ଦୋକାନ ସିଲ୍‌ ପରେ ବି ଥମୁନି ଚୋରା ମଦ କାରବାର: କାରରୁ ବିଦେଶୀ ମଦ ଜବତ, ୨ ଗିରଫ

କଟକ, ୧୧/୫: ଲକ୍‌ଡାଉନ୍‌-୩ରେ ମଦ ଦୋକାନ ବନ୍ଦ ରଖିବା ନିଷ୍ପତ୍ତି ପରେ ସବୁ ଦୋକାନକୁ ସିଲ୍‌ କରାଗଲା । ମାତ୍ର ଦୋକାନ ସିଲ୍‌ ପରେ ବି ଚୋରା ବିଦେଶୀ ମଦ ବେପାର କମୁନି । ଏହି କ୍ରମରେ ବିଡ଼ାନାସୀ ଥାନା ପୁଲିସ ଜଣେ ଓ ମାଲଗୋଦାମ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବିଡ଼ାନାସୀର ବାବୁ ଓରଫ ମାନସ ବିଶ୍ୱାଳ(୩୪) ଓ ଯୋବ୍ରାର ଶ୍ରନମ କୁମାର ସାହୁ ।

ଗତକାଲି ବିଡ଼ାନାସୀ ଥାନା ପୁଲିସକୁ ସୂଚନା ମିଳିଲା କି ସାରଥୀ ଗ୍ୟାସ୍‌ ଡିପୋ ପାଖରେ ଜଣେ ଯୁବକ ବିଦେଶୀ ମଦ ବିକ୍ରି କରୁଛି । ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ଉ କରି ଜଣେ ଯୁବକଙ୍କୁ ଧରିବାରେ ସଫଳ ହେଲା । ଉକ୍ତ ଯୁବକଙ୍କଠାରୁ ୭ଟି ଦାମୀ ମଦ ବୋତଲ ଜବତ କରାଯାଇଛି । ସେହିପରି ମାଲଗୋଦାମ ଥାନା ପୁଲିସ ଖବର ପାଇ ଯୋବ୍ରା ଅଂଚଳରେ ଚଢ଼ଉ କରି ଅଭିଯୁକ୍ତ ଶ୍ରନମ କୁମାରକୁ ଗିରଫ କରିବା ସହିତ ତା’ ନିକଟରୁ ୧୮ ବୋତଲ ଛୋଟ ବିଦେଶୀ ମଦ ଜବତ କରିଥିଲା । ତେବେ ଏହି ଦୁଇ ଘଟଣା ସ୍ପଷ୍ଟ କରିଛିଯେ, ବିଦେଶୀ ମଦ ଦୋକାନ ସିଲ୍‌ ହେବା ଚୋରା କାରବାର ଉପରେ କୌଣସି ପ୍ରଭାବ ପକାଇନି । ଦୋକାନ ସିଲ୍‌ ହେବାର ବହୁ ପୂର୍ବରୁ ହଜାର ହଜାର ମଦ ବୋତଲ ଦୋକାନରୁ କାଢି ନିଆଯାଇଛି ।

   ସମ୍ବନ୍ଧିତ ଖବର


ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସଗଡ଼ଭଙ୍ଗା ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଅଭିଯୁକ୍ତ: ଥାନାରେ ଅଭିଯୋଗ କଲେ ଯୁବତୀ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା