ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ସ୍ତ୍ରୀର ମାନ୍ୟତା ଦାବି କରିବାରୁ… ଯୁବତୀଙ୍କୁ ମାରି ଫିଙ୍ଗିଦେଲେ

ମାହାଙ୍ଗା/କୋଠପଦା : ସ୍ତ୍ରୀର ମାନ୍ୟତା ଦାବି କରିବାରୁ ପ୍ରେମିକ ଘରର ଲୋକମାନେ ପ୍ରେମିକାଙ୍କୁ ପିଟି ପିଟି କେନାଲ ପାଣିରେ ଫୋପାଡ଼ି ଦେବା ଓ ତାଙ୍କୁ ଗ୍ରାମବାସୀ ଉଦ୍ଧାର କରିବା ଥାନାରେ ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜନୈକା ଯୁବତୀ ଏହି ଥାନା ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମର ଅଲେଖ ମଲିକଙ୍କୁ ଭଲ ପାଉଥିଲେ । ଗତକାଲି ରାତିରେ ଯୁବତୀ ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିବାକୁ ଉଦ୍ୟମ କରୁଥିଲା ବେଳେ ପ୍ରେମିକ ଘର ଲୋକେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରି କେନାଲ ପାଣିରେ ଫିଙ୍ଗି ଦେଇଥିଲେ ।

ଅଲେଖ ଦୁଇ ବର୍ଷରୁ ଅଧିକ ହେବ ଯୁବତୀଙ୍କୁ ପ୍ରେମ କରି ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ । ବିବାହର ଲୋଭ ଦେଖାଇ ବ୍ୟବସାୟ କରିବା ପାଇଁ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ସୁନା ଚେନ୍‌ ନେଇଯାଇଥିଲେ । ଗତ ଜାନୁୟାରୀ ୩ ତାରିଖରେ ଯୁବତୀ ଅଲେଖଙ୍କ ଘରକୁ ଆସି ସେଠାରେ ସ୍ୱାମୀ ସ୍ତ୍ରୀ ପରି ପ୍ରାୟ ଦେଢ଼ ମାସ ରହିଥିଲେ । ଅଲେଖଙ୍କ ବଡ଼ ଭାଇର ବିବାହ ହୋଇନଥିବାରୁ ଅସୁବିଧା ହେବ ବୋଲି କହି ଅଲେଖ ଯୁବତୀଙ୍କୁ ନେଇ ତାଙ୍କ ଗାଁ ମୁଣ୍ଡରେ ଛାଡ଼ି ପଳାଇ ଆସିଥିଲେ । ଘଟଣା ପରଠାରୁ ଅଲେଖ ଯୁବତୀଙ୍କ ଗାଁକୁ ଯାଇ ତାଙ୍କ ସହିତ ଶାରିରୀକ ସଂପର୍କ ରଖିଥିଲେ । ବିବାହ କଥା କହିବାରୁ ସେ ଯୁବତୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ଉପାୟ ଶୂନ୍ୟ ହୋଇ ଯୁବତୀ ଗତକାଲି ରାତି ୯ଟାରେ ଅଲେଖଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ତ୍ରୀର ମାନ୍ୟତା ଦେବାକୁ ଜିଦ୍‌ ଧରିବା ସହ ତାଙ୍କ ଘର ସାମ୍ନାରେ ବସିରହିଥିଲେ । ସେହି ସମୟରେ ଅଲେଖଙ୍କ ବାପା, ମାଆ, ଭଉଣୀ ଓ ଦୁଇ ଭାଈ ମିଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ପରେ ତାକୁ ଘୋଷାଡି ଘୋଷାଡି ନିକଟରେ ଥିବା ୮ ନମ୍ବର କେନାଲ ପାଣିରେ ଅଚେତ ଅବସ୍ଥାରେ ଫୋପାଡ଼ି ଦେଇଥିଲେ । ରାତି ପ୍ରାୟ ୧୦ଟାରେ ଗ୍ରାମବାସୀ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲା ବେଳେ ସେ ରାତିସାରା କେନାଲ ବନ୍ଧରେ ପଡ଼ି ରହିଥିବା ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣା ସଂପର୍କରେ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ତନାଘନା କରିବା ପରେ ଓ ପୀଡ଼ିତାଙ୍କର ଅଭିଯୋଗ ପାଇଲା ପରେ ପୁଲିସ ପୀଡ଼ିତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.