ଭାରତ ଠାରୁ ବହୁତ ଅଧିକ ରହିଛି ପାକିସ୍ତାନର ରୋଷେଇ ଗ୍ୟାସ ମୂଲ୍ୟ,ବିଶ୍ବର ଏହି ଦେଶରେ ମଧ୍ୟ ଦର ରହିଛି ଆକାଶ ଛୁଆଁ

ନୂଆଦିଲ୍ଲୀ,୨।୫: ଲୋକସଭା ନିର୍ବାଚନ ଭିତରେ ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର(ରୋଷେଇ ଗ୍ୟାସ୍)ର ମୂଲ୍ୟ ବୃଦ୍ଧି ପାଇଛି। ସବସିଡି ଗ୍ୟାସ୍ ସିଲିଣ୍ଡରରେ ୨୫ ପଇସା ଓ ଅଣସବସିଡି ସିଲିଣ୍ଡର ମୂଲ୍ୟ ୬ଟଙ୍କାର ବୃଦ୍ଧି ଘଟିଛି। ଏହାଦ୍ବାରା ସାଧାରଣ ଲୋକଙ୍କ ବଜେଟ୍ ଉପରେ ଫରକ ପଡିବ ବୋଲି କୁହାଯାଉଛି। ଏବେ ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୪୯୬ ଟଙ୍କା ଓ ୧୪.୨ କିଲୋ ବିଶିଷ୍ଟ ସବସିଡି ସିଲିଣ୍ଡର ମୂଲ୍ୟ ୭୧୨ ଟଙ୍କାରେ ପହଁଞ୍ଚି ଯାଇଛି। ଭିନ୍ନ ଭିନ୍ନ ସହରରେ ମଧ୍ୟ ଏହାର ମୂଲ୍ୟ ୧ରୁ ୨ଟଙ୍କା ପ୍ରାର୍ଥକ୍ୟ ରହିଛି। ଇଣ୍ଡିଆନ ଅଏଲର ଅଫିସିଆଲ ଓ୍ବେବସାଇଟରୁ ମିଳିତିଲା ସୂଚନା ଅନୁସାରେ ୧ ମଇ ୨୦୧୪ରେ ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୪୧୪ ଟଙ୍କା ଥିଲା। ୧ ମଇ ୨୦୧୯ରେ ଏହାର ମୂଲ୍ୟ ୪୯୬.୧୪ ଟଙ୍କା ରହିଥିଲା।  

ଭାରତରେ ରୋଷେଇ ଗ୍ୟାସର ବର୍ଦ୍ଦିତ ମୂଲ୍ୟ ଭିତରେ ପାକିସ୍ତାନରେ ଗ୍ୟାସର ମୂଲ୍ୟ ସମ୍ପର୍କରେ ଯଦି ଜାଣିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନରେ ଏଲପିଜି ସିଲିଣ୍ଡର ମୂଲ୍ୟ ୧୫୨୨ ଟଙ୍କା ୬୫ ପଇସା ରହିଛି ପ୍ରତି ଗ୍ୟାସ୍ ସିଲିଣ୍ଡର ପ୍ରତି। ସେଭଳି ପାକିସ୍ତାନରେ ଗ୍ୟାସ ସିଲିଣ୍ଡରରେ ମାତ୍ର ୧୧.୮ କିଲୋଗ୍ରାମ ଗ୍ୟାସ ରହିଥାଏ। ସବୁଠାରୁ ଖାସ୍ କଥା ହେଉଛି ପାକିସ୍ତାନ ସହିତ ପ୍ରାୟ ସମସ୍ତ ପଡୋଶୀ ଦେଶରେ ଏଲପିଜି ମୂଲ୍ୟ ସବୁବେଳେ  କିଲୋଗ୍ରାମ ଗ୍ୟାସ୍ ହିସାବରେ ବଢିଥାଏ। ତେଣୁ ପାକିସ୍ତାନରେ ଏକ ଟଙ୍କା ଯଦି ଏଲପିଜି ମୂଲ୍ୟ ବଢେ ତେବେ ପ୍ରାୟ ୧୨ ଟଙ୍କା ବୃଦ୍ଧି ହୋଇଯାଇଥାଏ।

ପାକିସ୍ତାନରେ ରୋଷେଇ ଗ୍ୟାସ୍ ମୂଲ୍ୟ ଦୃତ ଗତିରେ ବଢିବାରେ ଲାଗିଛି। ଜାନୁଆରୀରେ ସେଠାରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କିଲୋ ହିସାବରେ ୨ଟଙ୍କା ବୃଦ୍ଦି କରାଯାଇଥିଲା। ତେବେ ସେତେବେଳେ ସିଲିଣ୍ଡରର ମୂଲ୍ୟ ୧୩୬୧ ଟଙ୍କା ରହିଥିଲା। କିନ୍ତୁ ,ହାପରେ ଲଗାତାର ବହୁବାର ଏହା ମୂଲ୍ୟ ବଢିଛି। ଶେଷରେ ଗତ ମାର୍ଚ୍ଚରେ ଏଠାରେ କିଲୋ ପ୍ରତି ୯ଟଙ୍କା ମୂଲ୍ୟ ବଢିଥିଲା। ସେବେଠାରୁ ନେଇ ଏପର୍ଯ୍ୟନ୍ତ ଏଠାରେ ସିଲିଣ୍ଡରର ମୂଲ୍ୟ ୧୫୨୨ଟଙ୍କା ୬୫ ପଇସା ରହିଛି। ଏବେ ପାକିସ୍ତାନରେ ଏକ କିଲୋ ରୋଷେଇ ଗ୍ୟାସର ମୂଲ୍ୟ ୧୨୯ଟଙ୍କା ରହିଛି ପ୍ରତି କିଲୋଗ୍ରାମକୁ।  

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଏଲପିଜି ଗ୍ୟାସର ମୂଲ୍ୟ ପାକିସ୍ତାନ ଠାରୁ ଅଧିକ ରହିଛି। ଏଠାରେ ରୋଷେଇ ଗ୍ୟାସର ସିଲିଣ୍ଡରରେ ୧୨.୫ କିଲୋଗ୍ରାମ ଗ୍ୟାସ ରହିଥାଏ। ସେଭଳି ସେପ୍ଟେମ୍ବର ୨୦୧୮ରେ ଗ୍ୟାସ୍ ଦାମ ବୃଦ୍ଧି ପରେ ସେଠାରେ ଗୋଟିଏ ସିଲିଣ୍ଡରର ମୂଲ୍ୟ ୧୭୩୩ ଟଙ୍କା ପହଁଞ୍ଚି ଯାଇଛି। ନେପାଳରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୪୦୦ ଟଙ୍କା ପ୍ରତି ସିଲିଣ୍ଡର ରହିଥିବା ବେଳେ ଭୁଟାନରେ ଏହାର ମୂଲ୍ୟ ୧୩୯୩ ପ୍ରତି ସିଲିଣ୍ଡରକୁ ରହିଛି।

ବାଂଲାଦେଶ ସରକାର ଗତ ବର୍ଷ ଡିସେମ୍ବରରେ ନିଜ ଦେଶର ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। କିନ୍ତୁ ସେତେବେଳେ ଏଠାରେ ମୂଲ୍ୟ ୧୧୦୦ ବାଂଲାଦେଶୀ ଟାକା ଥିଲା। ଭାରତରେ ଏହାର ମୂଲ୍ୟ ପ୍ରାୟ ୯୦୦ ଟଙ୍କା ପଡିବ। ସେଠାର ସିଲିଣ୍ଡରରେ ୧୨ କିଲୋ ଗ୍ୟାସ ରହିଥାଏ। ଏହାଛଡା ମିଆଁମାରରେ(ବର୍ମା)ରେ ଏହାର ମୂଲ୍ୟ ୧୫୦୦ କ୍ବାତ(ସେଠାର ମୁଦ୍ରା) ରହିଛି। ଯଦି ଏଲପିଜି ସିଲିଣ୍ଡରର ମୂଲ୍ୟ ଦେଖିବା ତେବେ ସବୁଠାରୁ ଅଧିକ ମୂଲ୍ୟ ଚୀନରେ ରହିଛି। ସେଠାରେ ଭାରତୀୟ ମୂଲ୍ୟ ଅନୁସାରେ ୧୮୨୦ ଟଙ୍କା ରହିଛି ପ୍ରତି ସିଲିଣ୍ଡରକୁ ଓ ସେଥିରେ ୧୨ କିଲୋଗ୍ରାମ ଗ୍ୟାସ୍ ରହିଥାଏ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ