ପ୍ରେମରେ ବିଫଳ: ଯୁବକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ

ଜଗତପୁର ୨୩/୯: ଜଗତପୁର ଥାନା ନିକଟସ୍ଥ ନଜରପୁର ଗ୍ରାମର ଜୈନିକ ଯୁବକଙ୍କ ଆତ୍ମହତ୍ୟା କାରଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଆତ୍ମହତ୍ୟାର କାରଣ ଜଣାପଡି ନଥିବାବେଳେ ମୃତ ଯୁବକଙ୍କ ପରିବାର ପକ୍ଷରୁ ପ୍ରେମ ସମ୍ପର୍କରୁ ନେଇ ଯୁବକ ଆତ୍ମହତ୍ୟା କରିଥିବା ସମ୍ପର୍କରେ ଜଗତପୁର ଥାନାରେ ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ନଜରପୁର ଗ୍ରାମରେ ଭଡାରେ ରହୁଥିବା ନିରଞ୍ଜନ ବେହେରାଙ୍କ ପୁଅ ଭାସ୍କର ବେହେରା(୧୯ । ପୁଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ କଟକ ପଠାଇବା ସହ ଅଭିଯୋଗ ଆଧାରରେ ମୃତ ଯୁବକଙ୍କ ବ୍ୟବହୃତ ମୋବାଇଲ୍‌ ଓ ଗାମୁଛା ଜବତ କରି ତଦନ୍ତ ଆରମ୍ଭ କରିଛି ।

ପ୍ରାପ୍ତ ଖବର ମୁତାବକ ମୃତକ ପରିବାର ମହାଙ୍ଗା ଥାନା ଦଶରାଜପୁର ଅଞ୍ଚଳର ହୋଇଥିବାବେଳେ ଦୀର୍ଘ ବର୍ଷ ହେବ ନଜରପୁର ଗ୍ରାମରେ ଭଡା ଘରେ ରହୁଥିଲେ । ଶନିବାର ରାତି ପ୍ରାୟ ୮ଟାରେ ଭାସ୍କର ଘରୁ ବାଇକ୍‌ରେ ବସାଇ କଟକସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ କାମ କରୁଥିବା ମାଆଙ୍କୁ ଛାଡିବାକୁ ଯାଇଥିଲେ । ପରିବାର ଲୋକଙ୍କ ସୂଚନା ମୁତାବକ କଟକରୁ ଫେରି ଘରେ ଅନ୍ୟ କୌଣସି ସଦସ୍ୟ ନଥିବାରୁ ଏକୁଟିଆ ରାତିରେ ରହିଥିଲେ । ଆଜି ରବିବାର ସକାଳେ ଡ୍ୟୁଟି ସାରି ମାଆ ଘରକୁ ଫେରିବା ପରେ ଘର କବାଟ ଭିତର ପଟୁ ବନ୍ଦ ଥିଲା । ଭିତରୁ କୌଣସି ଉତ୍ତର ନମଳିବାରୁ ସନ୍ଦେହ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଘରର ଝରକା ଭାଙ୍ଗିବା ସମୟରେ ପୁଅ ଭାସ୍କର ଘର ଫ୍ୟାନ୍‌ରେ ବେକରେ ଗାମୁଛା ଦ୍ୱାରା ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରି ଜଗତପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ଖବରପାଇ ଜଗତପୁର ପୁଲିସ ମୃତଦେହ ଜବତ କରି ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲ୍‌ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର