PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଅଶ୍ଲୀଳ ଫଟୋ ଭାଇରାଲ୍‌, ବ୍ଲାକ୍‌ମେଲିଂ ଘଟଣାରେ ପ୍ରେମିକ ଗିରଫ

ଭୁବନେଶ୍ୱର ୨୫/୧୨: ପ୍ରେମିକାର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ପ୍ରେମିକ ଜଣକ ହେଲେ ବଡ଼ଗଡ ବ୍ରିଟ୍‌ କଲୋନୀରେ ରହୁଥିବା ପୁରୀ ଜିଲ୍ଲା ଗୁରୁଡ଼ିପାଲିଆ ଅଞ୍ଚଳ ବିଜୟ କୁମାର ପ୍ରଧାନ(୨୪) । ବିଜୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରା ଯାଇଛି ।

ସୂଚନା ମୁତାବକ, ବିଜୟ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ସତ୍ୟନଗରରେ ଘର ଭଡ଼ା ନେଇ ରହୁଥିବା ଭଦ୍ରକର ଜଣେ ଯୁବତୀଙ୍କ ସହ ବିଜୟଙ୍କର ପ୍ରେମ ହୋଇଥିଲା । ପରବର୍ତ୍ତୀ ସମୟରେ ବିଜୟ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଫଟୋ ଓ ଭିଡିଓ ସୁଟିଂ କରିଥିଲା । ତେବେ କିଛି ଦିନ ପରେ ଯୁବତୀ ଜାଣିବାକୁ ପାଇଥିଲେ ବିଜୟଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହିଛି। ତେଣୁ ସେ ବିଜୟ ଠାରୁ ଦୂରେଇ ରହିଥିଲେ। ଏହାପରେ ବିଜୟ ତାଙ୍କୁ ଫଟୋ ଓ ଭିଡିଓ ପଠାଇ ବ୍ଲାକ୍‌ମେଲିଂ କରିଥିଲେ। ତେଣୁ କିଛି ଉପାୟ ନ ପାଇ ଘଟଣା ବିଷୟରେ ସଂପୃକ୍ତ ଯୁବତୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର