PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ବିବାଦ ପରେ ବିଜ୍ଞାପନ ହଟାଇଲା ଡାବର କମ୍ପାନୀ, ସେୟାର କରିଥିଲା ସମଲିଙ୍ଗୀ ଯୋଡିଙ୍କ କରୱା ଚୌଥ ବ୍ରତ ଭିଡିଓ

ନୂଆଦିଲ୍ଲୀ, ୨୬/୧୦ : କରୱା ଚୌଥ ଅବସରରେ ସମଲିଙ୍ଗୀ ଯୋଡିଙ୍କୁ ନେଇ ଡାବର କମ୍ପାନୀ କରିଥିବା ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘୋର ବିରୋଧର ସାମ୍ନା କରିବା ପରେ ଶେଷରେ ଡାବର କମ୍ପାନୀ ଏହି ବିଜ୍ଞାପନକୁ ହଟାଇ ଦେଇଛି। ଏହା ସହ ଲୋକଙ୍କ ଭାବାବେଗକୁ ଆଘାତ ଲାଗିଥିବାରୁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଏହି ବିଜ୍ଞାପନକୁ ହଟାଇବା ସହ ମାମଲାର ଯାଞ୍ଚ୍ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କମ୍ପାନୀ ବିଜ୍ଞାପନ ହଟାଇ ଦେଇଛି।

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଥିଲେ ଯେ, ଯଦି ଡାବର କମ୍ପାନୀ ଏହି ବିଜ୍ଞାପନକୁ ନହଟାଇବ ତେବେ ତାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ସେ କହିଥିଲେ ଯେ, ଏହା ଏକ ଗମ୍ଭୀର ମାମଲା। ହିନ୍ଦୁ ଉତ୍ସବର ସାହାରା ନେଇ ଏହି ବିଜ୍ଞାପନ ତିଆରି କରାଯାଇଛି। ଏକ ସମଲିଙ୍ଗୀ ଯୋଡି କରୱା ଚୌଥ ପାଳନ କରୁଛନ୍ତି। ଭବିଷ୍ୟତରେ ଦୁଇ ଜଣ ପୁରୁଷ ମଧ୍ୟ ବିବାହ କରୁଥିବା ଦେଖିବାକୁ ମିଳିପାରେ। ଏହା ଅତ୍ୟନ୍ତ ଆପତ୍ତିଜନକ।

ପ୍ରକାଶ ଥାଉକି, କରଓ୍ୱା ଚୌଥ ବ୍ରତ ଅବସରରେ ଡାବର କମ୍ପାନୀ ଏକ ବିଜ୍ଞାପନ ପ୍ରସ୍ତୁତ କରିଥିଲା । ବିଜ୍ଞାପନରେ ଦୁଇଜଣ ଯୁବତୀ ଏକତ୍ର ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଡାବରର ଉତ୍ପାଦ ଫେମ୍ କ୍ରିମ୍ ଗୋଲ୍ଡ ବ୍ଲିଚ୍ ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନରେ ଜଣେ ମହିଳା ଅନ୍ୟର ମୁହଁରେ ବ୍ଲିଚ୍ କରୁଛନ୍ତି । ଉଭୟ ଏହି ପର୍ବର ମହତ୍ତ୍ୱ ଏବଂ ଏହା ପଛର କାରଣ ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି । ଏହି ସମୟରେ, ଅନ୍ୟ ଜଣେ ମହିଳା ବାର୍ତ୍ତାଳାପରେ ଯୋଗ ଦେବା ସହ ଏବଂ ପ୍ରତ୍ୟେକଙ୍କୁ ରାତିରେ ଶାଢୀ ପିନ୍ଧି ବ୍ରତ ପାଳିବାକୁ ନିମନ୍ତ୍ରଣ କରନ୍ତି । ପରେ ଦୁଇଜଣ ମହିଳାଙ୍କୁ ପରସ୍ପରର ଆଶିର୍ବୀଦ ନେବା ସହ ଉଭୟ ପାଣି ପିଇ ଉପବାସ ଭଙ୍ଗ କରନ୍ତି । ଏହି ବିଜ୍ଞାପନଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବହୁ ବୁଦ୍ଧିଜିବୀ ଏହାକୁ ଘୋର ବିରୋଧ କରିଥିଲେ। ଡାବର କମ୍ପାନୀ ପାଶ୍ଚାତ୍ୟ ଧାରଣା ଦେଖାଇ ହିନ୍ଦୁ ରୀତିନୀତିକୁ ବଦନାମ କରୁଥିବା ବହୁ ୟୁଜର ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର