ରାଜ୍ୟରମଦ ଦୋକାନଗୁଡ଼ିକରେ ଖୋଲାଖୋଲି ବେଆଇନ ଭାବେ ଏମଆରପିଠାରୁ ଅଧିକ ଟଙ୍କା ଆଦାୟ

ଭୁବନେଶ୍ୱର- ରାଜ୍ୟରେ ବିଭିନ୍ନ ମଦ ଦୋକାନରେ ବେଆଇନ କାମ । ଏମ୍‌ଆର୍‌ପିରୁ ଅଧିକ ଟଙ୍କାରେ ମଦ ବିକୁଛନ୍ତି । ଏହାର ପ୍ରତିବାଦ କଲେ ନାଲିଆଖି । ଦରକାର ପଡିଲେ ଗ୍ରାହକମାନଙ୍କୁ ମଦ ଦୋକାନି ଏବଂ କର୍ମଚାରୀ ଆକ୍ରମଣ କରୁଛନ୍ତି । କିଛିଦନ ତଳେ ମଦ କିଣିବା ବେଳେ ଅଧିକ ଦରକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ମଦ ଦୋକାନି ଏବଂ ଏହାର କର୍ମଚାରୀମାନେ ଆକ୍ରମଣ କରିଥିଲେ । ଗୁରୁତର ଗ୍ରାହକମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ତେବେ ବିଭିନ୍ନ ମଦ ଦୋକାନି ଖୋଲା ଖୋଲି ଭାବେ ଅଧିକ ଦାମରେ ମଦ ବିକୁଥିବା ବେଳେ ଏହା ଅବକାରୀ ବିଭାଗର କର୍ମଚାରୀ ଏବଂ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଥିବା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ଗ୍ରାହକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମଦ ଦୋକାନୀ ଆୟ କରୁଛନ୍ତି । ଏମାନଙ୍କ ପଛରେ କାହାର ସମର୍ଥନ ରହୁଛି ତାକୁ ନେଇ ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ ଆକ୍ରମଣ କରି ସେମାନେ ଖସି ଯିବା ପାଇଁ ସମକ୍ଷମ ହେଉଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ବେଆଇନ କାର୍ଯ୍ୟ ଚାଲିଛି । ସବୁ ଜାଣି ବି ସମ୍ପୃକ୍ତ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ । ଦୋକାନି ବି ବେଶ୍‌ ସାହାସ କରି ଅଧିକ ଦାମ ନେଉଛନ୍ତି । ବିରୋଧ କଲେ ଆକ୍ରମଣ କରୁଛନ୍ତି । ଗ୍ରାହକମାନେ ଅନେକ ସ୍ଥଳରେ ବାଧ୍ୟ ହୋଇ ଅଧିକ ଦର ଦେଇ ମଦ କିଣୁଛନ୍ତି ।