ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ କୁକୁର ବାହାଘର: ରୋଷଣୀରେ ଆସିଲେ ବରଯାତ୍ରୀ, ହଜାରେ ଲୋକ ଖାଇଲେ ଭୋଜି

ନିଭାଡି,୧୩।୧: ଏପର୍ଯ୍ୟନ୍ତ ଆପଣମାନେ ଭଗବାନ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ ପାଇଁ ବିଭିନ୍ନ ପ୍ରକାର ଉପାୟ କରିଥିବେ। ହେଲେ ଏବେ ଏପର୍ଯ୍ୟନ୍ତର ସବୁଠାରୁ ଅଦ୍ଭୁତ କାର୍ଯ୍ୟ ଦେଖିନଥିବେ। ଲୋକମାନେ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ଦୁଇଟି କୁକୁରଙ୍କ ଭିତରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ଏଭଳି ଏକ ଘଟଣା ମଧ୍ୟ ପ୍ରଦେଶର ନିଭାଡି ଜିଲ୍ଲା ଅନ୍ତର୍ଗତ ପୁଛିକରଗୁଆରେ ଦେଖିବାକୁ ମିଳିଛି। ଏହି ଗାଁରେ ରହୁଥିବା ମୂଲଚନ୍ଦ ନାମକ ଜଣେ ବ୍ୟକ୍ତି ନିଜର ରଶ୍ମି ନାମକ କୁକୁରର ବିବାହ ଉତ୍ତର ପ୍ରଦେଶର ବକଓ୍ବା ଖୁର୍ଦ ନିବାସି ଅଶୋକ ଯାଦବଙ୍କ ଗୋଲୁ ନାମକ କୁକୁର ସହିତ କରିଛନ୍ତି। ବାହାଘରରେ ୧ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଖୁବ୍ ଧୂମଧାମରେ ବାହାଘର କରାଯିବା ସହ ବ୍ୟାଣ୍ଡବାଜା ଏବଂ ବାଣ ଫୁଟାଇ ରୋଷଣୀରେ ଆସିଥିଲେ ବରଯାତ୍ରୀ ।

ଏହି ବରଯାତ୍ରୀ ଉତ୍ତର ପ୍ରଦେଶର ବକବାଖୁର୍ଦ୍ଦରୁ ମଧ୍ୟ ପ୍ରଦେଶର ଗାଁ ପୁଛି କରଗୁଆ ପହଁଞ୍ଚିଥିଲେ, ଯେଉଁଠି ହିନ୍ଦୁ ରୀତି-ନୀତି ଅନୁସାରେ ଜୟମାଳା କାର୍ଯ୍ୟକ୍ରମ ରଖାଯାଇଥିଲା। ଏହାପରେ ବରଯାତ୍ରୀଙ୍କର ସ୍ବାଗତ କରାଯାଇ ଭୋଜି ଖାଇବାକୁ ଦିଆଯାଇଥିଲା। ତେବେ ଜାଣନ୍ତି କି ଏଭଳି ଭାବରେ ଦୁଇଟି କୁକୁରଙ୍କ ଭିତରେ କାହିଁକି ବାହାଘର ହେଲା? ଏହାର କାରଣ ହେଉଛି ଏହି ଅଞ୍ଚଳରେ ପାଣିର ଅଭାବ ରହିଥାଏ। ପିଇବା ପାଣି ସମସ୍ୟା କାରଣରୁ ଲୋକମାନେ ଭଗବାନ ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଦୁଇଟି କୁକରଙ୍କ ଭିତରେ ବାହାଘର କରାଯାଇଥିଲା। ସେମାନେ ଭାବିଥିଲେ ଏଭଳି କରିବା ଦ୍ବାରା ଭଗବାନ ସନ୍ତୁଷ୍ଟ ହୋଇ ବର୍ଷା କରିବେ, ଯାହାଫଳରେ ଗାଁରେ ପିଇବା ପାଣିର ଅଭାବ ରହିବନି।

କୁକୁରର ମାଲିକ ଅଶୋକ ଯାଦବ କହିଛନ୍ତି, ଗାଁରେ ପିଇବା ପାଣିର ସମସ୍ୟା ଖୁବ୍ ବିକଟ ରୂପ ନେଇଛି। ଲୋକଙ୍କର ସହମତି ନେଇ ଉତ୍ତରପ୍ରଦେଶର ଓ ମଧ୍ୟପ୍ରଦେଶର ସୀମାରେ ଦୁଇ ପରିବାର ଲୋକଙ୍କ ସହମହତିରେ ବାହାଘର କରାଯାଇଥିଲା। ଏହା ସହିତ ଭଗବାନଙ୍କୁ ସେମାନେ ପ୍ରାର୍ଥନା କରିଥିଲେ ଗାଁର ପେୟଜଳ ସମସ୍ୟା ଦୂର ହୋଇଯାଉ।