ପ୍ରେମରେ ପଡ଼ିଛନ୍ତି ଆକାଶ

ଭୁବନେଶ୍ବର ୨୮/୦୮: ଦୀର୍ଘ ଦୁଇ ବର୍ଷ ପରେ ଓଲିଉଡକୁ ଫେରିଥିବା ଜେଣ୍ଟଲ୍‌ମ୍ୟାନ୍‌ ଆକାଶ ଦାସନାୟକଙ୍କ ହାତରେ ଦୁଇଟି ଫିଲ୍ମ । ହେଲେ କ’ଣ ହେବ ଏବେ ତ ସେ ପ୍ରେମରେ ପଡ଼ିଛନ୍ତି। କଥାଟା ସତ ଲାଗୁନଥିଲେ ବି ସତ। ତାଙ୍କ ସିନେମା କହୁଛି, ସେ ପ୍ରେମ ପାଇଁ କୁଆଡ଼େ ପାଗଳ ହୋଇଯାଇଛନ୍ତି । ଜୀସାର୍ଥକରେ ପ୍ରସ୍ତୁତି ପଥେ ରହିଛି ଆକାଶଙ୍କ ଅଭିନୀତ ସିନେମା ‘ପ୍ରେମ ନା’ ପାଗଳପଣ’ । ଏଥିରେ ଆକାଶଙ୍କ ନାୟିକା ସାଜିଛନ୍ତି ଲିପ୍ସା । ଅନ୍ୟାନ୍ୟ ଦୁଇଟି ମୁଖ୍ୟ ଭୂମିକାରେ ରାଇମୋହନ ଓ କୁନା ତ୍ରିପାଠୀଙ୍କ ଭଳି କଳାକାର ରହିଛନ୍ତି । ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ୱିନୀ ଗଡ଼ନାୟକ। ସମାଜକୁ ବାର୍ତ୍ତା ଦେଲାଭଳି ଏକ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହେଉଛି । ଯାହା ସତ୍ୟ ଘଟଣା ଉପରେ ଆଧାରିତ ରହିଛି ।

ସେହିପରି ଆକାଶଙ୍କ ଆଉ ଏକ ଚଳଚ୍ଚିତ୍ର ‘ମହାବାହୁ’ର ମହୁରତ୍‌ ହୋଇଯାଇଛି । ଆକ୍ସନ୍‌, ରୋମାନ୍ସ ଓ ହାସ୍ୟରସରେ ଭରପୁର ଏହି ସିନେମାରେ ନାୟିକା ରହିଛନ୍ତି ପ୍ରକୃତି ମିଶ୍ର । ସିନେମାଟି ଏକ ସାମାଜିକ ବାର୍ତ୍ତାବହନକାରୀ ସିନେମା । ବଡ଼ କଥା ହେଲା, ଆକାଶ ଦୁଇ ନାୟିକା ଲିପ୍ସା ଓ ପ୍ରକୃତିଙ୍କୁ ପ୍ରଥମ ଥର ପରଦାରେ ଭେଟେ ହେବେ । ଲାଗୁଛି ଯୋଡ଼ି ନୂଆ ହେଲେ ବି ଫୁଲ୍‌ ଜମିବ । ସେଥିପାଇଁ ଉଭୟ ଫିଲ୍ମକୁ ନେଇ ଆକାଶ ବହୁତ ଉତ୍ସାହିତ ଅଛନ୍ତି । ୨୦୦୮ରେ ଓଲିଉଡରେ ପ୍ରବେଶ କରିଥିବା ଆକାଶ ନିଜ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଭଲ ଅଭିନେତା, ରାଜନେତା ହେବା ସାଙ୍ଗକୁ ସରଳ, ହୃଦୟବାନ ମଣିଷ ଭାବରେ ଫ୍ୟାନ୍ସଙ୍କ ପାଖରେ ସେ ବେଶି ପରିଚିତ।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ