ମିଲ୍କ ପାର୍ଲରରେ ମିଳିବ କୁକୁଡ଼ା ମାଂସ

ଭୋପାଳ ୧୫/୯: ମଧ୍ୟପ୍ରଦେଶ ସରକାରଙ୍କ ଏକ ନିଷ୍ପତ୍ତିକୁ ନେଇ ଏବେ ସେଠାକାର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ରାଜ୍ୟର ପଶୁପାଳନ ବିଭାଗ ନିକଟରେ ଏକ ନିଷ୍ପତ୍ତି ନେଇଛି ଯାହା ଅନୁଯାୟୀ, କ୍ଷୀର ବିକ୍ରି କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ମିତ ବୁଥ୍‌ରେ ଏବେ କୁକୁଡା ମାଂସ ବିକ୍ରି କରାଯିବ । ଆଦିବାସୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହୁଛନ୍ତି । ମଧ୍ୟପ୍ରଦେଶରେ ଦେଖାଯାଉଥିବା କଡ଼କନାଥ ଏବଂ ସୁଖତାୱା ପ୍ରଜାତିର କୁକୁଡାଙ୍କର ଖୁବ ଡିମାଣ୍ଡ ରହିଛି । କଡକନାଥ ପ୍ରଜାତିର କୁକୁଡା ମାଂସ ଖାଇଲେ ଯୌନ ସମ୍ଭୋଗ ସାମର୍ଥ୍ୟ ବଢ଼ିଥାଏ ବୋଲି ଅନେକ ମନେ କରନ୍ତି ।

ତେଣୁ ଏହି କୁକୁଡା ମାଂସର ଦେଶବ୍ୟାପୀ ଚାହିଦା ରହିଛି । ଏହାକୁ ଆଖି ଆଗରେ ରାଜ୍ୟ ସରକାର ଏବେ ମିଲ୍କ ପାର୍ଲରଗୁଡିକରେ କୁକୁଡା ମାଂସ ବିକ୍ରି କରିବାକୁ ଘୋଷଣା କରିଛନ୍ତି । ଭୋପାଳ ସହରରେ ପ୍ରାଥମିକ ପର୍ଯ୍ୟାୟରେ ଏଭଳି ଏକ ଦୋକାନ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଅନ୍ୟ ସହରରେ ଏଭଳି ପାର୍ଲର ଖୋଲିବାକୁ ସରକାର ଯୋଜନା କରିଛନ୍ତି ।

ମାତ୍ର ବିଜେପି ଏହାକୁ ଜୋରଦାର ବିରୋଧ କରୁଛି । ବିଜେପି ଅଭିଯୋଗ କରିଛି ଯେ ମିଲ୍କ ପାର୍ଲରରୁ ଲୋକେ ଗାଈ କ୍ଷୀର କିଣି ତା’କୁ ପୂଜାପର୍ବ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ସେଠାରେ ମାଂସ ବିକ୍ରି କରାଗଲେ ବହୁତ ଲୋକେ ଏଭଳି ଦୋକାନରୁ ଆଉ କ୍ଷୀର କିଣିବାକୁ ପସନ୍ଦ କରିବେ ନାହିଁ । ଏହାଯୋଗୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିବ । ଅନ୍ୟପଟରେ ରାଜ୍ୟର ପଶୁପାଳନ ବିଭାଗ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛି ଯେ ପରୀକ୍ଷାମୂଳକ ଭାବେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହା ଚୂଡାନ୍ତ ନୁହେଁ ।

   ସମ୍ବନ୍ଧିତ ଖବର


ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ୍‌ ରେଜଲ୍ଟ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍