ଜନ୍ମ ଦିନରେ ଲୁଲୁ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର ୧୫।୨ : ଲୁଲୁ ଭାଇଙ୍କ ସ୍ଥାନ ଅପୂରଣୀୟ। ତାଙ୍କ ଭଳି ଯୁବନେତା କିଛି ବର୍ଷରେ ଥରେ ଜନ୍ମ ନିଅନ୍ତି। ଓଡ଼ିଶାର ଯୁବ ଓ ଛାତ୍ର ସମାଜ ଉପରେ ତାଙ୍କ ପ୍ରଭାବ ସବୁଦିନ ପାଇଁ ଉଦାହରଣ ହୋଇ ରହିବ। ସହିଦନଗରଠାରେ ଦିବଙ୍ଗତ ଯୁବନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ତମ ଜନ୍ମ ଉତ୍ସବ ପାଳନ ଅବସରରେ ଅତିଥି ମାନେ ଏହା ପ୍ରକାଶ କରିଛନ୍ତି।

ଲୁଲୁଙ୍କ ଘନିଷ୍ଠ ବନ୍ଧୁ ଅମୀୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜାପି ସଭାପତି ସମୀର ମହାନ୍ତି, ବିଜେଡ଼ି ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ଏଆଇସିସି ସଦସ୍ୟ ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ସମୀର ମହାନ୍ତି ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ନେତୃତ୍ବ ଓ ଲୋକପ୍ରିୟତା ସମ୍ପର୍କରେ ବଖାଣିଥିଲେ। ଅମୀୟ ଦାସ ଲୁଲୁ ଭାଇଙ୍କ ଆଦର୍ଶକୁ ବଞ୍ଚାଇ ରଖିବାକୁ ଅଣରାଜନୈତିକ ସ୍ତରରେ ଜାରି ରଖିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। ସେହିପରି ରୋହିତ ପୂଜାରୀ, ବିଶ୍ବରଞ୍ଜନ ମହାନ୍ତି ଏବଂ ଅନ୍ୟ ସଦସ୍ୟବୃନ୍ଦ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ

ଲକ୍‌ଡାଉନ୍‌ରେ ନୀଳଚକ୍ର ଦେଖି ଦେଖି ଭକ୍ତଙ୍କ ବିତୁଛି ଦିନ