PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଗଞ୍ଜାମରେ ମୃତ୍ୟୁପୂର୍ବରୁ ଏପରି କହିଥିଲେ ପ୍ରେମିକା – ପ୍ରେମିକ ପୋଡି ଦେଉଥିବା ବେଳେ ଛଟପଟ ହୋଇ ସାହାଯ୍ୟ ପାଇଁ କରିଥିଲେ ଚିତ୍କାର

ପୁରୁଷୋତ୍ତମପୁର: ନୃଶଂସ ପ୍ରେମିକର ବର୍ବରକାଣ୍ଡ। ଯାହାକୁ ଭଲ ପାଉଥିଲା ତାକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପ୍ରତାପୁର ଗ୍ରାମରେ। ମୃତ ଯୁବତୀ କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା (୨୫)। ଅଭିଯୁକ୍ତ ପ୍ରେମିକ ପ୍ରତାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କୁ ଅଟକ ରଖାଯାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକମାନେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା ।

ସେହି ସମୟରେ ମୃତ୍ୟବେଳର କଥାକୁ ଅତି କଷ୍ଟର ସହ କହିଥିଲେ ପୀଡିତା ସେହି ସମୟରେ ଏହି କଥା କହିଥିଲେ …..

ମୃତ୍ୟୁକାଳୀନ ଜମାନବନ୍ଦୀ
ପୋଲିସ ତମକୁ କିଏ ନିଆଁ ଲଗାଇଲା….

ପୀଡିତା- କୃଷ୍ଣଚନ୍ଦ୍ର ସାହୁ
ପୋଲିସ-କୋଉ ଗାଁ.
ପୀଡିତା-ପ୍ରତାପପୁର ଗୌଡସାହି….

ମତେ ସେ ଭଲ ପାଉଥିଲା….
ପୋଲିସ- ତତେ ସେ ନିଆଁ ଲଗାଇଲା…

ପୀଡିକା….ହଁ………
ପୀଡିତା – ମୁଁ କହିଲି ଆମେ ବାବା ହେବା ସେ କହିଲା ହଁ ବାହା ହେବା ଆଉଥରେ କହିଲା ବାହା ହେବାନି …….

ମୁଁ କହିଲି କାହିଁକି ବାହା ହେବାନି…..
ସେ କହିଲା ମୋର ମାମୁର ଝିଅ ସହ ମୋର ବାହାଘର ଠିକ୍‌ ହୋଇଛି ………….

ସ୍ପିରିଟ ପକାଇଲା ନିଆଁ ଲଗାଇଲା…..

ଥାନା ସୂତ୍ରରୁ ପ୍ରକାଶ, ପ୍ରତାପୁର ଗ୍ରାମ ଛକ ନିକଟରେ ଏକ ପରିତ୍ୟକ୍ତ ଗୁଣ୍ଡି କାରଖାନା ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରେ ଜଣେ ଯୁବତୀଙ୍କ ରକ୍ଷା କର ରକ୍ଷା କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ିଥିଲେ ସ୍ଥାନୀୟ ଲୋକେ । ଯୁବତୀ ଜଣଙ୍କ ଜଳୁଥିବା ଦେଖି ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ପୁଲିସ ଓ ଦମକଳ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲେ। ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିଲା। ପୁରୁଷୋତ୍ତମପୁର ଡାକ୍ତରଖାନାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ନିତିଶ ତ୍ରିପାଠୀ ଯୁବତୀଙ୍କ ବୟାନ ରେକର୍ଡ କରିଛନ୍ତି । ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପୁର ବୋଲି କହିଥିଲେ । ଯୁବକଙ୍କ ମୋବାଇଲ୍‌ ନମ୍ବର ବି ଦେଇଥିଲେ । ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଛି । ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍‌ ଜବତ କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ଡାକ୍ତରଖାନାରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ଅଭିଯୋଗ ହୋଇଛି, ପ୍ରେମିକ କୃଷ୍ଣଙ୍କ ସହ ଶୁଭସ୍ମିତାଙ୍କ ସମ୍ପର୍କ ରହିଥିଲା।ମଙ୍ଗଳବାର ଯୁବତୀଙ୍କୁ ପ୍ରେମିକ ଜଣଙ୍କ ଡକାଇଥିଲେ। ଯୋଜନା ମୁତାବକ ପ୍ରେମିକା ଉପରେ ସ୍ପିରିଟ୍‌ କିମ୍ବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ହୁତୁହୁତୁ ହୋଇ ଯୁବତୀ ଜଣଙ୍କ ଜଳୁଥିବାବେଳେ ଯୁବକ ଜଣଙ୍କ ଚମ୍ପଟ ହୋଇଯାଇଥିଲା । ସ୍ଥାନୀୟ ଲୋକ ଯୁବତୀଙ୍କ ରକ୍ଷା କର ରକ୍ଷା କର….ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା। ଲୋକମାନେ ଖବର ଦେବାପରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲା।