ଅମ୍ପାନ ପରେ ଦକ୍ଷିଣ ଆଣ୍ଡାମାନରେ ଆଉଏକ ଲଘୁଚାପ- ବାତ୍ୟା ସମ୍ଭାବନା ନଥିବା ସୂଚନା

ନୂଆଦିଲ୍ଲୀ – ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେଉଥିବା କଥା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅମ୍ପାନ ମଧ୍ୟ ପ୍ରାୟ ଏହି ସ୍ଥାନରୁ ସୃଷ୍ଟି ହୋଇଥିଲା। ମାତ୍ର ଏହି ଲଘୁଚାପ ବାତ୍ୟାରେ ପରିଣତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଏହାର ଠିକ୍‌ ବିପରୀତ ଗୋଲାର୍ଦ୍ଧରେ ଥିବା ଅଷ୍ଟ୍ରେଲିଆ ଉପକୂଳରେ ଆଉ ଏକ ଲୋ ପ୍ରେସର ଏରିଆ ବା ଲଘୁଚାପ ସୃଷ୍ଟି ହୋଇଛି । ଏଥିପାଇଁ ଏହି ଲଘୁଟାପ ଦୁର୍ବଳ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାଶ ଓ ସୋଆ ସିଇସିର ଡକ୍ଟର ପ୍ରଫେସର ଶରତ ସାହୁ ମଧ୍ୟ ଏହି ଲଘୁଚାପ ଦୁର୍ବଳ ହୋଇଯିବ ବୋଲି ସୂଚନା ଦେଇଛନ୍ତି।

ତେବେ ଅମ୍ପାନପରେ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇଛି । ଟିଟିଲାଗଡ ଏତତଲା ଗଡରେ ପରିଣତ ହୋଇଛି । ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର ହୋଇଛି । ବିଭିନ୍ନ ସ୍ଥାନରେ ତତଲା ଝାଞ୍ଜି ପବନ ବହୁଛି। ରାଜ୍ୟରେ ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡିରେ ୨୭ ତାରିଖ ପର୍ଯ୍ୟନ୍ତ ହିଟ୍‌ ଓ୍ବେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ୩ ରୁ୪ ତାରିଖ ପରେ ଗୁଳୁଗୁଳି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

   ସମ୍ବନ୍ଧିତ ଖବର


ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !