PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସାନଖେମୁଣ୍ଡି: ମଦ ବ୍ୟବସାୟୀ ଗିରଫ

ସାନଖେମୁଣ୍ଡି ୧୪/୮: ଦିଗପହଣ୍ଡି ପୋଲିସ ଶୁକ୍ରବାର ଛଣମେରି ଗ୍ରାମର ମଦ ବ୍ୟବସାୟୀ ମିଟୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୀର୍ଘଦିନ ହେଲା ଦେଶୀ ମଦ ଚୋରା ଚାଲାଣ କରୁଥିଲା। ଥାନା ମାମଲା ନଂ.୧୬୮/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି। ଗତ ସୋମବାର  ପୋଲିସ ଟିମ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବାବେଳେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ମିଟୁ ଘର ଉପରେ ଅତର୍କିତ ଚଢାଉ କରାଯାଇଥିଲା।

ରାତି ପ୍ରାୟ ୯ ଟାରେ କରାଯାଇଥିବା ଏହି ଚଢ଼ାଉରେ ପୋଲିସକୁ ମିଳିଥିଲା ସଫଳତା। ମିଟୁ ଘରରୁ ୬ ଟି ପ୍ଲାଷ୍ଟିକ ଜାରକିନରେ ଥିବା  ୧୨୦ ଲିଟର ହାତ ରନ୍ଧା ମହୁଆ  ଦେଶୀମଦ, ମଦ ବିକ୍ରିରେ ବ୍ୟବହୃତ ୨ଟି ଷ୍ଟିଲ ଗ୍ଲାସ୍, ୪ଟି ଖାଲି ଥିବା ପ୍ଲାଷ୍ଟିକ ଜଲଜିରା ବୋତଲ ପ୍ରଭୃତି ଜବତ କରାଯାଇଥିଲା। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ଜେରା କରାଯିବା ପରେ ସେ ଗତ କିଛିଦିନ ହେଲା ଗଞ୍ଜାମ – ଗଜପତି ସୀମାନ୍ତ ଜଙ୍ଗଲରୁ ରନ୍ଧା ଦେଶୀ ମଦ ଆଣି ଆଖପାଖ ଗ୍ରାମାଞ୍ଚଳ ମାନଙ୍କୁ ଅଧିକା ମୂଲ୍ୟରେ ଚୋରା ଚାଲାଣ କରୁଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଛି । ନିୟମାନୁଯାୟୀ କୋଭିଡ଼ ପରୀକ୍ଷା ରିପୋର୍ଟ ମିଳିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।