ପ୍ରମୁଖ ଖବର
  • ବଡବିଲ : ୨ ଟ୍ରକ ମଧ୍ୟରେ ଚାପି ହୋଇଗଲା କାର, ୬ ମୃତ
  • ||
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ବିଗିଡ଼ିଲା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା, ଗସ୍ତ ରଦ୍ଦ କରି ଦିଲ୍ଲୀ ଗଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୧/୫ :  କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ମା’ଙ୍କ ସ୍ବାସ୍ଥ୍ୟ ବିଗିଡ଼ିଲା । ନିଶ୍ବାସ ନେବାରେ ଅସୁବିଧା ହେବାରୁ ମାଧବୀ ରାଜେଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ସିନ୍ଧିୟା ଏବଂ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ନିର୍ବାଚନୀ ଗସ୍ତ ରଦ୍ଦ କରି ଦିଲ୍ଲୀ ଚାଲି ଯାଇଛନ୍ତି । ପ୍ରକାଶ ଯେ, ଗତ ୩ମାସରୁ ସିନ୍ଧିଆଙ୍କ ମା’ଙ୍କ ଚିକିତ୍ସା ଦିଲ୍ଲୀ ଏଆଇଆଇଏମସରେ ଚାଲୁ ରହିଛି ।

ମା’ଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ କେନ୍ଦ୍ରୀୟ ମନ୍ତ୍ରୀ ସିନ୍ଧିୟା ସବୁ ଗସ୍ତକୁ ବାତିଲ୍ କରି ପରିବାର ସହ ଦିଲ୍ଲୀ ଲାଗି ଚାଲି ଯାଇଛନ୍ତି । ଗୁନା ଲୋକସଭା ନିର୍ବାଚନ ପ୍ରଚାର ଛାଡ଼ି ମା’ଙ୍କୁ ଦେଖିବା ଲାଗି ଦିଲ୍ଲୀ ଚାଲି ଯାଇଛନ୍ତି । ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି । ମାଧବୀ ରାଜେ ସିନ୍ଧିୟାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି କୁହାଯାଉଛି । ପ୍ରକାଶ ଯେ, ମାଧବୀ ରାଜେ ସିନ୍ଧିୟା ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ।

ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ନେତାଙ୍କ ଗସ୍ତ ବାରମ୍ବାର ଜାରି ରହିଛି । ମଧ୍ୟପ୍ରଦେଶରେ ତୃତୀୟ ଚରଣରେ ୭ମଇରେ ଗୁନା, ବିଦିଶା ଏବଂ ରାଜଗଢର ସିଟ ଉପରେ ମତଦାନ ହେବ । ଗୁନାରୁ ବିଜେପି କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ନିଜ ପ୍ରାର୍ଥୀ କରିଛି । ସେହିଭଳି କଂଗ୍ରେସ ଗୁନାରେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ସାମ୍ନାରେ ଯାଦବେନ୍ଦ୍ର ସିଂହଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇଛି।

ନିର୍ବାଚନ ପ୍ରଚାରକୁ ଧ୍ୟାନରେ ରଖି ସିନ୍ଧିୟାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀଙ୍କ ୨ମଇ ତଥା ଗୁରୁବାର ଗୁନାର ଗସ୍ତ ଧାର୍ଯ୍ୟ ଥିଲା । କିନ୍ତୁ ସିନ୍ଧିୟାଙ୍କ ମା’ ମାଧବୀ ରାଜେଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ସେ ଦୁଇ ମଇରେ ହେବାକୁ ଥିବା ଗୁନା ଗସ୍ତର ବାତିଲ୍ କରି ଦେଇଛନ୍ତି ଏବଂ ସେ ନିଜ ଶାଶୁଙ୍କ ଲାଗି ଦିଲ୍ଲୀ ଗସ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.