ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଓଡ଼ିଶା ପ୍ରତି ବିପଦ ନାହିଁ , ମିଆଁମାର ଉପକୂଳ ଆଡକୁ ମୁହାଁଇବାର ସମ୍ଭାବନା ଅଧିକ ।

low-pressure-cyclone

ନୂଆଦିଲ୍ଲୀ ଏପ୍ରିଲ ୨୩ – ଏପ୍ରିଲ ମାସ ଶେଷ ବେଳକୁ ବଙ୍ଗୋପ ସାଗରେର ପ୍ରି ମନସୁନ୍‌ ଲୋ ପ୍ରେସର ଏରିଆ ବା ଲଘୁ ଚାପ ସୃଷ୍ଟି ହେବ ବୋଲି ମିଆଁମାରର ଜାତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜ ନିକଟସ୍ଥ ଆଣ୍ଡାମାନ ସାଗରରେ ଏହା ଏପ୍ରିଲ ମାସ ଶେଷ ବେଳକୁ ସୃଷ୍ଟି ହେବା ଓ ଘନୀଭୂତ ହୋଇ ସାମୁଦ୍ରକ ଝଡର ରୂପ ନେଇ ପାରେ ବୋଲି ମିଆଁମାର ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଚଳିତ ବର୍ଷର ପ୍ରଥମ ପ୍ରି ମନସୁନ୍‌ ଲୋ ପ୍ରେସର ଏରିଆ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଏପ୍ରିଲ ମାସ ଶେଷ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ମଧ୍ୟରେ ଏହା ସୃଷ୍ଟି ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ଓ୍ୱିଣ୍ଡ ପ୍ରୋଫାଇଲ୍‌ ମ୍ୟାପରେ ମିଆଁମାର ଏଜେନ୍ସି ପକ୍ଷରୁ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ମଧ୍ୟରେ ଦିଆଯାଇଥିବା ଲୋ ପ୍ରସେର ଏରିଆ ସହ ସହମତ ହେଉଛି । 3

ଓଡିଶାର କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଆମେରିକାର ନ୍ୟାସନାଲ୍‌ ଓସିଓନିକ୍‌ ଆଟ୍‌ମୋସ୍ପିଅରିକ୍‌ ଆଡମିନିଷ୍ଟ୍ରେସନ ଓ ଅଷ୍ଟ୍ରେଲିଆର ୱେଦର ବ୍ୟୁରୋ ମଡେଲ୍‌କୁ ବିଶ୍ଳେଷଣ କରି ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ବତ୍ୟାର ରୂପ ନେଇ ପାରେ ବୋଲି ପୂର୍ବାନୁମାନ କରିଛନ୍ତି । ମାତ୍ର ଏହା ଭାରତର ପୂର୍ବଉପକୂଳ ବା ଓଡ଼ିଶା ଆଡକୁ ନ ମୁହାଁଇ ମିଆଁମାର ଉପକୂଳ ଆଡକୁ ହତି କରିବ ବୋଲି ପୂର୍ବାନୁମାନ କରିଛନ୍ତି ।

ଗତ ବର୍ଷ ଓଡିଶାର ଉପକୂଳକୁ ମେ ମାସ ୩ ତାରିଖରେ ନଷ୍ଟଭ୍ରଷ୍ଟ କରି ଦେଇଥିଲା । ସାମୁଦ୍ରିକ ଝଡ ଫୋନି(ଫଣୀ) । ତେବେ ଏବେ ପ୍ରାକ ମୌସୁମୀ ବାତ୍ୟା ଘନୀଭୂତ ହେବାର ପ୍ରକ୍ରିୟା ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ମାସର ଶେଷ ଭାଗକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଘୂର୍ଣ୍ଣିଝଡ଼ ରୂପ ନେଇପାରେ । ମାଡ୍ଡେନ ଜୁଲିଆନ୍‌ ଓସିଲାଇସନ (ଏମ୍‌ଜେଓ) ଅଧ୍ୟୟନରୁ ଏହାର ସୂଚନା ମିଳିଛି ।

ଏମ୍‌ଜେଓ ବର୍ତ୍ତମାନ ସକ୍ରିୟ ଭାବେ ଭାରତ ମହାସାଗରରେ ପଶ୍ଚିମ ଗୋଲାର୍ଦ୍ଧରୁ ପୂର୍ବ ଆଡ଼କୁ ମୁହାଁଉଛି । ଫଳରେ ପୂର୍ବ ଭାରତ ମହାସାଗରରେ ଅତ୍ୟଧିକ ମେଘ ସୃଷ୍ଟି ହେବା ସହ ବର୍ଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଏପ୍ରିଲ ୨୭ ପର୍ଯ୍ୟନ୍ତ ଏମ୍‌ଜେଓ ପ୍ରଭାବ ବଢ଼ିବ । ତା’ ପରବର୍ତ୍ତୀ ସପ୍ତାହରେ ଏହା ପଶ୍ଚିମ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରକୁ ନ ଯାଇ ଭାରତ ମହାସାଗରରେ ସୀମିତ ରହିବ । ବାୟୁର ବେଗ ସହ ପୃଥିବୀ ପୃଷ୍ଠରୁ ବିକରିତ ରଶ୍ମୀ (ଓଏଲ୍‌ଆର୍‌) ଓ ସାମୁଦ୍ରିକ ଜଳପତ୍ତନ ତାପମାତ୍ରାରୁ ଆକଳନ କରାଯାଇଛି ଯେ, ଏପ୍ରିଲ ୨୯ କିମ୍ବା ୩୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ସଂଗଠିତ ହୋଇ ଏକ ଲଘୁଚାପ ସୃଷ୍ଟି ହେବ । ଯାହାକି ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ (ବାତ୍ୟା) ରୂପ ନେବା ସମ୍ଭାବନା ଅଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ସେତେବେଳର ଜଳପତ୍ତନ ଓ ବାୟୁର ଦିଗ ଉପରେ ନିର୍ଭର କରେ ।

   ସମ୍ବନ୍ଧିତ ଖବର


ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ : ମିଳିନି ପରିଚୟ, ଚାଲିଛି ତଦନ୍ତ

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା, ଅଳ୍ପକେ ବର୍ତ୍ତିଲେ ଘରେ ଥିବା ୭ ଜଣ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ