PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ମା ଡାକ ଠାକୁରାଣୀ, ପୂଜକ ଡାକ ଶୁଣି ପାହାଡ଼ ତଳକୁ ଆସିଥିଲେ ଠାକୁରାଣୀ- ଭଲ ହେଉଛି ଜଟିଳ ରୋଗ

ଶଙ୍ଖ, ହୁଳହୁଳି, କରତାଳିରେ କମ୍ପିଥାଏ ଚତୁଃପାର୍ଶ୍ୱ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ନାହିଁ ନଥବା ଭିଡ଼ । ତେନ୍ତୁଳି (କଇଁଆ) ଗଛ ତଳେ ମା’ଙ୍କ ଅସ୍ଥାନ । ଏହି ଗଛମୂଳେ ବର୍ଷ ବର୍ଷ ହେବ ପୂଜା ପାଇ ଆସୁଛନ୍ତି ମା’ ଡାକ ଠକୁରାଣୀ । ମା’ଙ୍କୁ ଯିଏ ଅନ୍ତରର ସହ ଡାକେ, ମା ଶୁଣନ୍ତି । ମା’ଙ୍କ ଆଶୀର୍ବାଦ ପାଇବାକୁ ବିଭିନ୍ନ ଅଞ୍ଚଳରୁ ଏଠାକୁ ଭକ୍ତମାନେ ଧାଇଁ ଆସନ୍ତି । ଯୁଗେ ଯୁଗେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ । ଖୋର୍ଦ୍ଧା ଜିଲ୍ଳାର ବୋଲଗଡ଼ ବ୍ଳକ୍‌ର ଡାବରଧୁଆ ପାଟଣା ପଞ୍ଚାୟତ ବେଲପଦର ଗାଁରେ ଅଛି ମା’ ଡାକ ଠାକୁରାଣୀଙ୍କ ପୀଠ । ଏଠାରେ ତେନ୍ତୁଳି ଗଛ ତଳେ ମା’ ଡାକ ଠାକୁରାଣୀ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି । ବିଶ୍ୱାସର ପ୍ରତୀକ ଏ ଠାକୁରାଣୀଙ୍କୁ ବିପଦରେ ସ୍ମରଣ କଲେ ଭକ୍ତର ଡ଼ାକ ଶୁଣୁଥିବାରୁ ଡାକ ଠାକୁରାଣୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ । ମା’ଙ୍କର ବାହନ ଘୋଡ଼ା । ମନସ୍କାମନା ପୂରଣ ହେଲେ ଭକ୍ତମାନେ ମା’ଙ୍କୁ ମାଟି ଘୋଡ଼ା ଅର୍ପଣ କରିଥାନ୍ତି ।

ଖୋଲା ଆକାଶ ତଳେ ପୂଜା ପାଇ ଭକ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥିବା ମା’ଙ୍କର କିନ୍ତୁ ମନ୍ଦିର ନାହଁ । ମନୋକାମନା ପୂରଣ ହୋଇଥିବା ବହୁ ଶ୍ରଦ୍ଧାଳୁ ମନ୍ଦିର ନିର୍ମାଣ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇ ପାରିନାହିଁ । ଭକ୍ତଙ୍କ ପାଇଁ କିଛି ମଣ୍ଡପ ନିର୍ମିତ ହୋଇଥିଲେ ବି ବାରଣ ଥିବାରୁ କୌଣସି ଭକ୍ତ ମା’ଙ୍କ ପାଇଁ ମନ୍ଦିର ନିର୍ମାଣ କରିବାକୁ ସାହସ କରି ପାରୁନାହାନ୍ତି । ପୂଜକ ଡାକ ଶୁଣି ପାହାଡ଼ ତଳକୁ ଆସିଥିଲେ ଠାକୁରାଣୀ ଭକ୍ତ ଓ ଭଗବାନଙ୍କୁ ନେଇ ଲୋକକଥା ଅନେକ । ଏଠାକାର ପୁରୁଖା ଲୋକମାନେ କହନ୍ତି, ବହୁବର୍ଷ ତଳେ ମା’ ପାଖ ପାହାଡ଼ର ଘଞ୍ଚ ଜଙ୍ଗଲରେ ଆସ୍ଥାନ ଜମାଇଥିଲେ । ମା’ଙ୍କୁ ପୂଜା କରିବାକୁ ଜଣେ ପୂଜକ ନିୟମିତ ପାହାଡ଼ ଉପରକୁ ଯାଉଥିଲେ । ହେଲେ ଝଡ଼ତୋଫାନ, ବାତ୍ୟା ଓ ବର୍ଷା ବେଳେ ନିୟମିତ ପୂଜା କରିବା ଅସମ୍ଭବ ହୋଇ ପଡିବାରୁ ପୂଜକ ମା’ଙ୍କୁ ସ୍ମରଣ କରି ନିଜ କଷ୍ଟ ଜଣାଇଲେ । ପୂଜକଙ୍କ ଡାକ ଶୁଣି ମା’ ପାହାଡ଼ ଉପରୁ ପିତଳ ଗରାଟିଏ ତଳକୁ ପକାଇଥିଲେ । ଏହା ପାହାଡ଼ ପାଦଦେଶରେ ଏକ କଇଁଆ ବା ତେନ୍ତୁଳି ଗଛ ମୂଳରେ ପଡ଼ିଥିଲା । ସେଇଠି ମା’ଙ୍କ ଆସ୍ଥାନ ହେଲା, ମା ପୂଜା ପାଇଲେ । ସ୍ଥାନୀୟ ଅଞ୍ଚଳରେ ମା’ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ଆଜି ମଧ୍ୟ ଗରା ପଡ଼ିବା ସ୍ଥାନରେ ଏକ ଗାତ ରହିଛି ।

ଏଠାରେ ପୂଜକର ଡ଼ାକ ମା’ ଶୁଣିଥିବାରୁ ତାଙ୍କ ନାମ ଡାକ ଠାକୁରାଣୀ ହୋଇଥିବା ବିଶ୍ୱାସ ରହିଛି । ଭଲ ହେଉଛି ଜଟିଳ ରୋଗ ମା’ ହେଉଛନ୍ତି ମମତାମୟୀ, ସ୍ନେହମୟୀ ଏବଂ ଦୁଃଖନାଶିନୀ । ତାଙ୍କୁ ଯିଏ ଯାହା ମାଗିଛି ମିଳିଛି । ହଜାର ହଜାର ଲୋକ ମା’ଙ୍କ ପାଖରେ ଶରଣ ନେଲେ ବହୁ କଠିନ ରୋଗରୁ ଉପଶମ ମିଳିଥିବା ବିଶ୍ୱାସ ରହିଛି । ଅଧିକାଂଶ ଭକ୍ତ ଏଠାରେ ଏକ ଆକର୍ଷଣୀୟ ମନ୍ଦିର ନିର୍ମାଣ ସ୍ଥାପନ କରିବାକୁ ଉଦ୍ୟମ କରିଛନ୍ତି । ମାତ୍ର ମା’ ସେ ସବୁ ଭଣ୍ଡୁର କରିଥାନ୍ତି । ମନ୍ଦିର ସ୍ଥାପନ କରିବାକୁ ଯାଇଥିବା ଭକ୍ତଙ୍କୁ ମା’ ସ୍ୱପ୍ନାଦେଶ ଜରିଆରେ ବାରଣ କରିବା ପରେ ଭକ୍ତଙ୍କର ମନ୍ଦିର ତୋଳିବା ଉଦ୍ୟମ ବ୍ୟର୍ଥ ହୋଇଛି । ଖାଲି ସେତିକି ନୁହେଁ ବରଂ ମା’ଙ୍କ ଆସ୍ଥାନ ଚଉପାଦୀ ଚତୁପାର୍ଶରେ ଦୀର୍ଘ ବର୍ଷ ହେବ ପଥର ଖଣ୍ଡିଏ ପକାଇବାକୁ କେହି ସାହସ ଜୁଟାଇପାରିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।

ଏପରିକି ନିକଟସ୍ଥ ସୁନାଖଳା ଗ୍ରାମରେ ଜଣେ ଧନୀ ଔଷଧ ବ୍ୟବସାୟୀ ମନ୍ଦିର କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ବହୁ ଚେଷ୍ଟା କରିବା ସତ୍ତେ୍ୱ ମନ୍ଦିର ତୋଳିବା ତ’ ଦୂରର କଥା ମା’ଙ୍କ ଚଉପାଦିରେ ଇଟା ଖଣ୍ଡିଏ ପକାଇ ପାରିନଥିଲେ । ଏହାପରେ ମା’ କାଳିସୀ ଭାବେ ଜଣଙ୍କ ଶରୀରରେ ଉଭା ହୋଇ ମନ୍ଦିର ନିର୍ମାଣରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ । ଜେଜେମା’ ରୂପରେ ଛୁଆକୁ ଘରେ ଛାଡ଼ିଥିଲେ ମା’ଙ୍କ ପୀଠରେ ବିଭିନ୍ନ ସମୟରେ ବହୁ ନାମ ସଂକୀର୍ତ୍ତନ ଏବଂ ଆଧାତ୍ମିକ କାର୍ଯ୍ୟକ୍ରମ ହୋଇଥାଏ । ଲୋକକଥା ରହିଛି, ଥରେ କାର୍ଯ୍ୟକ୍ରମ ସରିଯାଇଥିବା ସତ୍ତେ୍ୱ ସାନ ପିଲାଟିଏ ପୀଠରେ ଶୋଇପଡ଼ିଥିଲା ।

ନିଦ ଭାଙ୍ଗିବା ପରେ ସେ କେମିତି ଘରକୁ ଯିବ ଜାଣିପାରିଲନି । ଭୟରେ ସେ କାନ୍ଦିଲା । ସେ କାନ୍ଦୁଥିବା ବେଳେ ଜେଜେ ମା’ରୂପରେ ଡାକ ଠାକୁରାଣୀ ସେହି ପିଲାକୁ ଦର୍ଶନ ଦେଇଥିଲେ । ଏହାପରେ ତାକୁ ନେଇ ତାଙ୍କ ଘର ଛାଡ଼ି ଅଦୃଶ୍ୟ ହୋଇଯାଇଥିଲା । ତେବେ ପିଲାଟି ଘରକୁ ପ୍ରବେଶ କରିବା ପରେ ନିଜ ଜେଜେ ମା’କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେହିଦିନ ଠାକୁରାଣୀ ଜେଜେ ମା’ ବେଶରେ ପିଲାଟିକୁ ଘରେ ଛାଡ଼ିଥିବା ବିଶ୍ୱାସ କରାଯାଏ । ଅବମାନନା କଲେ ଦଣ୍ଡିତ କରନ୍ତି ଭକ୍ତିପୂର୍ଣ୍ଣ ଭାବେ ସ୍ମରଣ କଲେ ମା’ ଦର୍ଶନ ଦେଇଥାନ୍ତି ।

କିନ୍ତୁ ଅବମାନନା କଲେ ମା’ କ୍ରୋଧିତ ହୁଅନ୍ତି ।

ମା’ଙ୍କ ପୀଠକୁ ଚପଲ ପିନ୍ଧି ଯିବାରେ ନିଷେଧାଜ୍ଞା ରହିଛି । ଥରେ ଜଣେ ସଂଖ୍ୟାଲଘୁ ଲୋକ ବାଇକ୍‌ରେ ମା’ଙ୍କ ଆସ୍ଥାନ ସମ୍ମୁଖରେ ଚପଲ ପିନ୍ଧି ଚାଲିଯାଇଥିଲା । କିଛି ବାଟ ଯିବା ପରେ ସେ ବାଇକରୁ ଚେତାଶୂନ୍ୟ ହୋଇ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲା । ପରବର୍ତ୍ତୀ ସମୟରେ ନିଜ ଭୁଲ ବୁଝିପାରିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେଦିନଠାରୁ ନିଜ ଜାଣତରେ ମା’ଙ୍କ ଅବମାନନା କରିବାକୁ କେହି ସାହସ ଜୁଟାଇ ପାରିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ମା’ ଡାକ ଠାକୁରାଣୀ ତେନ୍ତୁଳି ଗଛ ତଳେ – ନିରଞ୍ଜନ ଦୋରା, ଖୋର୍ଦ୍ଧ