ପ୍ରେମ ପ୍ରତାରଣା! ଥାନାରେ ନିଶା ବଟିକା ଖାଇଲେ ଯୁବତୀ

କୁଚିଣ୍ଡା ୮/୧୨: ପ୍ରେମ ପ୍ରତାରଣାରୁ ଜଣେ ଯୁବତୀ ଥାନାର ଦ୍ୱାରସ୍ଥ ହୋଇ ଥାନାରେ ହିଁ ନିଶା ବଟିକା ଖାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ ଘଟଣାଟି ଘଟିଛି । ପୁଲିସ ମାମଲା ରୁଜୁ କରିବାରେ ବିଳମ୍ବ କରିଥିବାରୁ ଯୁବତୀ ଜଣକ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ପୁଲିସ ଅଭିଯୋଗକୁ ଅସ୍ୱୀକାର କରିଛି । ଯୁବତୀଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ଯୋଗ୍ୟ ଯେ, କୁଚିଣ୍ଡା ଥାନାଞ୍ଚଳର ଏହି ଯୁବତୀଙ୍କ ସହ କୁଚିଣ୍ଡା ସହର ଉପକଣ୍ଠସ୍ଥ ସଇଡ଼ା ଗାଁର ବେଦବ୍ୟାସ ଭୀମଙ୍କ ପ୍ରେମ ସମ୍ପର୍କ ଥିଲା । ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ହେଲା ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିଆସୁଥିଲା । ନିକଟରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍‌ କରିବାରୁ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଆଳ ଦେଖାଇ କିଛି ସମୟ ମାଗିଥିଲା । ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ହେବା ପରେ ଯୁବକ ଜଣକ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ଯୁବତୀ ଜଣକ ଆଜି କୁଚିଣ୍ଡା ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ପୁଲିସ ତାଙ୍କ ଏତଲା ରଖିବାରେ ବିଳମ୍ବ କରିଥିଲା । ଏଥିରେ ଅତିଷ୍ଠ ଯୁବତୀ ନିଜ ସାଙ୍ଗରେ ନେଇ ଆସିଥିବା ନିଶା ବଟିକା ଖାଇ ଦେଇଥିଲେ । ଏହା ଜାଣିବା ପରେ ପୁଲିସ ତାଙ୍କୁ ସଙ୍ଗେସଙ୍ଗେ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

   ସମ୍ବନ୍ଧିତ ଖବର


ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ପାକ୍‌ ଅଧିନାୟକ ବାବରଙ୍କ ବଢ଼ିଲା ଅଡୁଆ, ପୀଡ଼ିତା ମହିଳା ଆଣିଲେ ପ୍ରତାରଣା ଓ ନିର୍ଯାତନା ଅଭିଯୋଗ

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ତୃତୀୟ ଥର ବି ଝିଅ ଜନ୍ମହେଲା, ରାଗରେ ନବଜାତ ଶିଶୁ କନ୍ୟାକୁ ପାଣିରେ ବୁଡାଇ ମାରିଦେଲା ମା’