PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସାଇକେଲ ଚଲାନ୍ତି, ବିଡି ତିଆରି କରନ୍ତି ଏହି ପୂର୍ବତନ ସାଂସଦ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ବର୍ତ୍ତମାନ ସମୟରେ ସାଂସଦ କିମ୍ବା ପୂର୍ବତନ ସାଂସଦଙ୍କ କଥା ଶୁଣିବା ମାତ୍ରେ ମନ ଭିତରକୁ ଏକ ଛବି ଚାଲି ଆସେ, ସେ ନିଶ୍ଚିତ ଭାବରେ ଖୁବ୍ ଜଣେ ଧନୀ ଲୋକ ହୋଇଥିବେ, ତାଙ୍କ ପାଖରେ ସୁନ୍ଦର ଘର, ଗାଡି ଏବଂ ପ୍ରଚୁର ଟଙ୍କା ରହିଥିବ। କିନ୍ତୁ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡରେ ଏଭଳି ଜଣେ ପୂର୍ବତନ ସାଂସଦ ରହିଛନ୍ତି, ତାଙ୍କର ଛବି ସମୂର୍ଣ୍ଣ ଭିନ୍ନ। ସେ କୌଣସି କାର କିମ୍ବା ଗାଡିରେ ଯାଆନ୍ତି ନାହିଁ ବଂର ନିଜେ ସାଇକେଲ ଚଲାଇ ଯାଆନ୍ତି। ଏପରିକି ସମୟ ମିଳିଲେ ବିଡି ତିଆରି କରନ୍ତି। ତାଙ୍କୁ ଲୋକେ ’ସାଇକେଲ ବାଲା ନେତାଜୀ ’ବୋଲି  ଡାକନ୍ତି।

source: https://hindi.indiatvnews.com

ମଧ୍ୟପ୍ରଦେଶର ସାଗର ନାମକ ଏକ ସହରରେ ରୁହନ୍ତି ପୂର୍ବତନ ସାଂସଦ ରାମ ସିଂହ। ଏକ ଛୋଟିଆ ଘରେ  ସାଧାରଣ ଲୋକଙ୍କ ଭଳି ସେ ଜୀବନ ଯାପନ କରନ୍ତି। ଦର୍ଶନଶାସ୍ତ୍ରରେ ସ୍ନାତକ ଏବଂ ଇରାଜୀରେ ସ୍ନାତୋକୋତ୍ତର କରିଥିବା ରାମ ସିଂହ ୧୯୬୭ରେ ଭାରତୀୟ ଜନସଂଘର ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ୮୨ ବର୍ଷୀୟ ରାମ ସିଂହ ଏବେ ବି ପ୍ରତିଦିନ ସାଇକେଲ ଚଲେଇ ସବୁଆଡେ ଯାଇଥାନ୍ତି। ତାଙ୍କର ପାଖରେ ଆଜି ପର୍ଯ୍ୟନ୍ତ କୌଣସି ଗାଡି ମଧ୍ୟ ନାହିଁ। ଏନେଇ ସେ କୁହନ୍ତି ’ମୋତେ କେବେ ବି ଗାଡିର କିଛି ଦରକାର ପଡିନାହିଁ।

source: https://zeenews.india.com/

କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା, ଯାହାଫଳରେ ତାଙ୍କୁ କଥା କହିବାରେ  କଷ୍ଟ ହୋଇଥିଲା।  ଏସବୁ ସତ୍ବେ କିନ୍ତୁ ସେ ନିଜର ସାଇକେଲ ଛାଡିପାରି ନାହାଁନ୍ତି। ପେନଶନ୍ ପାଇବାକୁ ତାଙ୍କୁ ଖୁବ୍ କଷ୍ଟ ହୋଇଥିଲା। ଶେଷରେ ୨୦୦୫ରେ ସେ ପେନଶନ୍ ପାଇଥିଲେ। ଅଧିକ ବୟସ କାରଣରୁ ସେ ଏବେ ରାଜନୀତିରେ ଆଉ ସକ୍ରିୟ ନାହାଁନ୍ତି। କେନ୍ଦ୍ରରେ ଏବଂ ରାଜ୍ୟରେ ବିଜେପି ସରକାର ଥିବା ସତ୍ବେ ତାଙ୍କୁ ଦଳ କେବେ ମହତ୍ତ୍ବ ଦେଇନି କିମ୍ବା ତାଙ୍କ ନିକଟକୁ କେହି କୌଣସି ପରାମର୍ଶ ନେବାକୁ ଆସିନି। ବର୍ତ୍ତମାନର ରାଜନୀତିକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି।  

ସମ୍ବନ୍ଧିତ ଖବର