PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ: ପୁଲିସ ପହଞ୍ଚିବା ପୂର୍ବରୁ ଚମ୍ପଟ ମାରିଲେ ଯୁବକ

ଚନ୍ଦ୍ରଶେଖରପୁର,୩୦/୧୧: ଜଣେ ପ୍ରେମିକରେ ମନ ବୁଝିଲାନି । ଦୁଇ ଦୁଇ ଜଣ ଯୁବକଙ୍କୁ ଭଲ ପାଉଥିଲେ ଜଣେ ଯୁବତୀ । ଦ୍ୱିତୀୟ ପ୍ରେମିକ ସହ ବାଇକରେ ବୁଲୁଥିବା ବେଳେ ଧରା ପଡିଗଲା ପ୍ରେମିକାଙ୍କ ଲୁଚାଛପା ଦ୍ୱିତୀୟ ପ୍ରେମ । ପ୍ରଥମ ପ୍ରେମିକ ପିଛା କରି ସେମାନଙ୍କ ସବୁ ପ୍ଲାନ ଭଣ୍ଡୁର କରିଦେଲା । କଥା ସେତିକିରେ ଥମି ନଥିଲା । ନିଜ ପ୍ରେମିକାକୁ ଅନ୍ୟ ଯୁବକଙ୍କ ବାଇକରେ ଦେଖି ପ୍ରଥମ ପ୍ରେମିକଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଉକ୍ତ ଯୁବକଙ୍କୁ ଛୁରିରେ ଆକ୍ରମଣ କରିବାକୁ ପଛାଇ ନଥିଲେ । ଦ୍ୱିତୀୟ ପ୍ରେମିକ ମଧ୍ୟ ନଛୋଡ଼ ବନ୍ଧା । ସେ ବି ପ୍ରତି ଆକ୍ରମଣ କଲେ । ବିଚ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ । ଦୁଇ ପ୍ରମିକଙ୍କ ଏଭଳି ଉଗ୍ର ରୂପ ଦେଖି ବିଚାରି ପ୍ରେମିକାଙ୍କ ଅକଲ ଗୁଡ଼ୁମ । ଦୁଇ ପ୍ରେମିକଙ୍କୁ ଛଡ଼ାଇବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହେଲେ । ରାଜଧାନୀର ଡମଣା ଛକରେ ଘଟିଥିବା ଏଭଳି ଏକ ଘଟଣା ଦେଖଣାହାରୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।

ଘଟଣାଟି ଏହିପରି । ଡମଣା ଅଞ୍ଚଳର ଜଣେ ଯୁବତୀ (ଛଦ୍ମନାମ) ମୋନାଲିସା ଦାସ ଦୀର୍ଘ ଦିନ ହେବ ଜଣେ ଯୁବକ (ଛଦ୍ମନାମ) ଦୀପକଙ୍କୁ ପ୍ରେମ କରୁଥିଲେ। ଉକ୍ତ ଯୁବକ ଜଣଙ୍କ ପଟିଆର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଏହାରି ଭିତରେ ମୋନାଲିସା ଆଉ ଜଣେ ଯୁବକ (ଛଦ୍ମନାମ) ରତିକାନ୍ତଙ୍କୁ ଭଲ ପାଇ ବସିଲେ । ସୋମବାର ସନ୍ଧ୍ୟାରେ ସେ ରତିକାନ୍ତଙ୍କ ସହ ବାଇକ୍‌ରେ ବସି ପଟିଆରୁ ଡମଣା ଆଡ଼କୁ ଯାଉଥିଲେ । ଦୁର୍ଭାଗ୍ୟ ! ପ୍ରଥମ ପ୍ରେମିକ ଦୀପକଙ୍କ ନଜର ଉଭୟଙ୍କ ଉପରେ ପଡ଼ିଗଲା । ଦୀପକ ଉଭୟଙ୍କ ପିଛା କରି ଡମଣା ଛକରେ ପହଞ୍ଚି ଗଲେ । ବାଇକ ଆଗରେ ବାଇକ ରଖି ଉଭୟଙ୍କ ରାସ୍ତା ଓଗାଳିଲେ । ତା ପରେ ତିନି ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଧୀରେ ଧୀରେ ବଚସା ଉଗ୍ର ରୂପ ନେଲା । ଦୀପକ ପାଖରେ ରଖିଥିବା ଛୁରିରେ ରତିକାନ୍ତଙ୍କୁ ଆକ୍ରମଣ କରିଥିଲେ । ରତିକାନ୍ତ ମଧ୍ୟ ପ୍ରତିଆକ୍ରମଣ କରିଥିଲେ । ଏପରିକି ତିନି ଜଣ ରାସ୍ତା ଡିଭାଇଡର ମଝିରେ ଗଡାତଡା ହୋଇ ଯାଇଥିଲେ । ରକ୍ତରେ ଜୁଡୁବୁଡୁ ହେବା ପରେ ଦେଖଣାହାରୀ ତିନି ଜଣଙ୍କୁ ଛଡାଛଡି କରିଥିଲେ । ତେବେ ୟାରି ଭିତରେ କେହି ପୁଲିସକୁ ଖବର ଦେଇ ଦେଇଥିଲା । ପୁଲିସ ଆସୁଥିବା ଜାଣି ଘଟଣାସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିଲେ । ଏହି ଘଟଣା ଆଜି ଡମଣା ଛକରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସମ୍ବନ୍ଧିତ ଖବର