ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜନତା କର୍ଫ୍ୟୁ ଅବଧି ବଢ଼ାଇଲେ ସରକାର; ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ କମିଛି ସଂକ୍ରମଣ

ଭୋପାଳ: ପୁଣି ଘୁଞ୍ଚିଲା ଲକ୍‌ଡାଉନ୍‌।  ମେ ୧୫ ତାରିଖକୁ ଜନତା କର୍ଫ୍ୟୁ ଘୁଞ୍ଚାଇ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ସୁଚନା ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରି ଲକ୍‌ଡାଉନ୍‌କୁ କଡ଼ାକଡି ପାଳନ କରିବାକୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶିବରାଜ। ତା ସହିତ ଲୋକମାନଙ୍କୁ ମଧ୍ୟ କଟକଣା ମାନିବାକୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ।

ଭର୍ଚୁଆଲ୍ ବୌଠକରେ ଜନତାଙ୍କୁ ସମ୍ବୋଧନ କରି ଶିବରାଜ କହିଛନ୍ତି ଯେ ଏପ୍ରିଲ ୨୧ ପର୍ଯ୍ୟନ୍ତ କରୋନା ଟ୍ରାନ୍ସମିଶନରେ ମଧ୍ୟପ୍ରଦେଶ ୧୭ ନମ୍ବର ସ୍ଥାନରେ ଥିଲା। କିନ୍ତୁ ଆପଣମାନଙ୍କ ସହଯୋଗରେ ସଂକ୍ରମଣ ହାର କମି ବର୍ତ୍ତମାନ ୧୪ ତମ ସ୍ଥାନରେ ରହିଛି।  ଏନେଇ ସେ କହିଛନ୍ତି "ସମସ୍ତେ ଜାଣିଛନ୍ତି ଯେ ଆମ ରାଜ୍ୟ, ଦେଶ ଓ ପୂରା ବିଶ୍ୱ କରୋନା ସହିତ ଲଢ଼ୁଛି। ମୁଁ ଆପଣଙ୍କୁ ସମର୍ଥନ ଆଶା କରୁଛି। ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଛାସେବୀ,ଶିକ୍ଷିତବର୍ଗ ଓ ସ୍ୱେଚ୍ଛାସେବୀ ସଂଗଠନ ଯେଉଁମାନେ ଏହି ସମୟରେ ସରକାରଙ୍କୁ ସହଯୋଗ କରୁଛନ୍ତି ସେମାନଙ୍କ ପାଖରେ ମୁଁ ଋଣୀ।"

ଏଥିସହିତ ରାଜ୍ୟରେ କରୋନା ସକ୍ରିୟ ହାର କମିବା ସହିତ ସୁସ୍ଥ ହାର ବଢ଼ିଛି ବୋଲି ଚୌହ୍ୱାନ କହିଛନ୍ତି। ରାଜ୍ୟରେ ପୂର୍ବରୁ ୨୫ ପ୍ରତିଶତ ସକ୍ରିୟ ସଂଖ୍ୟା ଥିବା ବେଳେ ବର୍ତ୍ତମାନ ଏହା ୧୮ ପ୍ରତିଶତକୁ ଖସି ଆସିଛି। ସେହିପରି ରାଜ୍ୟରେ ସୁସ୍ଥ ହାର ୮୫.୧୩ ପ୍ରତିଶତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମେ ୫ ତାରିଖ ସୁଦ୍ଧା ରାଜ୍ୟରେ ୮୯,୨୪୪ ଆକ୍ଟିଭ କେସ୍ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.