ତାରା -ଜୀବଜଗତକୁ ତାରଣ କରୁଥିବା ଦେବୀ

ତାରା । ଜୀବଜଗତକୁ ତାରଣ କରୁଥିବା ଦେବୀ । ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ । ମା’ ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପା । ଦେବୀ ଚତୁର୍ଭୁଜା । ସେ ନୀଳବର୍ଣ୍ଣା ଓ ନୀଳନୟନା । ବରଦ ମୁଦ୍ରା ଧାରଣ କରିଛନ୍ତି । ତାଙ୍କ ଶରୀରର ବର୍ଣ୍ଣ ନୀଳ । ତିନି ଚକ୍ଷୁ ଉଦିତ ସୂର୍ଯ୍ୟ ଭଳି ଅରୁଣ ବର୍ଣ୍ଣ । ଭୟଙ୍କରୀ ହେଲେ ମଧ୍ୟ ସୁଖ ଓ ମୋକ୍ଷ ପ୍ରଦାନକାରିଣୀ । ଦେବୀ ତାରାଙ୍କର ତିନୋଟି ରୂପ ରହିଛି । ସେମାନେ ହେଲେ – ଏକଜଟା ତାରା, ନୀଳସରସ୍ୱତୀ ଓ ଉଗ୍ରତାରା ।

ଦେବୀ ମୁକ୍ତକେଶୀ ହୋଇଥିବାରୁ ସେ ଏକଜଟା ନାମରେ ପରିଚିତା । ଉଗ୍ର ଆପଦରୁ ତାରଣ କରୁଥିବାରୁ ଦେବୀଙ୍କ ଅନ୍ୟ ନାଁ ଉଗ୍ରତାରା । ପୁଣି ସେ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ୱତୀ ନାମରେ ପରିଚିତା । ସାଧନମାଳା ଗ୍ରନ୍ଥରେ ତାରାଙ୍କୁ ବୌଦ୍ଧ ଦେବୀଭାବେ ବର୍ଣ୍ଣନା କରାଯାଇଛି । ଏହି ଗ୍ରନ୍ଥରେ ସାତ ପ୍ରକାର ତାରାଙ୍କର ଉଲ୍ଲେଖ ମିଳେ । ତାରା ହେଉଛନ୍ତି ଦେବଗୁରୁ ବୃହସ୍ପତିଙ୍କ ଆରାଧ୍ୟା ଦେବୀ । ମା’ଙ୍କ ଉପାସନା କଲେ ବାକ୍‌ଶକ୍ତି ପ୍ରାପ୍ତିହୁଏ । ମଣିଷକୁ ମୋକ୍ଷ ମିଳିଥାଏ । ଦଶ ମହାବିଦ୍ୟାମାନଙ୍କ ମଧ୍ୟରୁ ତାରା ଅଭୂତ ପ୍ରଭାବଶାଳୀ । ସବୁକାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ମା’ଙ୍କୁ ପୂଜା କରାଯାଇଥାଏ । ମହର୍ଷି ବଶିଷ୍ଠ ତାରାଙ୍କୁ ବୈଦିକ ରୀତିରେ ଆରାଧନା କରିବା ଆରମ୍ଭ କରିଥିଲେ ।

ଏହି ବୈଦିକ ରୀତିରେ ତିନିଥର ଆରାଧନା କଲା ପରେ ବି ତାହା ସଫଳ ହୋଇପାରିଲା ନାହିଁ । ଶେଷରେ ବଶିଷ୍ଠଙ୍କୁ ଶୂନ୍ୟବାଣୀ ହେଲା ଯେ, ସେ ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କରନ୍ତୁ । ତେଣୁ ସେ ବୈଦିକ ରୀତି ତ୍ୟାଗ କରି ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କରିବାରୁ ତାଙ୍କୁ ସିଦ୍ଧି ମିଳିଲା । ସେ ରାଜଶ୍ରୀ ବଶିଷ୍ଠରୁ ବ୍ରହ୍ମଶ୍ରୀ ବଶିଷ୍ଠ ହୋଇପାରିଥିଲେ । ମଣିଷର କର୍ମଫଳଜନିତ ଦୁଃଖ ଦୁର୍ଦ୍ଦଶା ଦୂର କରନ୍ତି ମା’ ତାରା । ତାରାଙ୍କ ଆରାଧନା କଲେ ଭବସିନ୍ଧୁ ପାର ହେବା ସହଜ ହାଇଯାଏ । ତାରାଙ୍କୁ ପୂଜା କଲେ କବିତ୍ୱ, ପାଣ୍ଡିତ୍ୟ ପ୍ରାପ୍ତି, ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ସବୁ ବିପଦରୁ ରକ୍ଷା ମିଳେ । ତାଙ୍କ ସହ ଶିବ ଅକ୍ଷୋଭ୍ୟ ଭାବରେ ପୂଜିତ ।

   ସମ୍ବନ୍ଧିତ ଖବର


ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନଦୀରେ କୁମ୍ଭୀର ସହ ପହଁରିବାର ମଜା ନେଉଥିଲେ ବ୍ୟକ୍ତି …ଆଉ ତାପରେ ଏମିତି ଘଟଣା ଘଟିଲା

ଚନ୍ଦ୍ରରେ 4G ନେଟଓ୍ୱର୍କ ସ୍ଥାପନ କରିବ ନୋକିଆ- ନାସାଠାରୁ ପାଇଁ ୧୪.୧ ମିଲିୟନ ୟୁଏସ୍‌ ଡଲାର ଅର୍ଡର ପାଇଲା

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି

ଲଦାଖ ସୀମାରେ ପ୍ରବଳ ଥଣ୍ଡାରେ ବି ଭାରତୀୟ ସେନାଙ୍କ ଆଖିର ପତ୍ତା ପଡ଼ୁନି, ଆମେରିକାରୁ ଅଣାଯାଇଛି ଉନ୍ନତ ଗରମ ପୋଷାକ