PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଛାତ ଉପରେ ରନ୍ଧା ଯାଉଥିଲା ଦେଶୀମଦ, ଅବକାରୀ ବିଭାଗର ଚଢାଉ

ନୀଳଗିରି ୧୩/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବଢି ଚାଲିଛି। ଅଞ୍ଚଳବାସୀ ବାରମ୍ବାର ନୀଳଗିରି ଅବକାରୀ ବିଭାଗକୁ ଅଭିଯୋଗ କଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତେବେ ବାଲେଶ୍ଵର ଜିଲ୍ଲାପାଳ ଅଭିଯୋଗ ପାଇବା ପରେ ତାଙ୍କ ନିର୍ଦେଶରେ ବାଲେଶ୍ୱର ଅବକାରୀ ବିଭାଗର ଉପଅଧିକ୍ଷକଙ୍କ ନେତୃତ୍ୱରେ ବାଲେଶ୍ଵର ଏପିଆର ଫୋର୍ସ ନେଇ ନୀଳଗିରି ଥାନା ଅଧିନ ପୁନଦାଳ ଓ ରାଧାକିଶୋରପୁର ଅଂଚଳରେ ଆଜି ସକାଳୁ ଆତର୍କିତ ଚଢ଼ାଉ କରିଥିଲେ। ଛାତ ଘର ଉପରେ ମଦ ରନ୍ଧାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଅବକାରୀ ବିଭାଗ ମୋଟ ୧୨ ହଜାର ଲିଟର ହଜାର ଲିଟର ପାଖାପାଖି ମହୁଲପୋଚ ,୩୩୦ ଲିଟର ଦେଶୀ ମଦ ଓ ବ୍ୟାପକ ରନ୍ଧା ସାମଗ୍ରୀ ଜବତ କରାଯାଇଥିବାବେଳେ ମହୁଲ ପୋଚକୁ ତଳେ ଢାଳି ନଷ୍ଟ କରିଦିଆଯାଇଥିଲା । ତେବେ ଏତେ ପରିମାଣରେ ମଦ ବାଲେଶ୍ଵର ଜିଲା ଅବକାରୀ ବିଭାଗ ଜବତ କରିବା ପରେ ନୀଳଗିରି ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏବେ  ପ୍ରଶ୍ନ ଉଠିଛି।