PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ପ୍ରେମ ନିବେଦନ ବିଫଳର ପ୍ରତିଶୋଧ! ଛାତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇ ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର ୧୨/୧୨: ନିଜ ସହପାଠିନୀଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ କଙ୍କଡାହାଡ ଅଞ୍ଚଳର ବିବେକାନନ୍ଦ ପାତ୍ର। ପୁଲିସ ବିବେକାନନ୍ଦଙ୍କୁ ଆଜି କୋର୍ଟଚାଲାଣ କରିଛି।

ପୁଲିସ କହିବା ମୁତାବକ, ବିବେକାନନ୍ଦ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଛନ୍ତି । ତାଙ୍କ ବ୍ୟାଚର ଜଣେ ଅଣଓଡିଆ ଛାତ୍ରୀଙ୍କୁ ସେ ଏକତରଫା ପ୍ରେମ କରୁଥିଲେ । ପ୍ରେମ ନିବେଦନରେ ବିଫଳ ହେବାରୁ ପ୍ରତିଶୋଧ ପରାୟଣ ହୋଇ ବିବେକାନନ୍ଦ ତାଙ୍କୁ ହଇରାଣ କରିବା ଆରମ୍ଭ କଲେ । ଗତ ସପ୍ତାହରେ କୌଣସି ସୂତ୍ରରୁ ଛାତ୍ରୀଙ୍କ ମୋବାଇଲ ନମ୍ବର ହାତେଇଥିଲେ । ଛାତ୍ରୀଙ୍କ ହ୍ୱାଟସ୍‌ଅପ୍‌ ନମ୍ବରକୁ ଅଶ୍ଳୀଳ ମେସେଜ ଓ ଧମକ ଭରା ମେସେଜ ପଠାଇଥିଲେ । ଏନେଇ ଛାତ୍ରୀଜଣକ ଗତକାଲି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଆଜି ବିବେକାନନ୍ଦଙ୍କୁ ନୂଆପଲ୍ଲୀ ବେହେରାସାହିସ୍ଥିତ ଭଡଘରୁ ଉଠାଇ ଆଣିଛି ।