼ି ଦେଇଥିଲା। ହେଲେ ମହିଳାଙ୍କୁ ରଖିବାର କିଛିଦିନ ପରେ ପ୍ରେମିକ ତାଙ୍କୁ ଛାଡ଼ି ଦେଇଥିଲା।

ଏପଟେ ସ୍ୱାମୀଙ୍କ ସହ ୬ ବର୍ଷର ସମ୍ପର୍କ ଭୁଲିଯାଇ ପ୍ରେମିକ ହାତ ଧରିଥିବାରୁ ଏବେ ସେ ପାଖରେ ରଖିବାକୁ ନାରାଜ । ଏଣେ ପୀଡ଼ିତା ମହିଳା ଥାନା, ଗାଁ ୱାର୍ଡମେମ୍ବର, ସରପଞ୍ଚଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମାର୍ଶାଘାଇ ଥାନା ଦରବଚ୍ଛା ଅଞ୍ଚଳର ଜଣେ ମହିଳା ଗତକିଛି ମାସ ହେବ ପରକୀୟା ପ୍ରୀତିରେ ପଡ଼ିଥିଲେ । ମହିଳା ଓ ତାଙ୍କ ପ୍ରେମିକଙ୍କ ସମ୍ପର୍କକୁ ନେଇ ଗାଁ, ସାଇପଡ଼ିଶାରେ ଟୁପରୁଟାପୁରୁ ଆରମ୍ଭ ହେଲା । କଥା ମହିଳାଙ୍କ ସ୍ୱାମୀ ଓ ଶାଶୂଘର ଲୋକଙ୍କ କାନରେ ପଡ଼ିଲା । ସେମାନେ ଏ ସମ୍ପର୍କକୁ ବିରୋଧ କରିବା ସହ ପ୍ରେମିକଠାରୁ ଦୂରେଇ ରହିବାକୁ ଆକଟ କରିଥିଲେ ।

ପ୍ରେମିକଙ୍କ ଘର ମହିଳାଙ୍କ ଶାଶୂଘର ଗ୍ରାମରେ । ହେଲେ ସ୍ୱାମୀ, ଶାଶୂଘର ଲୋକଙ୍କ ଆକଟ, ତାଗିଦ କିଛି କାଟୁ କରିନଥିଲା । ମହିଳା ଜଣଙ୍କ କିଛିଦିନ ତଳେ ତାଙ୍କ ୪ବର୍ଷର ପୁଅକୁ ନେଇ ଶାଶୂଘରୁ ପ୍ରେମିକ ସହ ପଳାଇ ଯାଇଥିଲେ । ପ୍ରେମିକଙ୍କ କହିବା ମୁତାବକ ସେ ପୁଅକୁ ସାଙ୍ଗରେ ନେଇଥିଲେ । ପୁଅକୁ ସାଙ୍ଗରେ ନେଲେ ସେ ତାଙ୍କୁ ଓ ତାଙ୍କ ପୁଅକୁ ରଖିବେ ବୋଲି ପ୍ରେମିକ ମନୋରଞ୍ଜନ ଦାସ ଓରଫ କୁମା କଥା ଦେଇଥିଲେ । ପରେ ସେମାନେ ଗୋପନରେ ବିବାହ କରିଥିଲେ ।

ମାର୍ଶାଘାଇ ଥାନାରେ ମହିଳାଙ୍କ ସ୍ୱାମୀ ଏତଲା ଦେବା ପରେ ପୁଲିସ ସେମାନଙ୍କୁ ଧରିଥିଲା । ତେବେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି ଓ ଉଭୟ ଏକାଠି ରହିବାକୁ ଚାହୁଁଛନ୍ତି ବୋଲି ପୁଲିସ ଆଗରେ କହିବାରୁ ଏନେଇ ଲେଖାପଢ଼ା ହୋଇଥିଲା ଓ ସ୍ୱାମୀ ନିରାଶରେ ଘରକୁ ଫେରିଥିଲେ । ପରେ ମନୋରଂଜନ ପୁଅକୁ ନେଇ ତାଙ୍କ ସ୍ୱାମୀଙ୍କ ପାଖରେ ଛାଡ଼ି ଆସିବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପ୍ରେମିକଙ୍କ କହିବା ମୁତାବକ ମହିଳା ଜଣକ ଅନିଚ୍ଛା ସତ୍ତେ୍ୱ୍ୱ ୪ ବର୍ଷର ପୁଅକୁ ସ୍ୱାମୀଙ୍କ ଘର ଆଗରେ ନେଇ ଛାଡ଼ି ଆସିଥିଲେ । ଏହା ପରେ ସେ ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ ମଧ୍ୟ ସେ କେଉଁଆଡ଼େ ଫେରାର ହୋଇଯାଇଥିଲା । ଏବେ ମହିଳା ନ୍ୟାୟ ପାଇବା ଆଶାରେ ଥାନାରେ ଏତଲା ଦେବା ସହ ୱାର୍ଡମେମ୍ବର ଓ ସରପଞ୍ଚଙ୍କୁ ଜଣାଇଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନାହିଁ ।