ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ମନ୍ଦାର
ମା’ ଦୁର୍ଗାଙ୍କ ପ୍ରିୟ ଫୁଲ ହେଉଛି ମନ୍ଦାର । ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ନିକଟରେ ଏହି ଫୁଲ ଚଢ଼ାଯାଇଥାଏ । ମାନ୍ୟତା ଅନୁସାରେ ମନ୍ଦାର ଫୁଲର ଉପର ଭାଗରେ ବ୍ରହ୍ମା,
ମଧ୍ୟଭାଗରେ ବିଷ୍ଣୁ ଏବଂ ଶେଷଭାଗରେ ମହେଶ୍ୱର ବାସ କରିଥାନ୍ତି । ଫୁଲର ଅଗ୍ରଭାଗରେ ସ୍ୱୟଂ ଦେବୀ ଦୁର୍ଗା ବିରାଜମାନ କରିଥାନ୍ତି । ଏଥିପାଇଁ ଯେଉଁ ଭକ୍ତ ମନ୍ଦାର ଫୁଲ ମାଳା ମା’ଙ୍କୁ ସମର୍ପିତ କରିଥାଏ
ମା’ ତା’ର ମନୋସ୍କାମନା ପୂରଣ କରିଥାନ୍ତି ।

ସେବତୀ
ନବରାତ୍ରିର ଦ୍ୱିତୀୟ ଦିନ ଦେବୀ ବ୍ରହ୍ମଚାରିଣୀଙ୍କୁ ସମର୍ପିତ । ମାନ୍ୟତା ଅନୁସାରେ ଦେବୀ ପାର୍ବତୀ ଏହି ରୂପରେ ଅନେକ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ନିଜର ପତ୍ନୀ ରୂପେ ସ୍ୱୀକାର କରିଥିଲେ । ଦେବୀ ବ୍ରହ୍ମଚାରିଣୀଙ୍କ ପୂଜା ମିଠା ଭୋଜନ ଏବଂ ସେବତୀ ଫୁଲରେ କରାଯାଇଥାଏ ।

ପଦ୍ମ
ନବରାତ୍ରର ତୃତୀୟ ଦିନରେ ଦେବୀ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ସ୍ୱରୂପ ପୂଜା କରାଯାଏ । ଏହି ଦିନ ଭକ୍ତମାନେ ମା’ଙ୍କ ପାଖରେ ପଦ୍ମ ଫୁଲ ଅର୍ପଣ କରିଥାନ୍ତି । କ୍ଷୀର ଏବଂ ଖାଣ୍ଟି ଘିଅରେ ପ୍ରସ୍ତୁତ ମିଠା ସହିତ ପଦ୍ମ ଫୁଲ ଅର୍ପଣ କଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ ।

ମଲ୍ଲୀ
ଦେବୀ କୁଷ୍ମାଣ୍ଡା ମା’ଙ୍କ ଚତୁର୍ଥ ସ୍ୱରୂପ । ଦେବୀ କୁଷ୍ମାଣ୍ଡା ଚମ୍ପା ଫୁଲ ପ୍ରିୟ । ସେଥିପାଇଁ ନବରାତ୍ରର ଚତୁର୍ଥ ଦିନରେ ଚମ୍ପା ଫୁଲ ଅର୍ପଣ କଲେ ବୁଦ୍ଧି,ବଳ ଏବଂ ଶାନ୍ତି ମା’ ପ୍ରଦାନ କରିଥାନ୍ତି ବୋଲି ମାନ୍ୟତା
ରହିଛି ।

କନିଅର
ସ୍କନ୍ଦମାତା ଦେବୀ ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ । ଦେବୀ ସ୍କନ୍ଦମାତାଙ୍କ ପ୍ରିୟ ଫୁଲ କନିଅର । ସମସ୍ୟାକୁ ଦୂର କରିବା ପାଇଁ ଭକ୍ତମାନେ ସ୍କନ୍ଦମାତାଙ୍କୁ ଆରାଧନା କରିଥାନ୍ତି । ଏହି ଦିନ ଭକ୍ତମାନେ କନିଅର ଫୁଲ ଅର୍ପଣ କଲେ ମା’ସୁଖ ଶାନ୍ତି ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଗେଣ୍ଡୁ
ଗେଣ୍ଡୁ ଫୁଲ ମା’ ଦୁର୍ଗାଙ୍କ କାତ୍ୟାୟନୀ ସ୍ୱରୂପଙ୍କ ମନପସନ୍ଦ ଫୁଲ । ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଭକ୍ତମାନେ ଗେଣ୍ଡୁ ଫୁଲ ମାଳା ଅର୍ପଣ କରିଥାନ୍ତି । ରାଧା ତମାଳ କାଳରାତ୍ରି ଦେବୀ ଦୁର୍ଗାଙ୍କ ସପ୍ତମ ସ୍ୱରୂପ । ସପ୍ତମୀ ଦିନ ଆଶୀର୍ବାଦ ଲାଭ କରିବା ପାଇଁ ମା’ଙ୍କ ପାଖରେ ରାଧା ତମାଳ ଫୁଲ ଚଢା଼ଯାଇଥାଏ ।

ଅପରାଜିତା
ନବରାତ୍ରର ଅଷ୍ଟମ ଦିନରେ ଦେବୀ ଦୁର୍ଗାଙ୍କ ମହାଗୌରୀ ରୂପ ପୂଜା କରାଯାଇଥାଏ । ଭଗବାନ ଶିବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଦେବୀ ଦୁର୍ଗା ଏହି ରୂପ ଧାରଣ କରିଥିଲେ । ଏହି ଦିନ ଭକ୍ତମାନେ ମା’ଙ୍କ
ପାଖରେ ଅପରାଜିତା ଫୁଲ ସାଙ୍ଗକୁ ବେଲପତ୍ର ଅର୍ପଣ କରିଥାନ୍ତି ।

ଚମ୍ପା
ଦେବୀ ଦର୍ଗାଙ୍କ ନବମ ସ୍ୱରୂପ ସିଦ୍ଧିଦାତ୍ରୀ । ମା’ ସିଦ୍ଧିଦାତ୍ରୀଙ୍କ ପ୍ରିୟ ଫୁଲ ଚମ୍ପା । ନବମୀ ଦିନ ମା’ଙ୍କ ପାଖରେ ଚମ୍ପା ଫୁଲର ମାଳା ଅର୍ପଣ କରାଯାଇଥାଏ ।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ