ମୃତ ଯୁବକ ୧୪ ବର୍ଷ ପରେ ମିଳିଲା ଜୀବନ୍ତ: ହତ୍ୟା ମାମଲାରେ ଫଶିଥିଲେ ୩ ପୋଲିସକର୍ମୀ, ଜାଣନ୍ତୁ କିଭଳି ରହିଥିଲା ଏହି ଷଡଯନ୍ତ୍ର

ଲୁଧିୟାନା,୩୧।୮: ଯେଉଁ ଯୁବକଙ୍କ ହତ୍ୟା ମାମଲାରେ ୩ ଜଣ ପୋଲିସ କର୍ମଚାରୀ ଦୀର୍ଘ ବର୍ଷ ହେବ ଫଶିଥିଲେ ଏହି ସେହି ଯୁବକଙ୍କୁ ୧୪ ବର୍ଷ ପରେ ଜୀବିତ ଅବସ୍ଥାରେ ଦେଖିବାକୁ ମିଳିଛି। ଏହାଦ୍ବାରା ସେହି ମାମଲାରେ ଏବେ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ପରିବାର ଲୋକ ତାଙ୍କର ହତ୍ୟା ମାମଲାରେ ୩ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କେସ୍ ଦେଇଥିଲେ। କେବଳ ସେତିକି ନୁହେଁ ଏହି ପରିବାର ଲୋକଙ୍କୁ ସରକାରଙ୍କଠାରୁ ସହାୟତା ରାଶି ମଧ୍ୟ ମିଳିଥିଲା।
୧୪ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାରେ ଏବେ ନୂଆମୋଡ ସୃଷ୍ଟି ହେବାଫଳରେ ଅବସରପ୍ରାପ୍ତ ଡିଏସପି ଅମରଜିତ୍ ସିଂହ ଖେହରା,ଏଏସଆଇ ଜନଓ୍ବନ୍ତ ସିଂ ଓ (ତତ୍କାଳୀନ ହାବିଲଦାର) ଏସଏସଆଇ କାବଲ ସିଂଙ୍କୁ ଏହି କେସର ସମ୍ମୁଖୀନ ହେବାକୁ ପଡିଥିଲା। ପୋଲିସ ସିଆଇଏ ଷ୍ଟାଫଙ୍କୁ ଜୀବନ୍ତ ଅବସ୍ଥାରେ ଏହି ଯୁବକ ମିଳିବା ପରେ ତାଙ୍କୁ ଗିରଫ କରିଦିଆଯାଇଛି।

ଅବସରପ୍ରାପ୍ତ ଡିଏସପି ଅମରଜିତ୍ ସିଂ କହିଛନ୍ତି, ଯେତେବେଳେ ୨୦୦୫ରେ ଥାନା ଡେହଲୋର ପ୍ରଭାବରୀ ଭାବରେ ସେ ନିଯୁକ୍ତ ଥିଲେ ସେତେବେଳେ ଏଏସଆଇ ଜସଓ୍ବନ୍ତ ସିଂ ଓ ହାବିଲଦାର କାବଲ ସିଂ ଓ ଅନ୍ୟମାନେ ରଙ୍ଗିଆ ଗାଁର ହରଦୀପ ସିଂଙ୍କ ପୁଅ ନାଗିନ୍ଦର ସିଂଙ୍କ ମୋଟରସାଇକେଲରୁ ୭୦ କିଲୋର ଭୁକି(ନିଶାଦ୍ରବ୍ୟ) ସହିତ ଗିରଫ କରିଥିଲେ। ତାଙ୍କ ବିରୋଧରେ ଡେହଲୋରେ ମାମଲା ରୁଜୁ କରାଯାଇଥଲା। ପୋଲିସ ଯେତେବେଳେ ତାକୁ ପଚରାଉଚରା କରିଥିଲା ଯେତେବେଳେ ସେ କିଲା ରାୟପୁର ସିଏ ପାଖରୁ ଚକମା ଦେଇ ଫେରାର ହୋଇଯାଇଥିଲା।

ଏହାପରେ ନାଗିନ୍ଦର ସିଂ ତାଙ୍କ ପୁଅ ହରଦୀପ ସିଂଙ୍କୁ ପୋଲିସ ଅବୈଧ ଭାବରେ ଗିରଫ କରି ଅଭିଯୋଗ କରି ଓ୍ବାରେଣ୍ଟ ଅଫିସରଙ୍କ ଦ୍ବାରା ଥାନାରେ ରେଡ୍ କରିଥିଲେ। ଓ୍ବାରେଣ୍ଟ ଅଫିସର ଡେହଲୋ ଓ ଲତାଲା ପୋଲିସ ଷ୍ଟେସନରେ ତଲାସୀ କରିଥିଲେ, କିନ୍ତୁ ହରଦୀପ ସିଂ ତାଙ୍କୁ ସେଠାରେ ମିଳିନଥିଲେ। ସେତେବେଳେ ଓ୍ବାରେଣ୍ଟ ଅଫିସରଙ୍କୁ କହିଥିଲୁ, ହରଦୀପ ନିଶାକାରବାର ମାମଲାରେ ସମ୍ପୃକ୍ତ ଥିଲା ଏବେ ଚକମା ଦେଇ ପୋଲିସ ପାଖରୁ ଖସି ଯାଇଛି। କିନ୍ତୁ ପରେ ପାଖରେ ଥିବା ଏକ ଗାଁରୁ ଜଣେ ଅଜ୍ଞାତ ବ୍ୟକ୍ତିର ମୃତଦେହ ମିଳିଥିଲା। ଏହାପରେ ହରଦୀପଙ୍କ ବାପା ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ମିଳିଥିବା ମୃତଦେହ ତାଙ୍କ ପୁଅର। ହରଦୀପର ହତ୍ୟା କରି ପୋଲିସ ତା’ର ମୃତଦେହକୁ ଫୋପାଡି ଦେଇଥିଲା। କୋର୍ଟ ଏଡିଜିପି କ୍ରାଇମକୁ ଯାଞ୍ଚ କରିବାକୁ ଦେଇଥିଲା। ଯାଞ୍ଚ ରିପୋର୍ଟରୁ ଜଣାପଡିଥିଲା ଏହି ମୃତଦେହ ହରଦୀପ ନୁହେଁ ଅନ୍ୟ କାହାର।

ଏହାପରେ ନାଗିନ୍ଦର ଆଉଥରେ ହାଇକୋର୍ଟରେ ଆବେଦନ କରି ଏହି ମାମଲାର ତଦନ୍ତ ଦାବି କରିଥିଲେ। ଏହାପରେ ହାଇକୋର୍ଟଙ୍କ ନିର୍ଦେଶରେ ଲୁଧିୟାନା ସେସନ୍ କୋର୍ଟ ନିଜ ରିପୋର୍ଟରେ କହିଥିଲେ ଗାଁରୁ ଯେଉଁ ମୃତଦେହ ମିଳିଛି ତାହା ହରଦୀପର। ପୋଲିସ ଜାଣିଶୁଣି ଏହାକୁ ଅଜ୍ଞାତ ମୃତଦେହ କହୁଛି। ତେଣୁ ଡିଏସପିଙ୍କ ସହିତ ଅନ୍ୟ ଦୁଇ ପୋଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଦୀର୍ଘ ବର୍ଷ ଧରି ଏହି ୩ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲାର ଶୁଣାଣି ଜାରି ରହିଛି। ଆଗାମୀ ଶୁଣାଣି ସେପ୍ଟେମ୍ବର ୨ରେ ରହିଥିବା ବେଳେ ଏବେ ହରଦୀପ ଜୀବିତ ମିଳିବା ପରେ ସମ୍ପୂର୍ଣ୍ଣ ମାମଲା ବଦଳି ଯାଇଛି। ଦୀର୍ଘ ବର୍ଷ ଧରି ଫେରାର ଥିବା ହରଦୀପ କାଲକାରେ ଥିବା ଏକ ଫାର୍ମ ହାଉସରେ କାମ କରୁଥିଲା। ସେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ରହୁଥିଲା। ତେବେ ଏ ସମ୍ପର୍କରେ ତା’ର ବାପା ଏବଂ ପରିବାର ଲୋକଙ୍କୁ ଜଣାଥିଲା। ସେମାନେ ମିଛରେ ମାମଲା ରୁଜୁ କରି ପୋଲିସ ଅଧିକାରୀଙ୍କୁ ଦଣ୍ଡ ଦେବାର ଚେଷ୍ଟା କରୁଥିଲେ।

   ସମ୍ବନ୍ଧିତ ଖବର


ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି