PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ମନ୍ଦିରରେ ସିନ୍ଦୂର ପିନ୍ଧାଇ ଧୋକା ଦେଲେ: ‘ଏବେ ମୋତେ ସେ ବାହା ନ ହେଲେ ମୁଁ ତାଙ୍କ ଘର ଆଗରେ ଜୀବନ ହାରିବି’..

ଭୁବନେଶ୍ଵର, ୨୨/୨ : ରାଜଧାନୀରେ ପୁଣି ଲଭ୍-ସେକ୍ସ-ଧୋକ୍କା। ଜଣେ ବାପା-ମା ଛେଉଣ୍ଡ ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଧୋକା ଦେଇଛନ୍ତି ପୁରୁଷ ବନ୍ଧୁ। ଭଲ ପାଇବାର ଅଭିନୟ କରି ଶାରିରୀକ ସମ୍ପର୍କ ରଖିଥିଲେ ସୁନ୍ଦରପଦା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳର ଜଣେ ଯୁବକ। ଏହାପରେ ଗତ ଅଗଷ୍ଟ ମାସରେ ଯୁବତୀଙ୍କୁ ଧୋକା ଦେଇ କେଉଁଆଡେ ଫେରାର ହୋଇଯାଇଛନ୍ତି। ଫଳରେ ଯୁବତୀ ଜଣଙ୍କ ମହିଳା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଏପରିକି ଯଦି ତାଙ୍କର ପୁରୁଷ ବନ୍ଧୁ ତାଙ୍କୁ ବିବାହ ନକରନ୍ତି ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁଯାୟୀ, ଭୁବନେଶ୍ଵରର ସୁନ୍ଦରପଦା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲପାଇବାର ଅଭିନୟ କରି ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ। ଏହାପରେ
୨୦୧୮ ମସିହାରେ ପୀଡିତା ଯୁବତୀଙ୍କ ସହ ଉକ୍ତ ଯୁବକ ଜଣକ ଦୁଇ ପରିବାରର ଉପସ୍ଥିତିରେ ନିର୍ବନ୍ଧ କରିଥିଲେ। କଥା ଥିଲା ଏହାପରେ ବିବାହ ହେବ କିନ୍ତୁ ୨୦୧୯ରେ ଝିଅକୁ ୨୨ ଯୋଗୁଁ ଯୋଡା ବୟସ ପଡିବାରୁ ବାହାଘର ହୋଇପାରି ନଥିଲା। ଏହାପରେ କରୋନା କାରଣରୁ ୨୦୨୦ରେ ଲକଡାଉନ ଓ ସଟଡାଉନ କାରଣରୁ ବିବାହ ହୋଇପାରି ନଥିଲା। ଦୀର୍ଘ ୩ ବର୍ଷ ଧରି ପୀଡିତା ଯୁବତୀଙ୍କର ପ୍ରେମିକଙ୍କ ଘର ସହ ଯିବା ଆସିବା ଲାଗି ରହିଥିଲା। ଉଭୟ ମିଶି ବୁଲାବୁଲି ମଧ୍ୟ କରୁଥିଲେ । ତେବେ ଏହି ସବୁ ମଧ୍ୟରେ ଯୁବତୀ ଜଣଙ୍କ ବାରମ୍ବାର ବିବାହ କଥା ଉଠାଇବାରୁ ପୁରୁଷ ବନ୍ଧୁ ଯୁବତୀଙ୍କୁ ହତାଦର କରିଆସୁଥିଲେ। ଏହା ପରେ ଗତ ଅଗଷ୍ଟ ମାସରେ ଯୁବକ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଛନ୍ତି। ଫଳରେ ପୀଡିତା ଯୁବତୀ ମହିଳା ଥାନାରେ ଦ୍ଵାରସ୍ଥ ହୋଇଛନ୍ତି। ମହିଳା ଥାନା ପୋଲିସ ପୁଅର ବାପା ମାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସେପଟେ ଯଦି ଯୁବକ ଜଣଙ୍କ ପୀଡିତାଙ୍କୁ ବିବାହ ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।