ପୁଣି ଲଭ୍‌-ସେକ୍ସ-ଧୋକ୍କା! ପ୍ରେମିକାକୁ ଛାଡ଼ି ପଳାଇଲା ଦୁବାଇ

ଭୁବନେଶ୍ୱର ୧୮/୯: ସ୍କୁଲ ବେଳର ସାଙ୍ଗ, ଦିଲ୍ଲୀରେ ଦେଖାଦେଖି । ପରେ ପ୍ରେମ ସମ୍ପର୍କ ଆଉ ଲିଭ୍‌-ଇନ୍‌ ରିସେଲନସିପ୍‌। ପରିବାର ଲୋକଙ୍କ ସହମତି ପରେ ନିର୍ବନ୍ଧ ବି ହୋଇଗଲା । ହେଲେ ଧୋକ୍କାବାଜ ପ୍ରେମିକକୁ ଆଉ ଏ ପ୍ରେମ ରୁଚିଲାନି। ସବୁ ସମ୍ପର୍କ ଛିନ୍ନ କରି ବଡ଼ ଚାକିରି ଆଶାରେ ସୁଦୂର ଦୁବାଇ ପଳାଇଲା ।

ପ୍ରେମରେ ଏମିତି ଧୋକ୍କାର ଶିକାର ହୋଇଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ବାଙ୍ଗୁରିଗାଁ ପଞ୍ଚାୟତର ଜଣେ ଯୁବତୀ । ତାଙ୍କ ଦୁଃଖ ଏତିକିରେ ସରିନି। ନ୍ୟାୟ ଆଶାରେ ପୁଲିସ ଦ୍ୱାରସ୍ଥ ହେବା ତାଙ୍କୁ ମହଙ୍ଗା ପଡି଼ଛି । ପ୍ରେମିକଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏବେ ତାଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଚାଲିଛି।

ମିଳିଥିବା ସୂଚନା ମୁତାବକ, ବାଙ୍ଗୁରିଗାଁ ପଞ୍ଚାୟତର ମନୀଷା(ଛଦ୍ମନାମ) ଦିଲ୍ଲୀରେ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ମାସକୁ ସେ ମୋଟା ଅଙ୍କର ଦରମା କମାଉଥିଲେ। ତାଙ୍କ ଅଞ୍ଚଳର ସ୍ମୃତିରଞ୍ଜନ ସାହୁଙ୍କୁ ୫ ବର୍ଷ ତଳେ ଦିଲ୍ଲୀରେ ଭେଟିଥିଲେ। ଯିଏକି, ତାଙ୍କ ସ୍କୁଲ ବେଳର ସାଙ୍ଗ ଥିଲେ । ସେ ମଧ୍ୟ ଦିଲ୍ଲୀରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପରିବାର ସହମତି ପରେ ସାଢ଼େ ୩ ବର୍ଷ ତଳେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ବେଳେ ସ୍ମୃତିଙ୍କୁ ହୀରାର ମୁଦି ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ଭେଟି ଦିଆ ଯାଇଥିଲା।

ଏହାପରେ ଉଭୟେ ଦିଲ୍ଲୀରେ ଏକ ଫ୍ଲାଟ୍‌ କିଣି ଏକାଠି ରହିଥିଲେ । ମନୀଷା ଯେତେବେଳେ ବିବାହ ପ୍ରସ୍ତାବ ରଖୁଥିଲେ, ସ୍ମୃତି ଏହାକୁ ଏଡ଼ାଇ ଯାଉଥିଲେ । ସବୁକିଛି ଠିକ୍‌ଠାକ ଥିଲା । କିନ୍ତୁୁ ୨୦୧୮ ମସିହାରେ ଏକ ଅନ୍ତରାଷ୍ଟ୍ରୀୟ କମ୍ପାନୀରେ ବଡ ଚାକିରି ପାଇଁ ସେ ଦୁବାଇ ଚାଲିଗଲେ। ଏହାପରେ ସବୁ ସମ୍ପର୍କ ଛିନ୍ନ କରିଦେଲେ। ନାନାଦି ଉପାୟରେ ତାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ମନୀଷା ବାଧ୍ୟ ହୋଇ କାକଟପୁରସ୍ଥିତ ଘରକୁ ଫେରିଥିଲେ।

ଏନେଇ କାକଟପୁର ଥାନାରେ ଅଭିଯୋଗ କରିବା ସତ୍ତେ୍ୱ ପୁଲିସ ତାଙ୍କ ଅଭିଯୋଗପତ୍ର ରଖି ନଥିଲା । ଦିଲ୍ଲୀରେ ରହୁଥିବା ଅଞ୍ଚଳର ଥାନାରେ ଅଭିଯୋଗ କରିବାକୁ ପାଲଟା କହିଥିଲା । ମନୀଷା ଗତ ୮ ତାରିଖରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂଙ୍କ ଭେଟିବା ପରେ ପୁଲିସ ଅଭିଯୋଗ ରଖିବାକୁ ରାଜି ହୋଇଥିଲା । ମନୀଷା ଗତ ରବିବାର ଅଭିଯୋଗ ପାଇଁ ସକାଳ ସାଢ଼େ ୯ଟାରେ କାକଟପୁର ଥାନାକୁ ଯାଇଥିଲେ । ସ୍ମୃତିଙ୍କ ମାମୁଁ କିଛି ଅସାମାଜିକ ଯୁବକଙ୍କ ସହାୟତାରେ ତାଙ୍କୁ ଆକ୍ରମଣ କରିଥିବା ମନୀଷା ଅଭିଯୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


ଆପ୍‌ ମାଧ୍ୟମରେ ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍‌ ସେକ୍ସ –କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି