ଦେଖନ୍ତୁ ଫଟୋରେ- ମଦୁଆ ଡ୍ରାଇଭର ଲଖନପୁର ବ୍ଲକରେ ରାସ୍ତା ତଳକୁ ଓଲଟାଇ ଦେଲା ଗାଡି

ଲଖନପୁର ୦୨।୦୨- ଅଳ୍ପକେ ବଞ୍ଚିଲେ ସହକାରୀ ଇଞ୍ଜିନିୟର । ମୃତ୍ୟୁ ମୁଖର ବର୍ତ୍ତିଯାଇଛନ୍ତି । ନୂଆ ଜୀବନ ପାଇଛନ୍ତି । ସରକାରୀ ଗାଡି ଚଳାଉଥିବା ଡ୍ରାଇଭର ମଦ ପିଇ ଟୁଳ୍‌ । ସେହି ଟଳ ମଳ ଅବସ୍ଥାରେ ବି ଗାଡି ଚଳାଉଥିଲା। ଆଗରୁ ତାଗିଦ କରାଯାଇଥିଲେ ମଧ୍ୟ ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଇଞ୍ଜିନିୟବାବୁ ସରକାରୀ କାର୍ଯ୍ୟରେ ଯିବେ ଜାଣି ବି ଡ୍ରାଇଭର ପେଟେ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉଥିଲା । ଲଖନପୁର ବ୍ଲକ ଅଫିସ୍‌ ନିକଟରେ ଗାଡିର ଚାଳକ ନିୟନ୍ତ୍ରଣ ହରାଇଥିଲା। ଏହା ରାସ୍ତାତଳକୁ ଖସିଯାଇ ଏକ ଗଛରେ ପିଟି ହୋଇଯାଇଥିଲା । ଗାଡିର ଆଗପଟ ଭାଙ୍ଗି ଚୁରମାର ହୋଇଯାଇଛି ।

ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ଇଞ୍ଜିନୟରଙ୍କୁ ଉଦ୍ଧାର କରିଥିଲେ । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଡ୍ରାଇଭରର ଡାକ୍ତରୀ ପରୀକ୍ଷା କରିବା ପରେ ସେ ମଦ ପିଇଥିବା ପ୍ରମାଣ ପାଇଥିଲେ । ଏବେ ନୂଆ ମଟରଯାନ ନିୟମ ଅନୁସାରେ ଡ୍ରାଇଭର ଦୀପକ କରାଳୀଙ୍କୁ ଗିରଫ କରାଯାଇଛି । ମଙ୍ଗଳବାରରେ ତାକୁ କୋର୍ଟ ଚାଲାଣ କରାଯିବ ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା