ସ୍ୱାମୀଙ୍କ ହେୟାର ଷ୍ଟାଇଲିଷ୍ଟ ହେଲେ ମାଧୁରୀ

ମୁମ୍ବାଇ ୨୯/୦୬: ଅନ୍‌ଲକ୍‌-୧.୦ର ଏହି ପର୍ଯ୍ୟାୟରେ କଟକଣା ପୂର୍ବାପେକ୍ଷା କୋହଳ ହୋଇଛି । ତଥାପି ଲକ୍‌ଡାଉନ୍‌ ସମୟରେ ଆରମ୍ଭ ହୋଇଥିବା କିଛି ଟ୍ରେଣ୍ଡ ଏବେ ମଧ୍ୟ ଜାରି ରହିଛି । ସେଥିମଧ୍ୟରୁ ଘରେ କେଶ କାଟିବା ଅନ୍ୟତମ । ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସେହି ଟ୍ରେଣ୍ଡକୁ ଫଲୋ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ସ୍ୱାମୀ ଶ୍ରୀରାମ ନେନେଙ୍କର ହେୟାରକଟ୍‌ କରିଛନ୍ତି । ନିଜେ ଶ୍ରୀରାମ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

ପୋଷ୍ଟରେ ସେ ଉଭୟଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତିି । କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ହ୍ୟାଟ୍‌ସ ଅଫ୍‌ ଟୁ ମାଇ ନ୍ୟୁ ହେୟାର ଷ୍ଟାଇଲିଷ୍ଟ । ଥ୍ୟାଙ୍କ୍‌ ୟୁ ହନି ।’ ସେହି ପୋଷ୍ଟକୁ ନେଇ ବହୁତ ପ୍ରଶଂସକ ପ୍ରତିକ୍ରିୟା ଦେଉଛନ୍ତି । ଶ୍ରୀରାମଙ୍କର ନୂଆ ଲୁକ୍‌କୁ ଖୁବ୍‌ ପ୍ରଶଂସା ବି ମିଳୁଛି ।

   ସମ୍ବନ୍ଧିତ ଖବର


ବହୁମୁଖୀ ପ୍ରତିଭାର ଅଧିକାରୀ ଦଙ୍ଗଲ ଗାର୍ଲ ସାନ୍ୟା ମାଲହୋତ୍ରା

୩୬ ବର୍ଷୀୟ ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ

କରୋନା କଟକଣା ଯୋଗୁଁ ଅନ୍‌ଲାଇନରେ ସ୍କ୍ରିପ୍ଟ ପଢ଼ୁଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା

ଖପର ଘରର ରାପର୍‌: ଖିଆଲି ଶିଳ୍ପୀ, ‘ରାପର୍‌ ଡୁଲେ ରୋକର୍‌’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା: ଟ୍ୟାଲେଣ୍ଟ ମ୍ୟାନେଜର ରେଶ୍‌ମା ସେଟ୍ଟୀଙ୍କୁ ୫ ଘଣ୍ଟା ଜେରା

ଟିଭି ସିରିଜ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ରେ ଭୂମି ପେଡ୍‌ନେକରଙ୍କ ନୂଆ ଅବତାର ଫଟୋ ଭାଇରାଲ