ଏଲପିଜି ଡେଲିଭରି ବୟ ଆଗଧାଡ଼ିର ଯୋଦ୍ଧା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୨/୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଊଦ୍ଧ୍ୱର୍ ଏଲପିଜି ବିତରକଙ୍କ ସହ ଆଲୋଚନା କରିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଲକ୍‌ ଡାଉନ୍‌ ସମୟରେ ଘରେ ଘରେ ଏଲପିଜି ସିଲିଣ୍ଡର ଯୋଗାଣ କାର୍ଯ୍ୟକୁ ନିଶ୍ଚିତ କରିଥିବାରୁ ଏଲପିଜି ଡେଲିଭରି ବୟ ଏବଂ ବିତରକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବରରେ ଶ୍ରୀ ପ୍ରଧାନ ଡେଲିଭରି ବୟଙ୍କୁ ବର୍ତ୍ତମାନ ସମୟରେ ଆଗଧାଡ଼ିର ଯୋଦ୍ଧା ସହ ତୁଳନା କରିଛନ୍ତି ।

ସେ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍‌ ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀମାନଙ୍କୁ ମାଗଣାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ପହଞ୍ଚାଇବା କାମକୁ ସଠିକ୍‌ ଭାବରେ କରିବା ନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

ଆଲୋଚନା କାଳରେ ଶ୍ରୀ ପ୍ରଧାନ ଏଲପିଜି ବିତରକ ତଥା କର୍ମଚାରୀ ଓ ଡେଲିଭରି ବୟଙ୍କୁ କରୋନା ଭାଇସରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେ ମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ବିତରକମାନଙ୍କୁ କହିଥିଲେ ।
ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଡେଲିଭରି ବୟଙ୍କୁ ଫେସ୍‌ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‌, ହାତକୁ ସଫା କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସଚେତନତା କରିବା ସହ ଡେଲିଭରି ସମୟରେ ମଧ୍ୟ ଉପରୋକ୍ତାଙ୍କୁ ସଚେତନ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଚାରବିମର୍ଷ କରିଥିଲେ ।

ଶ୍ରୀ ପ୍ରଧାନ କରୋନା ସଂକ୍ରମଣର ବିପଦକୁ କମ୍‌ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା, ସ୍ୱଚ୍ଛତା କାର୍ଯ୍ୟକୁ ଜାରି ରଖିବାକୁ ବିତରକମାନଙ୍କୁ ଆହ୍ୱାନ କରିଥିଲେ । ଏହାସହ ଆଗଧାଡ଼ିର ଏଲପିଜି ଯୋଦ୍ଧାମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କର ଯତ୍ନ ନେବାକୁ ଶ୍ରୀ ପ୍ରଧାନ ବିତରକମାନଙ୍କୁ ଏହି ଆଲୋଚନାରେ ଆହ୍ୱାନ ଦେଇଥିଲେ ।

   ସମ୍ବନ୍ଧିତ ଖବର


ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା