୩ ସନ୍ତାନଙ୍କୁ ବଞ୍ଚାଇବାକୁ ଯାଇ ବାପା ମୃତ: ଡ୍ୟାମ୍‌ରେ ହଠାତ୍‌ ମାଡିଆସିଲା ବନ୍ୟା ପାଣି

ଭୋପାଳ ୧୨/୯: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଭୋପାଳରେ ବନ୍ୟା ଜଳରୁ ନିଜର ୩ ସନ୍ତାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି । ରିଜୱାନ କୋଲାର ନାମକ ଏହି ବ୍ୟକ୍ତି ଜଣକ ନିଜ ପରିବାର ସହ ପିକ୍‌ନିକ୍‌ କରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ସେ ନିଜ ପତ୍ନୀ, ୩ ଶିଶୁ, ଭଉଣୀ ଏବଂ ଭିଣୋଇଙ୍କ ସହ ଭୋପାଳର ଝିରୀ ଡ୍ୟାମକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଡ୍ୟାମର ଜଳସ୍ତର ବୃଦ୍ଧି ହେବାରୁ ତାଙ୍କର ୩ ଜଣ ଯାକ ପିଲା ବନ୍ୟା ଜଳରେ ଭାସି ଯାଇଥିଲେ ।

ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ କୋଲାର ପାଣି ଭିତରକୁ ଡେଇଁ ୩ ଶିଶୁଙ୍କୁ କୂଳକୁ ନେଇଆସିଥିଲେ । କିନ୍ତୁ ଏହି ସମୟରେ ତାଙ୍କ ପାଦ ଏକ ପଥର ସନ୍ଧିରେ ଫସିଯାଇଥିଲା । ସେ ସହାୟତା ପାଇଁ ଅନ୍ୟମାନଙ୍କୁ ନିବେଦନ କରିଥିଲେ । କିନ୍ତୁ ତାଙ୍କୁ ସହାୟତା ଦିଆଯିବା ପୂର୍ବରୁ ପାଣିର ଏକ ବିଶାଳ ସ୍ରୋତ ମାଡିଆସିଥିଲା ଏବଂ ତାଙ୍କୁ ଭସାଇ ନେଇଥିଲା । ଏହାଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ବୁଲା କୁକୁର ଶୂନ୍ୟ ହେବ ଶ୍ରୀକ୍ଷେତ୍ର

ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ