ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜନସେବା କେନ୍ଦ୍ରରେ ମିଳିବ ଏଲ୍‌ପିଜି

ଭୁବନେଶ୍ୱର,୪ା୩(ବ୍ୟୁରୋ): ଲୋକମାନେ ନିକଟସ୍ଥ ଜନସେବା କେନ୍ଦ୍ର (ସିଏସ୍‌ସି)ରେ ଏଲ୍‌ପିଜି ଭରିବାର ସୁବିଧା ପାଇବେ । ପ୍ରାରମ୍ଭିକ ଭାବେ ଓଡ଼ିଶାର ୨,୦୦୦ ସିଏସ୍‌ସିରେ ଏହି ସୁବିଧା ମିଳିବ । ଏଥିପାଇଁ ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଓ ଜନସେବା କେନ୍ଦ୍ର (ସିଏସ୍‌ସି) ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି ।
ସେହିଭଳି ଓଡ଼ିଶାର ସିଏସ୍‌ସିଗୁଡ଼ିକରେ ୫୦୬ଟି ଉଜ୍ଜ୍ୱଳା ସ୍ୱାଭିମାନ ୟୁନିଟ୍‌ ସ୍ଥାପନ ହେବାକୁ ଯାଉଛି । ଏହି ଉଜ୍ଜ୍ୱଳା ସ୍ୱାଭିମାନ ୟୁନିଟ୍‌ରେ ଉଜ୍ଜ୍ୱଳା ବ୍ରାଣ୍ଡ ନାମରେ ସାନିଟାରୀ ନାପ୍‌କିନ୍‌ ତିଆରି ହେବ । ରାଷ୍ଟ୍ରାୟତ୍ତ ନାଲ୍‌କୋ, ଏନ୍‌ଟିପିସି, କୋଲ୍‌ ଇଣ୍ଡିଆ ଓ ପାରାଦୀପ ବନ୍ଦର ଟ୍ରଷ୍ଟ ନିଜର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନରେ ସିଏସ୍‌ସିଗୁଡ଼ିକୁ ଏହି ଭେଣ୍ଡିଂ ମେସିନ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକର ଓଡ଼ିଶା ସଂଯୋଜକ ଶୁଭଜିତ ଘୋଷ ଓ ସିଏସ୍‌ସି ଓଡ଼ିଶା ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂହଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ।
ଏମ୍‌ଓୟୁ ମୁତାବକ, ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ରାଜ୍ୟର ୨,୦୦୦ ଜନସେବା କେନ୍ଦ୍ରକୁ ନିଜର ଏଲ୍‌ପିଜି ବିତରଣ ଉପକେନ୍ଦ୍ର ଭାବେ ବ୍ୟବହାର କରିବେ । ଫଳରେ ଗ୍ରାମାଞ୍ଚଳର ଲୋକମାନେ ନିଜ ହାତପାହାନ୍ତାରେ ରନ୍ଧନ ଗ୍ୟାସ ପାଇପାରିବେ ।
ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଏଲ୍‌ପିଜି ବ୍ୟବହାର ବଢ଼ିଥିବାରୁ ମୋଦି ସରକାରରେ ଓଡ଼ିଶାରେ ୪୦୫ଟି ନୂଆ ଏଲ୍‌ପିଜି ବିତରକ ଯୋଡ଼ାଯାଇଛି । ଏଥିସହ ରାଜ୍ୟରେ ମୋଟ୍‌ ଏଲ୍‌ପିଜି ବିତରକ ସଂଖ୍ୟା ୮୦୫ ହୋଇଛି । ଏହାସତ୍ତେ୍ୱ ରାଜ୍ୟର ଉପଭୋକ୍ତାଙ୍କ ନିକଟରେ ଏଲ୍‌ପିଜି ପହଞ୍ଚାଇବାର ଆହ୍ୱାନ ରହିଥିଲା । ଏଣୁ ଆଜି ତୈଳ କମ୍ପାନିଗୁଡ଼ିକ ଓ ସିଏସ୍‌ସିଗୁଡ଼ିକ ମିଶି ଗାଁରେ ଉପଭୋକ୍ତାଙ୍କ ପାଖରେ ଏଲ୍‌ପିଜି ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଜନସେବା କେନ୍ଦ୍ରଗୁଡ଼ିକ ଦି’ପଇସା ଲାଭ କରିବେ ଓ ଲୋକେ ସୁବିଧାରେ ଏଲ୍‌ପିଜି ପାଇବେ ।
ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ଓଡ଼ିଶାରେ ୧୦୦ଟି ଉଜ୍ଜ୍ୱଳା ସ୍ୱାଭିମାନ ୟୁନିଟ୍‌ ଥିଲା । ଆଜି ନାଲ୍‌କୋ ୧୦୦ଟି ଓ ଏନ୍‌ଟିପିସି ପକ୍ଷରୁ ୫୦ଟି ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌ ତିଆରି ଭେଣ୍ଡିଂ ମେସିନ ବିତରଣ କରାଯାଇଛି । ଆଗାମୀ ସମୟରେ ରାଜ୍ୟରେ ମୋଟ୍‌ ୫୦୬ଟି ଉଜ୍ଜ୍ୱଳା ସ୍ୱାଭିମାନ ୟୁନିଟ୍‌ ବସିବାକୁ ଯାଉଛି । ଏହା ମାଧ୍ୟମରେ ରାଜ୍ୟର ମହିଳାମାନେ ଶସ୍ତାରେ ସୁସ୍ଥକର ସାନିଟାରୀ ନାପ୍‌କିନ୍‌ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏ ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି, ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଉନ୍ନତ ମାନର ମୋବାଇଲ୍‌ ସେବା ପହଞ୍ଚାଇବା ଲକ୍ଷ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଚଳିତ ବର୍ଷ ଆଉ ୧୦୦ଟି ଟାୱାର ବସାଇବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ସେ କହିଛନ୍ତି, ରାଜ୍ୟର ୩,୦୦୦ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ୍‌ ସେବା ପହଞ୍ଚାଇବା ଲକ୍ଷ୍ୟରେ ୨୦୧୭ ଡିସେମ୍ବର ୨୬ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୩୫୧.୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି । କିନ୍ତୁ ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏଁ ଏହି କାମ ଆରମ୍ଭ ହୋଇପାରିନି । ଏଣୁ ତୁରନ୍ତ ରାଜ୍ୟ ସରକାର ଏନେଇ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ।
ଏ ଅବସରରେ ଉଭୟ କେନ୍ଦ୍ରମନ୍ତ୍ରୀ ଦ୍ୱାରା ଓଡ଼ିଶାରେ ବହୁ ପ୍ରକଳ୍ପର ଉନ୍ମୋଚନ ହୋଇଛି । ୧୧ କୋଟି ଟଙ୍କା ବିନିମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ୭୫୨ଟି ସ୍ଥାନରେ ବିଏସ୍‌ଏନ୍‌ଏଲ୍‌ ୱାଇ-ଫାଇ ହଟ୍‌ସ୍ପଟ ସେବା ଆରମ୍ଭ ହୋଇଛି । ୱାଇ-ଫାଇ ଚୌପାଲ ପ୍ରକଳ୍ପ ଅଧୀନରେ ଜଗତସିଂହପୁର ଜିଲ୍ଲାର ୧୦୦ଟି ଗ୍ରାମପଞ୍ଚାୟତରେ ୱାଇ-ଫାଇ ସେବା ଆରମ୍ଭ କରିଛନ୍ତି । ୧୬ଟି ଜିଲ୍ଲାରେ ଏମ୍‌ପିଏଲ୍‌ଏସ୍‌-ଟିପି ନେଟ୍‌ୱର୍କ ସୁବିଧାର ଲୋକାର୍ପଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.