ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ପାଇଁ ରାତିରେ ଖୋଲା ରହିବ ଦୋକାନ

ଭୁବନେଶ୍ୱର ୨୭/୩: ନିତିଦିନିଆ ସାମଗ୍ରୀ ଯୋଗାଉଥିବା ଦୋକାନରେ ଭିଡ଼ ଦେଖି ପୁଣି ନିଷ୍ପତ୍ତି ବଦଳାଇଛନ୍ତି ସରକାର। ଲକ୍‌ ଡାଉନ୍‌ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକୁଥିବା ଦୋକାନ ପାଇଁ ଧାର୍ଯ୍ୟ ଥିବା ସମୟ କଟକଣାକୁ ହଟାଯାଇଛି । ଆଜି ଠାରୁ ଦୋକାନଗୁଡିକ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ର ଯୋଗେ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପନିପରିବା ଓ ଗ୍ରୋସରୀ ସାମଗ୍ରୀ ବିକୁଥିବା ଦୋକାନରେ ପ୍ରବଳ ଭିଡ଼ ଦେଖାଯାଉଛି । ଏଥିଯୋଗୁଁ ଏସବୁ ଦୋକାନ ଖୋଲିବା ସମୟସୀମା କଟକଣାକୁ କୋହଳ କରାଯାଇଛି । ଯେତେବେଳ ଯାଏଁ ଚାହିଁବେ, ଏସବୁ ଦୋକାନୀମାନେ ଦୋକାନ ଖୋଲା ରଖିପାରିବେ । ତେବେ ଟ୍ୱିନ୍‌ସିଟି ବାସିନ୍ଦା ଏକାଠି ଗହଳି ନ କରି ନିଜ ସୁବିଧା ଅନୁସାରେ ପ୍ରର୍ଯ୍ୟାୟକ୍ରମେ ଦୋକାନକୁ ଯାଇ ସାମଗ୍ରୀ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ନିଷ୍ପତ୍ତି ଦ୍ୱାରା ଦୋକାନରେ ପୂର୍ବ ଅପେକ୍ଷା ଭିଡ଼ କମିବ ଏବଂ ସମସ୍ତଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଠିକ ରୂପେ ମିଳିପାରିବ ବୋଲି ସେ ସୂଚନା ଦେଇଛନ୍ତି । ଲକ୍‌ ଡାଉନ୍‌ ବେଳେ ପନିପରିବା, ତେଜରାତି ସାମଗ୍ରୀ, କ୍ଷୀର, ପାଉଁରୁଟି, ମେଡିସିନ୍‌, ଚିକେନ୍‌, ମାଂସ, ମାଛ ଓ ଅଣ୍ଡାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

   ସମ୍ବନ୍ଧିତ ଖବର


ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

ପୂର୍ବତଟ ରେଳପଥର ୧୫ ଟ୍ରେନ୍‌ ହେବ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌, ୮ ଷ୍ଟେସନ୍‌ରେ ରହିବ ୨୬୧ କୋଚ୍