ମହଙ୍ଗା ହେଲା ରୋଷେଇ ଗ୍ୟାସ୍, ଜାଣନ୍ତୁ କେତେ ବଢିଛି ଦାମ୍…

ନୂଆଦିଲ୍ଲୀ,୨।୪: ନୂତନ  ଆର୍ଥିକ ବର୍ଷ ସହିତ ଦରଦାମ ବୃଦ୍ଧି ଏବେ ଆପଣଙ୍କ ପକେଟରେ ଭାରି ପଡିପାରେ। କାରଣ ୧ ଅପ୍ରେଲରୁ ବିନା ସବସିଡି ବାଲା ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୫ଟଙ୍କା ବଢି ୭୦୬.୫୦ ଟଙ୍କା ପ୍ରତି ସିଲିଣ୍ଡର ହୋଇଯାଇଛି। ସେଭଳି ସବସିଡି ଥିବା ଗ୍ୟାସ ସିଲିଣ୍ଡରରେ ମାତ୍ର ୨୫ ପଇସା ବୃଦ୍ଧି କରାଯାଇଛି। ଏକ ମାସ ଭିତରେ ଏଲପିଜି ଦରରେ ଏହା ଦ୍ବିତୀୟ ଥର ବୃଦ୍ଧି ହୋଇଛି। ପୂର୍ବରୁ ୧ ମାର୍ଚ୍ଚରେ ୪୨.୫ ଟଙ୍କା ପ୍ରତି ସିଲିଣ୍ଡର ଦାମ ବଢାଯାଇଥିଲା।

ଏଲପିଜି ସିଲିଣ୍ଡର ସହିତ ବିମାନ ଇନ୍ଧନ(ଏଟିଏଫ୍)ର ମୂଲ୍ୟରେ ମଧ୍ୟ ୧ ପ୍ରତିଶତ ବୃଦ୍ଧି ହୋଇଯାଇଛି। ବିଶ୍ବ ସ୍ତରରେ ଏହାର ମୂଲ୍ୟ ବୃଦ୍ଧି ପରେ ଲଗାତାର ଦ୍ବିତୀୟ ମାସରେ ଏଟିଏଫର ଦାମ ବଢାଯାଇଛି। ସାର୍ବଜନୀନ କ୍ଷେତ୍ରରେ କମ୍ପାନୀର ମୂଲ୍ୟ ସମ୍ପର୍କରେ ଜାରି ଅଧିସୂଚନା ଅନୁସାରେ ଦିଲ୍ଲୀରେ ଏଫଟିଏଫ୍ ଦରରେ ୧.୦୭ ପ୍ରତିଶତ ଅର୍ଥାତ ୬୭୭.୧ ଟଙ୍କା ପ୍ରତି କିଲୋଲିଟର ବୃଦ୍ଧି କରାଯାଇଛି। ନୂତନ ଦର ବଢି ୬୩,୪୭୨.୨୨ ଟଙ୍କା ପ୍ରତି କିଲୋ ଲିଟର ହୋଇଯାଇଛି। ଏହା ପୂର୍ବରୁ ମାର୍ଚ୍ଚରେ ଏଟିଏଫର ଦାମ ୪,୭୩୪ ଟଙ୍କା ପ୍ରତି କିଲୋଲିଟର ବୃଦ୍ଧି ପାଇଥିଲା।

   ସମ୍ବନ୍ଧିତ ଖବର


‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…