କଂଗ୍ରେସର ବରିଷ୍ଠ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ, ୪ଥର ଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଗୁଜରାଟର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ନିଧନ ହୋଇଛି । ମାଧବ ସିଂ ସୋଲାଙ୍କି କଂଗ୍ରେସର ଜଣେ ଦୃଢ ନେତୃତ୍ବ ଥିଲେ । ଏଥିସହ ସେ ଗୁଜୁରାଟର ୪ ଥର ମୁଖ୍ୟମନ୍ତ୍ରୀ ଥିଲେ । ଆଜି(ଶନିବାର) ତାଙ୍କର ୯୪ ବର୍ଷ ବୟସରେ ପରଲୋକ ଘଟିଛି । ମାଧବ ସିଂ ସୋଲାଙ୍କିଙ୍କ ଜନ୍ମ ୩୦ ଜୁଲାଇ ୧୯୨୭ରେ ହୋଇଥିଲା । ତାଙ୍କ ଜନ୍ମ ଏକ କୋଲି ପରିବାରରେ ହୋଇଥିଲା । ସୋଲାଙ୍କିଙ୍କୁ କଂଗ୍ରେସର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିଲା। ସେ ଭାରତର ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ ।

ଗୁଜୁରାତର ରାଜନୀତି ଏବଂ ଜାତିଗତ ସମୀକରଣ ବ୍ୟବହାର କରି କ୍ଷମତାକୁ ଆସିଥିବା ମାଧବ ସିଂ ସୋଲାଙ୍କିଙ୍କୁ KHAM ସିଦ୍ଧାନ୍ତର ଜନକ ଭାବରେ ବିବେଚନା କରାଯାଏ । KHAM ର ଅର୍ଥ କ୍ଷତ୍ରିୟ, ହରିଜନ, ଆଦିବାସୀ ଏବଂ ମୁସଲମାନ । ୧୯୮୦ ଦଶକରେ ସେ ଏହି ଚାରୋଟି ଶ୍ରେଣୀକୁ ଏକତ୍ର କରି ଏକକ ସଂଖ୍ୟାଗରିଷ୍ଠତା ସହିତ କ୍ଷମତାକୁ ଆସିଥିଲେ  ସେ । ମାଧବ ସିଂ ସୋଲାଙ୍କିଙ୍କ ଏହି ସମୀକରଣ ବହୁ ବର୍ଷ ଧରି ଗୁଜୁରାଟର ଶକ୍ତିରୁ ଆଗଧାଡିର ଜାତିମାନଙ୍କୁ ବାଦ ଦେଇଥିଲା ।

ମାଧବ ସିଂ ସୋଲାଙ୍କି ବୃତ୍ତି ଅନୁଯାୟୀ ଜଣେ ଓକିଲ ଥିଲେ । ସେ ଆନନ୍ଦ ନିକଟରେ ବୋରସାଦର କ୍ଷତ୍ରିୟ ଥିଲେ । ସେ ପ୍ରଥମେ ୧୯୭୭ ରେ ଏକ ସ୍ୱଳ୍ପକାଳୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୦ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ରାଜ୍ୟରେ ଏକ ଶକ୍ତିଶାଳୀ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ୧୯୮୧ ମସିହାରେ, ସୋଲାଙ୍କି ସାମାଜିକ ଏବଂ ଅର୍ଥନୈତିକ ସ୍ତତରେ ପଛୁଆ ଲୋକଙ୍କ ପାଇଁ ସଂରକ୍ଷଣ ପ୍ରବର୍ତ୍ତନ କରିଥିଲେ । ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏଥିପାଇଁ ଅନେକ ମୃତ୍ୟୁ ମଧ୍ୟ ଘଟିଛି । ମାଧବ ସିଂ ସୋଲାଙ୍କି ସଂରକ୍ଷଣ କାର୍ଯ୍ୟକାରୀ କରିବା ପୂର୍ବରୁ KHAM ସୂତ୍ର କାର୍ଯ୍ୟକାରୀ କରିଥିଲେ । ତେଣୁ ସେ KHAM ସହିତ ଜଡିତ ଜାତିର ସମର୍ଥନ ପାଇଲେ । କିନ୍ତୁ ପଟେଲ, ବ୍ରାହ୍ମଣ ଏବଂ ବାନିଆଙ୍କ ପରି ଜାତିସଂଘର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ତାଙ୍କୁ । ରାଜ୍ୟରେ ହିଂସା ପରେ ସୋଲାଙ୍କି ୧୯୮୫ ରେ ଇସ୍ତଫା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ, KHAM ସୂତ୍ର ଆଧାରରେ ସେ ବମ୍ପର ଭୋଟ୍ ସହିତ ନିର୍ବାଚନରେ ​​ଜିତିଥିଲେ ।