PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

Lupin ଲଞ୍ଚ୍ କଲା କରୋନା ମେଡିସିନ୍, ଦାମ୍ ମାତ୍ର ୪୯ ଟଙ୍କା

ନୂଆଦିଲ୍ଲୀ ୫/୮: ମେଡିସିନ୍ କ୍ଷେତ୍ରର ପ୍ରମୁଖ କମ୍ପାନୀ ଲୁପିନ୍(Lupin) ବୁଧବାର କୋଭିଡ୍ ୧୯ର ହାଲୁକା ଓ କମ୍ ଗମ୍ଭୀର ରୋଗୀଙ୍କ ଚିକିତ୍ସା ପାଇଁ ମେଡିସିନ୍ ଫେଭିପିରାଭିର୍(Favipiravir)କୁ କୋଭିହାଲ୍ଟ(Covihalt) ବ୍ରାଣ୍ଡ୍ ନାଁରେ ମାର୍କେଟକୁ ଆଣିଛି । ଏହାର ଗୋଟିଏ ଗୁଲିର ମୂଲ୍ୟ ୪୯ ଟଙ୍କା ରଖାଯାଇଛି । ଲୁପିନ୍ ସେୟାର ମାର୍କେଟକୁ ପଠାଇଥିବା ନିୟାମକୀୟ ସୂଚନା ଅନୁସାରେ ଫେଭିପିରାଭିରକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆରୁ ଅନୁମତି ମିଳିଯାଇଛି ।

ଏଥିରେ କୁହାଯାଇଛି କି କୋଭିହାଲ୍ଟରେ ମେଡିସିନ୍ ମାତ୍ରକୁ ପ୍ରଶାସନର ସୁବିଧାକୁ ଧ୍ୟାନରେ ରଖି ବିକଶିତ କରାଯାଇଛି । ସେ କହିଛନ୍ତି କି ଏହି ମେଡିସିନ୍ ୨୦୦ ମିଲିଗ୍ରାମର ଗୁଲି ରୂପେ ୧୦ ଟାବଲେଟର ଷ୍ଟ୍ରିପ୍ ରୂପେ ଉପଲବ୍ଧ ହେବ । ପ୍ରତ୍ୟେକ ଟାବଲେଟର ଦାମ୍ ୪୯ ଟଙ୍କା ରଖାଯାଇଛି ।

ଲୁପିନର ଇଣ୍ଡିଆନ୍ ଜେନେରାଲ ଫର୍ମୁଲେସନ୍(IRF)ର ଅଧ୍ୟକ୍ଷ ରାଜୀବ ସିବ୍ବଲ କହିଛନ୍ତି କି କମ୍ପାନୀକୁ ତପୋଟିକ ଭଳି ତୀବ୍ର ବେଗରେ ବ୍ୟାପୁଥିବା ସଂକ୍ରମଣ ରୋଗକୁ ବ୍ୟବସ୍ଥିତ କରିବା କ୍ଷେତ୍ରରେ ଯାହା ଅନୁଭବ ରହିଛି ତାର ଲାଭ ସେ ଉଠାଇ ପାରିବ । ସେ ନିଜ ମଜଭୁତ ବିତରଣ ନେଟୱର୍କ ଓ ମଇଦାନୀ କ୍ଷେତ୍ରରେ କାମ କରୁଥିବା କାର୍ଯ୍ୟବଳକୁ ସାରା ଦେଶରେ ପହଞ୍ଚାଇବା ନେଇ ସୁନିଶ୍ଚିତ କରିପାରିବ ।

ସନ୍ ଫାର୍ମ ମଧ୍ୟ ଲଞ୍ଚ କରିବ କରୋନା ମେଡିସିନ୍ FluGuard
ଏହା ପୂର୍ବରୁ ସନ୍ ଫାର୍ମାସ୍ୟୁଟିକଲ୍ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ଫେଭିପିରାଭିରକୁ ଫ୍ଲୁଗାର୍ଡ ବ୍ରାଣ୍ଡ୍ ନାଁରେ ମାର୍କେଟକୁ ଓହ୍ଲାଉଛି । ସେ ନିଜର ଗୋଟିଏ ଟାବଲେଟର ଦାମ୍ ୩୫ ଟଙ୍କା ରଖିଛି । ଆପଣଙ୍କୁ କହିରଖୁଛୁ କି ଏଭିଫଭିର ସାଧାରଣତଃ ଫେଭିପିରାଭିର୍ ନାଁରେ ଜଣାଯାଏ । ଏହି ମେଡିସିନକୁ ପ୍ରଥମ ଥର ୧୯୯୦ରେ ଜାପାନର ଏକ କମ୍ପାନୀ ପ୍ରସ୍ତୁତ କରିଥିଲା ।