ଉଚ୍ଚ ଶିକ୍ଷିତ ସିଭିଲ ଇଂଜିନିୟର ବୋହୁ ଦେଶୀ ମଦ ବେପାର କରୁଥିବା ଅଭିଯୋଗରେ ଗିରଫ- ଖସିଗଲେ ଦୁଇ ଜଣ

ଉଚ୍ଚ ଶିକ୍ଷିତ ସିଭିଲ ଇଂଜିନିୟର ବୋହୁ ଦେଶୀ ମଦ ବେପାର କରୁଥିବ ଅଭିଯୋଗରେ ଗିରଫ, ଶାଶୁ ବି ଗିରଫ ହୋଇଛନ୍ତି । ସାଙ୍ଗରେ ଖସିଗଲେ ଦୁଇ ଉଚ୍ଚ ଶିକ୍ଷିତ ପୁଅ । ଏହି ଘଟଣା ହେଉଛି ଭଦ୍ରକ ଘୁଷୁରୀପୋଖରୀ ଗାଁର । ଏଠାରେ ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିଲେ ବି ବେଶ୍ ଅଧିକ ଲାଭ ହେଉଥିବାରୁ ବେଆଇନ କାରବାରକୁ ଆପଣେଇ ନେଇଥିଲେ। ସିଭିଲ୍ ଇଞ୍ଜିନିୟର ହୋଇ ବି ବୋହୁ ଦେଶୀ ମଦ କାରବାରରେ ସାମିଲ ହୋଇଥିବା ଅଭିଯୋଗ କରାଯାଇଛି ।
ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚଢଉ କରିଥିଲା । ଘଟଣାସ୍ଥଳରୁ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ, ପୋଚ ଏବଂ ମଦ ରାନ୍ଧିବା ସାମଗ୍ରୀ ଜବତ କରିଛି ।
ସେମାନଙ୍କ ନିକଟରୁ ଏକ କାର ଏବଂ ସ୍କୁଟି ଜବତ କରାଯାଇଛି । ଏହା ସହ ଏକ ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।