PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ

ସମ୍ବଲପୁର ୦୩/୦୮: ଆଜିଠୁ ଖୋଲିଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର। ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଆଜି ଶ୍ରଦ୍ଧାଳୁ ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ ଦର୍ଶନ କରିପାରିବେ। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେହିଭଳି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ୩୦ ଯାଏଁ ଦର୍ଶନ ବ୍ୟବସ୍ଥା ହୋଇଛି । କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି।

ସୂଚନା ଯୋଗ୍ୟ ଯେ, ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମବାର ସ୍ୱତନ୍ତ୍ର ଏସଓପି(ମାର୍ଗଦର୍ଶିକା) ଜାରିକରାଯାଇଛି । କୋଭିଡ୍‌ ପରିସ୍ଥିତିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷାକୁ ଗୁରୁତ୍ୱ ଦିଆଯାଇ ସାମାଜିକ ଦୂରତା ରକ୍ଷା ପାଇଁସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ରହିଛି। ସମସ୍ତଙ୍କପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଧର୍ମାନୁଷ୍ଠାନରେ କେବଳ ଗୋଟିଏ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ରହିବ, ଅନ୍ୟ ଦ୍ୱାର ଗୁଡିକ ବନ୍ଦରହିବ । ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କାନିଂବ୍ୟବସ୍ଥା ସହ ହାତ ସାନିଟାଇଜ୍‌ ପରେପ୍ରବେଶ କରିପାରିବେ ବୋଲି ସ୍ପଷ୍ଟକରାଯାଇଛି । ଭକ୍ତମାନେ ଧାଡିରେ ଛିଡାହେବା ଓ ଦର୍ଶନ ସମୟରେ ୬ ଫୁଟ ଦୂରତା ସହ କୋଭିଡ୍‌ ସଂକ୍ରାନ୍ତୀୟ ଅନ୍ୟାନ୍ୟ ନିର୍ଦ୍ଦେଶାବାଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଧର୍ମାନୁଷ୍ଠାନକୁ ୬୫ ବର୍ଷରୁ ଊଧ୍ୱର୍ ବୟସ୍କ, ୧୦ ବର୍ଷରୁ କମ୍‌ ବୟସ୍କ ଶିଶୁ, ଜଟିଳ ବ୍ୟାଧି ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ଦିଅଁ ଦେବତାଙ୍କ ପ୍ରତିମୂର୍ତ୍ତିକୁ କେହି ଛୁଇଁ ପାରିବେ ନାହିଁ ।

ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସପ୍ତାହରେ ସୋମବାର ବନ୍ଦ ରହିବ ମନ୍ଦିର । ସକାଳୁ ୬ରୁ ଦିନ ୧୧.୩୦ ଓ ଅପରାହ୍ନ ୩ଟାରୁ ୭.୩୦ ଯାଏଁ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ । ସେପଟେ ଜିଲ୍ଲାରେ ମଧ୍ୟ ସବୁ ଧର୍ମାନୁଷ୍ଠାନ କୋଭିଡ ଗାଇଡଲାଇନ ଭିତରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।