PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ହସ୍ପିଟାଲ ପହଁଞ୍ଚିବା ପୂର୍ବରୁ ରାସ୍ତାରେ ଶେଷ ହୋଇଗଲା ସରକାରୀ ଆମ୍ବୁଲାନ୍ସରୁ ଅକ୍ସିଜେନ୍, ରୋଗୀଙ୍କର ମୃତ୍ୟୁ

https://hindi.news18.com/

ମାଧେପୁରା,୯।୮: ସାରା ବିଶ୍ବ କରୋନା ମହାମାରୀ ଦେଇ ଗତି କରୁଛି। ଭାରତରେ ମଧ୍ୟ କରୋନାର ସ୍ଥିତି ଖୁବ୍ ସଙ୍ଗୀନ। ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଏବେ ସତର୍କ ଅଛନ୍ତି। କିନ୍ତୁ ଦେଶରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଦେଖିବାକୁ ମିଳୁଛି ବହୁ ଅବ୍ୟବସ୍ଥା। ଏଇ ଯେପରି ବିହାରର ମାଧେପୁରାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ସରକାର ଓ ପ୍ରଶାସନ କୋଭିଡ୍ ପରିଚାଳନାକୁ ନେଇ ନିଜକୁ ଖୁବ୍ ପ୍ରଶଂସା କରୁଥିବା ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ନପାଇ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି।  ଘଟଣାଟି ଗତ ୨ ତାରିଖର ବୋଲି ଜଣାପଡିଛି।

ଅରାରିୟା ଜିଲ୍ଲାର ନରପତଗଞ୍ଜ ନିବାସୀ ବଳଦେବ ଲାଲ ଦେବ କରୋନା ସଂକ୍ରମିତ ହେବାପରେ ଜେକେଟିଏମସିଏଚ ମାଧେପୁରାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରର ଖୁବ୍ ଦରକାର ପଡିଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରାୟ ୧୫ ମିନିଟ୍ ଭେଣ୍ଟିଲେଟରରେ ରଖିବା ପରେ ଭେଣ୍ଟିଲେଟର ପ୍ଲଗ ଖରାପ ହୋଇଯାଇଥିଲା। ଭଗବାନଙ୍କ କୃପାରୁ ବିନା ଭେଣ୍ଟିଲେଟରରେ କେବଳ ଅକ୍ସିଜେନରେ କରୋନାରୁ ବଞ୍ଚିପାରିଥିଲେ। ବୟସ ଅଧିକ ତିଳା ତେଣୁ ନିଶ୍ବାସ ନେବାରେ କଷ୍ଟ ହେଉଥିଲା। ଚିକିତ୍ସକମାନେ କରୋନା ଟେଷ୍ଟ ନେଗେଟିଭ ଆସିବା ପରେ ତାଙ୍କୁ ପାଟନା ପଠାଇ ଦେଇଥିଲେ। ମୃତକଙ୍କ ନାତି ମେଡିକାଲ କଲେଜ ଦ୍ବାରା ଦିଆଯାଇଥିବା ଲାଇଫ ସର୍ପୋଟ ଆମ୍ବୁଲାନ୍ସରେ ନିଜର ଜେଜେବାପାଙ୍କୁ ନେଇ ପାଟନାରୁ ବାହାରିଥିଲେ। ତେବେ ମାଧେପୁରାଠାରୁ ପ୍ରାୟ ୨୨ କିଲୋମିଟର ଦୂର ତ୍ରିବେଣୀଗଞ୍ଜ ଆଖପାଖରେ ଆମ୍ବୁଲାନ୍ସରୁ ଅକ୍ସଜେନ ଶେଷ ହୋଇଯାଇଥିଲା। ଏହାପରେ ତ୍ରିବେଣୀଗଞ୍ଚ ହସ୍ପିଟାଲ ପହଁଞ୍ଚିବା ପୂର୍ବରୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପରେ ଆମ୍ବୁଲାନ୍ସର ଚାଳକ ଫେରାର ହୋଇଯାଇଥିଲେ। ଯେଉଁ କାରଣରୁ ୪ ଘଣ୍ଟା ଧରି ମୃତଦେହ ଆମ୍ବୁଲାନ୍ସ ଭିତରେ ପଡି ରହିଥିଲା। ମୃତକଙ୍କ ନାତି ବହୁ ଅଧିକାରୀଙ୍କୁ ଫୋନ୍ କରିଥିଲେ, କିନ୍ତୁ ବହୁ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ ମିଳିନଥିଲା। ବଳଦେବଙ୍କ ମୃତ୍ୟୁ ଏବେ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ପର୍ଦାଫାଶ କରିଦେଇଛି।

ସମ୍ବନ୍ଧିତ ଖବର