LPG ସିଲିଣ୍ଡର ପାଇଁ ଇନସ୍ୟୁରାନ୍ସ କଭର ନେଲେ ମିଳିବ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ ୨୨/୧୧: ଏଲପିଜି ସିଲିଣ୍ଡର ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଅନେକ ସମୟରେ ଏନେଇ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଥାଏ । ଏଲପିଜି ସିଲିଣ୍ଡରରୁ ହୋଇଥିବା ଦୁର୍ଘଟଣା ଯୋଗୁଁ ପରିବାରର ସଦସ୍ୟ ଆହତ ହୋଇପାରନ୍ତି କିମ୍ବା ମୃତ୍ୟୁ ଘଟିପାରେ । ଏହା ସହିତ ଘରର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇପାରେ । ତେଣୁ ଏଭଳି କ୍ଷେତ୍ରରେ ଏଲପିଜି ସିଲିଣ୍ଡର ପାଇଁ ଏକ ଇନସ୍ୟୁରାନ୍ସ କଭର ସମ୍ପର୍କରେ ଜାଣିବା ଉଚିତ୍ ଯାହା କି ଭବିଷ୍ୟତରେ ଏମିତି ଅପ୍ରତ୍ୟାଶିତ ସ୍ଥିତିକୁ ସାମ୍ନା କରିବାରେ ସହଜ ହେବ ।

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଆହତ, ମୃତ୍ୟୁ, ଘରୋଇ ପ୍ରପୋର୍ଟି ନଷ୍ଟ ସ୍ଥିତିରେ ଏହି ଇନସ୍ୟୁରାନ୍ସ କଭର କାମରେ ଆସିପାରେ । ଅଏଲ ମାର୍କେଟିଂ କମ୍ପାନୀମାନେ ଓ ଡିଲର  ଏହିଭଳି ଏକ ପ୍ରକାର ଏଲପିଜି ଗ୍ୟାସ୍ ଇନସ୍ୟୁରାନ୍ସ ପଲିସି ଯୋଗାଇଦେଉଛି ଯାହା ଇନସ୍ୟୁରାନ୍ସ କଭର ଭଳି ହୋଇଥାଏ ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଭଳି ଅଏଲ୍ ମାର୍କେଟିଂ କମ୍ପାନୀମାନେ ଏକ କମ୍ପ୍ରେହେନସିଭ୍ ଇନସ୍ୟୁରା୍ସ ପଲିସି ନେଇଥାନ୍ତି । ଏହି ପଲିସିରେ ଏଲପିଜି ସମ୍ପର୍କିତ ଦୁର୍ଘଟଣା ସ୍ଥିତିରେ ପ୍ରଭାବିତ ଲୋକଙ୍କୁ ଆଶ୍ୱସ୍ତି ମିଳିପାରିବ । ଏହି କମ୍ପାନୀରୁ ରେଜିଷ୍ଟର୍ଡ ସମସ୍ତ ଗ୍ରାହକଙ୍କୁ କଭର ମିଳିଥାଏ ।

ପଲିସି କଭରେଜରେ କଣ ସାମିଲ ହୋଇଥାଏ ?
ଅଏଲ୍ ମାର୍କେଟିଂ କମ୍ପାନୀମାନେ ଯେଉଁ ପବ୍ଲିକ ଲାୟବିଲିଟି ଇନସ୍ୟୁରାନ୍ସ ପଲିସି ନେଇଥାନ୍ତି ସେଥିରେ ଇନସ୍ୟୁରାନ୍ସ ପଲିସିରେ ଦୁର୍ଘଟଣା ଯୋଗୁଁ ହେଉଥିବା କ୍ଷତିରେ କଭର ମିଳିଥାଏ । ତେବେ ଧ୍ୟାନ ଦେବାକୁ ପଡିବ ଯେ ଏହି ଇନସ୍ୟୁରାନ୍ସ କଭରର ଲାଭ ସେହି ସ୍ଥିତିରେ ମିଳିବନି ଯଦି ଦୁର୍ଘଟଣାର ଉତ୍ସ ଅନ୍ୟ କିଛି ହୋଇଥିବ । ଅର୍ଥାତ୍ ଏଲପିଜି ପ୍ରାଥମିକ କାରଣ ବା ଉତ୍ସ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଦ୍ୱାରା ଜୁଲାଇ ୨୦୧୯ରେ ରାଜ୍ୟସଭାକୁ ଏହି ଇନସ୍ୟୁରାନ୍ସ କଭର ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଏଥିରେ କୁହାଯାଇଥିଲା କି ମୃତ୍ୟୁ ସ୍ଥିତିରେ ୬ ଲକ୍ଷ ଟଙ୍କା ପ୍ରତି ବ୍ୟକ୍ତିଙ୍କ ଆକ୍ସିଡେଣ୍ଟ କଭର ମିଳିବ । ମେଡିକାଲ ଖର୍ଚ୍ଚ କଭର ୩୦ ଲକ୍ଷ ଟଙ୍କା ହେବ ଯେଉଁଥିରେ ସର୍ବାଧିକ ୨ ଲକ୍ଷ ଟଙ୍କା ପ୍ରତି ବ୍ୟକ୍ତିକୁ ମିଳିବ । ଘରୋଇ ପ୍ରପୋର୍ଟର କ୍ଷତି ହେଲେ ଗ୍ରାହକଙ୍କୁ ରେଜିଷ୍ଟର୍ଡ ଘର ଉପରେ ପ୍ରତି ମାମଲାରେ ସର୍ବାଧିକ ୨ ଲକ୍ଷ ଟଙ୍କାର କଭର ମିଳିବ ।

କ୍ଲେମ୍ ପ୍ରୋସେସ ଏହି ସରକାରୀ ଅଏଲ୍ ମାର୍କେଟିଂ ଦ୍ୱାରା ନିଆଯାଇଥିବା ଇନସ୍ୟୁରାନ୍ସ ପଲିସିରେ ମଧ୍ୟ ସମସ୍ତ ରେଜିଷ୍ଟର୍ଡ ଏଲପିଜି ଗ୍ରାହକ ସାମିଲ ହୋଇଥାନ୍ତି । କୌଣସି ବି ଦୁର୍ଘଟଣା ସ୍ଥିତିରେ ବ୍ୟକ୍ତିଙ୍କୁ ତୁରନ୍ତ ଡିଷ୍ଟ୍ରିବ୍ୟୁଟରଙ୍କୁ ଲିଖିତରେ ସୂଚନା ଦେବା ଉଚିତ୍ । ଡିଷ୍ଟ୍ରିବ୍ୟୁଟର ଏହି ସୂଚନା ତେଲ କମ୍ପାନୀକୁ ଏବଂ ଇନସ୍ୟୁରାନ୍ସ କମ୍ପାନୀକୁ ଦେବ । ଏହା ପରେ ତେଲ କମ୍ପାନୀ ତରଫରୁ ସମ୍ପନ୍ଧିତ ଦୁର୍ଘଟଣା ଯୋଗୁଁ ଇନସ୍ୟୁରାନ୍ସ କ୍ଲେମର ଔପଚାରିକତା ପୂରଣ କରାଯିବ ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ