PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଯୁବକ ଗିରଫ

ଭୁବନେଶ୍ୱର ୨୬/୧୨: ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ବୁଧବାର ନୟାପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ସେ ହେଲେ କଟକ ଜିଲ୍ଲା ମାହାଙ୍ଗାର ସେଖ୍‌ ରଜାକ୍‌ ଟୁଲା(୨୪) । ପୁଲିସ୍‌ ଟୁଲାକୁ ବୁଧବାର ଅପରାହ୍ଣରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ନୟାଗଡର ମିଲି (ଛଦ୍ମନାମ ୨୬ ବର୍ଷ) ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ରହି ଟ୍ରେନିଂ ନେଉଥିଲେ । ସେଠାରେ ଅଭିଯୁକ୍ତ ଟୁଲା ମଧ୍ୟ ଟ୍ରେନିଂ ନେଉଥିଲେ । ଟୁଲାଙ୍କ ସହ ମିଲିର ସାକ୍ଷାତ ହୋଇଥିଲା । ଉଭୟଙ୍କ ମଧ୍ୟରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲା । ଆଇଆରସି ଭିଲେଜରେ ରହୁଥିବା ଅନ୍ୟ ଜଣେ ଯୁବକଙ୍କ ସହ ମିଲିର ପ୍ରେମ ସଂପର୍କ ଥିଲା । ପ୍ରେମୀଯୁଗଳ ଅନେକ ଆଡେ ବୁଲାବୁଲି କରିବା ସହ ଦୁହେଁ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସାଇତି ରଖିଥିଲେ । ଟ୍ରେନିଂ ସମୟରେ ଅଭିଯୁକ୍ତ ଟୁଲା କୌଶଳକ୍ରମେ ମିଲିଙ୍କ ମୋବାଇଲରୁ ସେ ସବୁ ଫଟୋ ଓ ଭିଡ଼ିଓ ନିଜ ମୋବାଇଲକୁ ନେଇଯାଇଥିଲେ । ପରେ ଟୁଲା ମିଲିକୁ କହିଥିଲେ, ମୋ’ ସହ ରାତି ନ କାଟିଲେ ତୁମର ଯେଉଁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଅଛି ମୁଁ ସେ ସବୁ ସୋସିଆଲ ମିଡ଼ିଆରେ ଛାଡି ଦେବି । ଏହାପରେ ମିଲି ଘଟଣା ବିଷୟରେ ତାଙ୍କ ପ୍ରେମିକକୁ ଜଣାଇଥିଲେ । ତା’ପରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର