PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପ୍ରେମ ବିବାହକୁ ନେଇ ସୀମା ଟପିଲା ଖାପ୍ ପଞ୍ଚାୟତ,ସର୍ବସମ୍ମୁଖରେ ଯୁବତୀଙ୍କ କପଡା ଚିରି ନିସ୍ତୁକ ମାଡ଼

https://aajtak.intoday.in/

ନୂଆଦିଲ୍ଲୀ,୭।୮: ରାଜସ୍ଥାନର ବାଂସଓ୍ବାଡାରେ ଆଇନ ବ୍ୟବସ୍ଥାକୁ ବେଖାତିର। ପ୍ରେମୀ ଯୁଗକଙ୍କୁ ଖାପ୍ ପଞ୍ଚାୟତର କ୍ରୋଧର ଶିକାର ହେବାକୁ ପଡିଛି। ତେବେ ଏହି କ୍ରୋଧ ଏବେ ଭୟଙ୍କର ଥିଲା ଯେ, ତାହା ଶୁଣିବାମାତ୍ରେ ଲୋମ ଟାଙ୍କୁରି ଉଠିବ।  ଜଣେ ଯୁବତୀଙ୍କୁ ନିଜର ପ୍ରେମିକଙ୍କୁ ବିବାହ କରିବା ଖୁବ୍ ମହଙ୍ଗା ପଡିଛି। ପ୍ରେମ ବିବାହରେ ଅସନ୍ତୋଷ ପ୍ରକାଶ କରି ଖାପ୍ ପଞ୍ଚାୟତରେ ମହିଳାଙ୍କ ସାର୍ବଜନିକ ସ୍ଥାନରେ ମାଡ ମାରିଥିଲେ।

ଯେତେବେଳେ ପଞ୍ଚାୟତରେ ଥିବା ଲୋକଙ୍କର ଏଥିରେ ମନ ବୁଝିନଥିଲା ସେମାନେ ମହିଳାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ୧୫ ଲକ୍ଷ ଟଙ୍କାର ଜରିମନା ସୁଣାଇ ଦେଇଥିଲେ। ଏହି ଜରିମନା ଆଦାୟ ସମୟରେ ମହିଳାଙ୍କୁ ଘରୁ ଲୋକମାନେ ଟାଣି ଟାଣି ବାହାରକୁ ଆଣି ତାଙ୍କର କପଡା ଚିରି ଦେଇଥିଲେ।

ମହିଳାଙ୍କୁ ବିଚ୍ ପଞ୍ଚାୟତରେ ଅତି ନିର୍ମମ ଭାବରେ ଗୋଇଠା-ବାଧା ମାରିବା ପରେ ଶୂନଶାନ୍ ବୁଦୁବୁଦିଆ ଜଙ୍ଗଲ ଭଳି ଥିବା ରାସ୍ତାରେ ଛାଡି ଚାଲିଯାଇଥିଲେ। ଗାଁ ଲୋକ ଏହାର ଭିଡିଓ ତିଆରି କରିନେଇଛନ୍ତି, ଯାହାପରେ ଏହା ଭାଇରାଲ ହୋଇଯାଇଛି। ଏହି ସୂଚନା ଜିଲ୍ଲା ଆଇନଗତ ସେବା ସଚିବଙ୍କୁ ମିଳିଥିଲା, ଯାହାପରେ ସେ ଜିଲ୍ଲାର ଏସପିଙ୍କୁ ସୂଚନା ଦେଇଥିଲେ।

ଏସପିଙ୍କ ନିର୍ଦେଶ ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାକୁ ନେଇ କୁହାଯାଉଛି ଯେ, ଗାଁ ଲୋକ ଯୁବକଙ୍କ ପ୍ରେମ ବିବାହ କରିବା ନେଇ ଅସନ୍ତୁଷ୍ଟ ଥିଲେ। ଯୁବତୀଜଣକ ଗାଁରେ ରହୁଥିବା ଜଣେ ଝିଅକୁ ବିବାହ କରିଥିଲେ। ପୋଲିସ ମାମଲା ରୁଜୁ କରିବା ପରେ ଏହି ଘଟଣାର ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବହୁ ସ୍ଥାନରେ ଚଢାଉ ଜାରି ରହିଛି।