PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ବନ୍ଦ ଘରୁ ମିଳିଲା ଝିଅ ସହ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ , ଦୁଇଦିନ ପରେ ଯୁବତୀଙ୍କ ହୋଇଥାନ୍ତା ବାହାଘର…

ଗୋଷାଣି, ୦୮/୦୩: ଦୁଇଦିନ ପରେ ହୋଇଥାନ୍ତା ଝିଅର ବାହାଘର । ହେଲେ ରବିବାର ସନ୍ଧ୍ୟାରେ ଘଟିଛି ଅଭାବନୀୟ କାଣ୍ଡ । ଉକ୍ତ ଝିଅ ସହ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଦେଖିବାକୁ ମିଳିଛି ଝିଅର ଘରେ। ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଗୁରାଣ୍ଡି ଥାନା ଅଧୀନ କାଣ୍ଟ୍ରାଗଡ଼ ପଞ୍ଚାୟତର ଆରିବା ଗ୍ରାମରେ ଘଟିଛି ଏହି ଦୃଦୟ ବିଦାରକ ଘଟଣା । ମୃତକ ଗ୍ରାମର ଏସ୍‌.ବାବୁ ରାଓଙ୍କ ଝିଅ ଏସ୍‌.ଦିଲ୍ଲେଶ୍ୱରୀ(୨୧) ଓ ଉକ୍ତ ସାହିର ସ୍ୱର୍ଗତ ପି.ଆପ୍ପା ରାଓଙ୍କ ପୁଅ ପି.ତାଲୁରୁ ଶ୍ରୀନୁ(୨୫) । କାଣ୍ଟ୍ରାଗଡ଼ ସରପଞ୍ଚଙ୍କ ସ୍ୱାମୀ ସନ୍‌ମୁଖ ରାଓଙ୍କ ଠାରୁ ଖବର ପାଇ ଗୁରାଣ୍ଡି ଥାନା ଏସ୍‌ଆଇ ଲୋକନାଥ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ରାତି ହୋଇଯାଇଥିବାରୁ ଆଜି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବ ଏବଂ ତଦନ୍ତ ପରେ ଯାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଲୋକନାଥ ବେହେରା ସୂଚନା ଦେଇଛନ୍ତି । ଏବେ ବି ଘଟଣାସ୍ଥଳରେ ପୁଲିସ ଜଗି ରହିଥିବା ଏସ୍‌ଆଇ କହିଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ଆରିବା ଗ୍ରାମର ଏସ୍‌.ବାବୁ ରାଓ ଓ ତାଙ୍କ ପତ୍ନୀ ଜମିକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ଦେଖନ୍ତି ତ ଝିଅ ଏସ୍‌.ଦିଲ୍ଲେଶ୍ୱରୀ ଓ ତାଙ୍କ ସାହିର ଅଟୋ ଚାଳକ ପି.ତାଲୁରୁ ଶ୍ରୀନୁର ରକ୍ତାକ୍ତ ମୃତଦେହ ଗୋଟିଏ ସ୍ଥାନରେ ପଡ଼ିଛି । ରକ୍ତରେ ସମ୍ପୂର୍ଣ୍ଣ ଘର ବୋହିଯାଇଛି । ଏ ନେଇ ରାତି ପ୍ରାୟ ୮ଟା ସମୟରେ ଏସ୍‌.ବାବୁ ରାଓ ସରପଞ୍ଚଙ୍କୁ ଖବର ଦେଇଥିଲେ । ପରେ ସରପଞ୍ଚଙ୍କ ସ୍ୱାମୀ ଗୁରାଣ୍ଡି ଥାନାକୁ ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ଦିଲ୍ଲେଶ୍ୱରୀଙ୍କ ବାହାଘର ଅନ୍ୟତ୍ର ହେବାର ଥିଲା । ବିବାହର ଦୁଇଦିନ ପୂର୍ବରୁ ଦିଲ୍ଲେଶ୍ୱରୀଙ୍କ ସହ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର