ଖୁସିଖବର: LPG ସିଲିଣ୍ଡର ଏ‌ବେ ହୋଇଗଲା ଶସ୍ତା, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ନୂଆ ଦାମ୍

ନୂଆଦିଲ୍ଲୀ,୧।୫: ଲକଡାଉନ୍ ଭିତରେ ଏକ ଭଲ ଖବର। ତାହା ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ବହୁ ପରିମାଣରେ ହ୍ରାସ ଘଟିଛି। ଏବେ ଲକଡାଉନ୍ ଭିତରେ ଦରଦାମ ବୃଦ୍ଧିରୁ ଭିତରେ ରୋଷେଇ ଗ୍ୟାସ ମୂଲ୍ୟ କମିବା ପରେ ଏବେ ସାଧାରଣ ଲୋକଙ୍କ ପାଇଁ ଏହା ବଡ ଧରଣର ଆଶ୍ବସ୍ତିଜନକ ଖବର। ଅଏଲ ମାର୍କେଟିଂ କମ୍ପାନୀ (HPCL,BPCL, IOC)  ପକ୍ଷରୁ ବିନା ସବସିଡି ଯୁକ୍ତ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡର  (LPG Gas Cylinder) ମୂଲ୍ୟରେ ବଡ ଧରଣର କାଟ୍ କରିଛନ୍ତି। ୧୪.୨ କିଲୋଗ୍ରାମ ଅଣ-ସବସିଡି ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପରେ ଦିଲ୍ଲୀରେ ୧୬୨.୦୫ ଟଙ୍କା ହ୍ରାସ ପାଇଛି।

ସିଲିଣ୍ଡରର ନୂଆ ଦାମ୍ ସାରା ଦେଶରେ ଲାଗୁ ହୋଇଛି। ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ-ସବସିଡି ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରି ୫୮୧ ଟଙ୍କା ରଖାଯାଇଛି, ଯାହାକି ପୂର୍ବରୁ ୭୪୪ ଥିଲା। ସେଭଳି କୋଲକାତାରେ ୭୭୪ଟଙ୍କା ୫୦ ପଇସାରୁ  ହ୍ରାସ ପାଇଁ ୫୮୪ ଟଙ୍କା ୫୦ ପଇସା ରହିଛି। ମୁମ୍ବାଇରେ ୭୧୪ ଟଙ୍କା ୫୦ ପଇସାରୁ ହ୍ରାସ ପାଇଁ ୫୭୯ ଟଙ୍କା ଓ ଚେନ୍ନାଇରେ ୭୫୧ ଟଙ୍କା ୫୦ ପଇସାରୁ ହ୍ରାସ ପାଇଁ ୫୬୯ ଟଙ୍କା ୫୦ ପଇସା ହୋଇଛି।

ତୈଳ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମର ସିଲିଣ୍ଡର ଦାମରେ ମଧ୍ୟ ହ୍ରାସ ଘଟିଛି। ନୂତନ ଦର ଆଜିଠାରୁ  ହୋଇଯାଇଛି। ନୂଆଦିଲ୍ଲୀରେ ୧୯ କିଲୋଗ୍ରାମର ରୋଷେଇ ଗ୍ୟାସ୍ ସିଲିଣ୍ଡର ୨୫୬ ଟଙ୍କା ଶସ୍ତା ହୋଇଛି। ଏବେ ଗ୍ୟାସ ସିଲିଣ୍ହର ମୂଲ୍ୟ ୧୨୮୫ଟଙ୍କା ୫୦ ପଇସାରୁ ହ୍ରାସ ପାଇ ୧୦୨୯ ଟଙ୍କା ୫୦ ପଇସା ହୋଇଯାଇଛି। କୋଲକାତାରେ ଏହାର ମୂଲ୍ୟ ହ୍ରାସ ପାଇଁ ୧୦୮୬.୦୦ ଟଙ୍କା, ମୁମ୍ବାଇରେ ୯୭୮ ଟଙ୍କା ଓ ଚେନ୍ନାଇରେ ୧୧୪୪ ଟଙ୍କା ୫୦ ପଇସା ହୋଇଯାଇଛି।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ