PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ପୋଲ ତଳୁ ଯୁବତୀ ଉଦ୍ଧାର ଘଟଣା: ସୁସ୍ଥ ହେବା ପରେ ଏତଲା ଦେଲେ ଯୁବତୀ, ଜେଲ୍‌ଗଲେ ବାପ-ପୁଅ

ବରଗଡ଼,୧୧/୦୮: ବରଗଡ଼ ଟାଉନ୍‌ ଥାନା ବରଡ଼ୋଲ-ଦେଓଗାଁ ରାସ୍ତା ଗିରସୁଲ ନଦୀପଠାରୁ ସଜ୍ଞାହୀନ ଅବସ୍ଥାରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଗତ ୧ ତାରିଖ ଜଣେ ଯୁବତୀ ଉଦ୍ଧାର ହୋଇଥିଲେ । ବୁର୍ଲାରେ ଚିକିତ୍ସିତ ହେଉଥିବା ଛତିଶଗଡ଼ର ସଂପୃକ୍ତ ଯୁବତୀ ଜଣକ ସୁସ୍ଥ ହୋଇ ଫେରିବା ପରେ ଆଜି ଟାଉନ୍‌ ଥାନାକୁ ଆସି ଏତଲା ଦେଇଛନ୍ତି ।

ଏନେଇ ପୁଲିସ୍‌ ଏକ ମାମଲା ରୁଜୁକରି ଅଭିଯୁକ୍ତ ଭଟଲି ଥାନା ହାଲୁପାଲି ଗାଁର ସୁବ୍ରତ ଭୋଇ ଓ ତାଙ୍କ ବାପା ଉତ୍ତମ ଭୋଇକୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଅଭିଯୋଗ ମତେ ଯୁବତୀ ଜଣକ ହାଲୁପାଲିର ସୁବ୍ରତ ଭୋଇଙ୍କୁ ବିବାହ କରି ଅହମ୍ମଦାବାଦରେ ରହୁଥିଲେ। ୩୧ ଜୁଲାଇରେ ଉଭୟ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇ ଏକ କାର ଭଡ଼ା କରି ହାଲୁପାଲି ଅଭିମୁଖେ ଆସିଥିଲେ। କିନ୍ତୁ ବରଡ଼ୋଲଦେଓଗାଁ ରାସ୍ତାରେ ଥିବ ଗିରିସୁଲ ନଦୀରେ ଓହ୍ଲାଇ କାରକୁ ସୁବ୍ରତ ଫେରାଇ ଦେଇଥିଲେ।

ସେଠି ଛିଡ଼ା ହେବାର କିଛି କ୍ଷଣ ଭିତରେ ଏକ ବାଇକ୍‌ରେ ସୁବ୍ରତଙ୍କ ପିତା ଉତ୍ତମ ଭୋଇ ଆସିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଉଭୟ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତଣ୍ଟିଚିପି ଦେବା ପରେ ସେ ଅଚେତ ହୋଇଯାଇଥିଲେ । ପରେ ମରିଯାଇଥିବା ଭାବି ଫୋପାଡ଼ି ଦେଇ ଫେରାର୍‌ ମାରିଥିଲେ । ପୁଣି କେହି ନଜାଣିଲା ଭଳି ସୁବ୍ରତ କମଗାଁ କ୍ୱାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ଅଗଷ୍ଟ ୧ ତାରିଖ ଦେଓଗାଁ ଗିରିସୁଲ ନଦୀ ପୋଲ ତଳୁ ବାଲି ନେବା ପାଇଁ ଆସିଥିବା ଜଣେ ଟ୍ରାକ୍ଟର ଚାଳକଙ୍କ ସୂଚନାକ୍ରମେ ଓ ବରଡ଼ୋଲବାସୀଙ୍କ ସହାୟତାରେ ନଦୀପଠାରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଖେଦାପାଲି ଡିଏଚ୍‌ଏଚ୍‌ରେ ଭର୍ତ୍ତି କରାଯାଇଥିଲା ଏବଂ ସ୍ଥିତି ବିଗଡ଼ିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ମୁମୂର୍ଷୁ ଯୁବତୀ ଜଣକ ବିଶେଷ କିଛି କହିବାର ସ୍ଥିତିରେ ନଥିଲେ ବି ହାଲୁପାଲିର ସୁବ୍ରତ ଭୋଇଙ୍କୁ ବିବାହ କରିଥିବା ସୂଚନା ଦେଇଥିଲେ । ଅନାଥ ବୋଲି ପରିଚୟ ଦେଇ ୩ ବର୍ଷ ତଳୁ ତାଙ୍କୁ ବିବାହ କରି ଏବେ ଘରକୁ ଆଣି ମାରିଦେବାର ଉପକ୍ରମ କରିଥିଲେ ବୋଲି ଯୁବତୀ ଜଣକ ଗଣମାଧ୍ୟମ ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ପୁଲିସ୍‌କୁ ସୂଚନା ଦେଇଥିଲେ । ଯୁବତୀଙ୍କ ନିକଟରୁ ମିଳିଥିବା ୟୁନିକ୍‌ ଆଇଡେଣ୍ଟିଟି କାର୍ଡ଼ ଓ କାଗଜପତ୍ରରୁ ସେ ଛତିସଗଡ଼ ରାଜ୍ୟ ରାଜନନ୍ଦଗାଓଁ ଅନ୍ତର୍ଗତ ପେଣ୍ଡ୍ରି ଭାନୁପୂରୀ ଅଞ୍ଚଳର ବୋଲି ଜଣାପଡ଼ିବା ପରେ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର